ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ; ୮୦ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଃଶ୍ବାସ

ନୂଆଦିଲ୍ଲୀ,୧୬/୦୯: ବିିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ। ୮୦ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ସୂଚନା। ଗୀତା ମେହେଟ୍ଟା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ। ଗୀତାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କର ୨୦୧୯ରେ ଦେହାନ୍ତ ହୋଇଥିଲା। ଗୀତା ମେହେତା ୨୦୧୯ରେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଚର୍ଚ୍ଚାରେ ରହିଥିଲେ। ଗୀତଙ୍କ ପରଲୋକ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ନେଇ ସୂଚନା ମିଳିଛି। ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି। ଗୀତା ଏକାଧାରରେ ଜଣେ ଲେଖିକା, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା।

ଯଦିଓ ଗୀତା ଆଗରୁ ଆମେରିକାରେ ରହୁଥିଲେ, ତେବେ ସ୍ବାମୀ ସୋନିଙ୍କ ଦେହାନ୍ତ ପରେ ସେ ଆମେରିକା ଛାଡ଼ି ଦିଲ୍ଲୀ ଚାଲିଆସିଥିଲେ। ଦିଲ୍ଲୀରେ ଜନ୍ମ ହୋଇଥିବା ଗୀତା ଏକାଧାରରେ ଜଣେ ଲେଖିକା, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା ଥିଲେ। 

ଗୀତାଙ୍କ ବିୟୋଗରେ ବହୁ ରାଜନେତା, ବରିଷ୍ଠ ସାମ୍ବାଦିକ, ସ୍ତମ୍ବକାର ତଥା ବୁଦ୍ଧିଜୀବୀ ଟ୍ବିଟ କରି ଶୋକପ୍ରକାଶ କରିଛନ୍ତି। ଉଲ୍ଲାଖଯୋଗ୍ୟ ଯେ, ୧୯୭୦ ରୁ ୧୯୭୨ ମଧ୍ୟରେ ସେ ଆମେରିକାର ଏନ୍‌ବିସି ଟିଭି ପାଇଁ ସାମ୍ବାଦିକା ଭାବେ କାର୍ଯ୍ୟ କରିଥିଲେ। ୧୯୬୫ରେ ଗୀତା ସୋନୀ ମେହେଟ୍ଟାଙ୍କୁ ବିବାହ କରିଥିଲେ। ସୋନୀଙ୍କର ଆମେରିକାରେ ଅଲ୍‌ଫ୍ରେଡ୍‌ ଏ. କନୋଫ୍‌ ନାମକ ଏକ ପ୍ରକାଶକ ସଂସ୍ଥା ଥିଲା। ଗୀତାଙ୍କର ଗୋଟିଏ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ରହିଛନ୍ତି।

  • geeta mehta
  • Copyright © 2022 - Summa Real Media Private Limited. All Rights Reserved.