ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଶ୍ଵଶୁର ଘର ଗାଁରେ ନିଛାଟିଆ ଜାଗାକୁ ଡାକି ସ୍ତ୍ରୀକୁ ହାଣିଲା ପିଶାଚ ସ୍ୱାମୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନୀଳଗିରି, ୧୭/୦୬ : ଶ୍ଵଶୁର ଘର ଗାଁରେ ନିଛାଟିଆ ଜାଗାକୁ ଡାକି ସ୍ତ୍ରୀକୁ ହାଣିଲା ପିଶାଚ ସ୍ୱାମୀ। ନୀଳଗିରି ବ୍ଲକ ବରମପୁର ଥାନା ତେଲିପାଳ ଅଞ୍ଚଳରେ ଘଟିଛି ଏଭଳି ନୃଶଂସ ଘଟଣା। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ନୀଳଗିରି ଥାନା ଅଧିନ ଦୀପକ କଳାକାଦ ଅଞ୍ଚଳରୁ ମନୀଷାଙ୍କୁ ବିବାହ କରିଥିଲେ। ମନୀଷା କେନ୍ଦୁଝର ଅଞ୍ଚଳର ଭଉଣୀ ଘରକୁ ଯାଇଥିଲେ।ଯାହାକୁ ନେଇ ସ୍ୱାମୀ ରାଗ ରଖିଥିଲେ। ତାଙ୍କୁ ବାପଘର ନିକଟ ତେଲିପାଳ ପେଟ୍ରୋଲ ପମ୍ପ ନିକଟକୁ ଡକାଇ ବେକ ଓ ଶରୀରକୁ ହାଣି ଦେଇଥିଲେ। ପାଖରେ ଦୁଇ ପିଲା ବସି କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ହସ୍ପିଟାଲରେ ଭର୍ତି କରିଛନ୍ତି। ଘଟଣାସ୍ଥଳରୁ ସ୍ୱାମୀ ଫେରାର ହୋଇଯାଇଥିବା ଜଣାପଡିଛି। ବରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.