ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଉଧମପୁର ଏୟାରବେସ ଉପରେ ପାକିସ୍ତାନୀ ଡ୍ରୋନ ଆକ୍ରମଣ; ଜଣେ ଜବାନ ସହିଦ

Published By : Bijay Swain | May 11, 2025 1:48 AM

ନୂଆଦିଲ୍ଲୀ: ଯେଉଁଦିନ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା, ସେହିଦିନ ହିଁ ସେ ଏହାକୁ ଉଲ୍ଲଂଘନ କରିଥିଲା। ଖାଲି ଏତିକି ନୁହେଁ ଭାରତର ଅନେକ ସହର ଉପରେ ଡ୍ରୋନ ଆକ୍ରମଣ କରିବାକୁ ମଧ୍ୟ ବିଫଳ ଚେଷ୍ଟା କରିଥିଲା। 

ସୂଚନା ମୁତାବକ, ଶନିବାର ଦିନ ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀରର ଉଧମପୁର ଏୟାରବେସ ଉପରେ ଡ୍ରୋନ ଆକ୍ରମଣ କରିଥିଲା। ଯାହାକୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଧ୍ୱଂସ କରାଯାଇଥିଲା। ତେବେ ନିକଟରେ ଡ୍ୟୁଟି କରୁଥିବା ରାଜସ୍ଥାନର ସୁରେନ୍ଦ୍ର ସିଂହ ମୋଗାଙ୍କ ଦେହରେ ଡ୍ରୋନର ଖଣ୍ଡ ବିଖଣ୍ଡିତ ଅଂଶ ବାଜିଥିଲା। 

ଡ୍ରୋନର ଭଗ୍ନାବଶେଷ ଦେହରେ ବାଜିବା ପରେ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ସେନା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ସେ ସହିଦ ହୋଇ ବୀରଗତିକୁ ପ୍ରାପ୍ତ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.