ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗଣେଶ ମହୋତ୍ସବ ପାଇଁ ସମସ୍ତେ ଏକାଠି; ୬ ଦିନ ଝଲସିବ ବଡ଼ଗଡ଼, ଗଣେଶଙ୍କ ପଦଶ୍ରୀ ମଣ୍ଡନ କରିବ

ଭୁବନେଶ୍ୱର,୧୩।୯: ଆମ ବଡ଼ଗଡ଼ର ବଡ଼ ଶ୍ରୀଗଣେଶ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୫୫ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ନିର୍ମାଣ ଚାଲିଛି । ଜଟଣୀର ଅଭିଜ୍ଞ ଓଡ଼ିଆ ଶିଳ୍ପୀଙ୍କ କରକମଳରେ  ନିଖୁଣ କଳାକୃତ୍ତି ଶୋଭାପାଇବ । ଠାକୁରଙ୍କୁ ଅଧିକ ସୁନ୍ଦର କରିବା ପାଇଁ ଚଳିତ ବର୍ଷ ସମସ୍ତଙ୍କ ସହଯୋଗରେ ୧୦ କେଜିର ରୁପା ପାଦ ନିର୍ମାଣ  ହୋଇ ଆସିଛି । ମୂର୍ତ୍ତି କାମର ଅନ୍ତିମ  ପର୍ଯ୍ୟାୟରେ ଏହି ରୁପା ପାଦ ଠାକୁରଙ୍କ  ପଦଶ୍ରୀ ମଣ୍ଡନ କରିବ । ୬ ଦିନ ବ୍ୟାପୀ ଏହି ମହୋତ୍ସବର ପ୍ରତିଟି ସନ୍ଧ୍ୟା  ହେବ ଆକର୍ଷଣୀୟ । ବିଶାଳ ଜର୍ମାନ ହ୍ୟାଙ୍ଗରରେ ଓଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀଗଣ ସଙ୍ଗୀତ ପରିବେଷଣ କରି ଲୋକଙ୍କୁ ମନୋରଞ୍ଜନର ଖୋରାକ  ଯୋଗାଇବେ । ଠାକୁରଙ୍କୁ ଦର୍ଶନ କରି ନିରାପଦରେ ମୀନାବଜାର ବୁଲିବେ । ବିଭିନ୍ନ ରକମର ଖାଦ୍ୟ, ମନୋହରୀ ଦୋକାନର ସମ୍ଭାରରେ ଲୋକେ ଏକ ନିଆରା ଅନୁଭବ ସାଉଁଟିବେ । ରଙ୍ଗିନ ଆଲୋକରେ ଝଲସିବ ସନ୍ଧ୍ୟାର ପରିବେଶ । ଏହି ମହତ ଲକ୍ଷ୍ୟରେ ସଫଳ  ହେବା ଦିଗରେ ବଡ଼ଗଡ଼ ଗ୍ରାମର ଆବାଳବୃଦ୍ଧବନିତା ହାତ ମିଳାଇଛନ୍ତି ।  ମହୋତ୍ସବକୁ ସର୍ବଜନବିଦିତ କରିବା  ଲାଗି ବିପୁଳ ଅର୍ଥ ବ୍ୟୟ କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି । ଘର ଘର ପିଛା  ଆର୍ଥିକ ସହଯୋଗ କରି ମହୋତ୍ସବ  କମିଟିର ହାତମୁଠାକୁ ଟାଣ କରିଛନ୍ତି । ଚଳିତ ବର୍ଷ ଜର୍ମାନ ହ୍ୟାଙ୍ଗର ମଞ୍ଚକୁ   ଆସୁଛନ୍ତି ରାଜ୍ୟର ନାମୀ କଳାକାରଗଣ ।  

ପ୍ରଥମ ଦିନ ସନ୍ଧ୍ୟାରେ ଦୀପ୍ତିରେଖା  ପାଢ଼ୀ ଓ ସାଥୀଗଣ ସଙ୍ଗୀତ ପରିବେଷଣ  କରିବେ । ତା’ପର ସନ୍ଧ୍ୟାରେ କୁଲଦୀପ,  ନଭ୍ୟାଙ୍କ ଟ୍ରୁପ୍‌, ଆର୍‌ଏସ୍‌ କୁମାର, ସ୍ମିତା  ପଣ୍ଡା, ୨୨ ତାରିଖ ସନ୍ଧ୍ୟାରେ ଅସୀମା  ପଣ୍ଡା ଓ ସାଥୀ, ୨୩ ସନ୍ଧ୍ୟାରେ ହ୍ୟୁମାନ  ସାଗର ଟ୍ରୁପ୍‌ ଏବଂ ଶେଷ ସନ୍ଧ୍ୟାରେ  ମଣ୍ଟୁ ଛୁରିଆ, ଦେବେଶ ପତି ଓ   ସାଥୀଗଣ ଧୁମ୍‌ ମଚାଇବେ । ବହୁମୂଲ୍ୟ   ଶ୍ରୀଗଣେଶଙ୍କ ରୁପା ପାଦର ସୁରକ୍ଷା ପାଇଁ   କମିଶନରେଟ୍‌ ପୁଲିସ ଓ ବ୍ରାଇଟ୍‌ ଷ୍ଟାର   କ୍ଲବ୍‌ର ସଦସ୍ୟଗଣ ଦିନରାତି ଜଗିବେ ।   ପୁଲିସଙ୍କ ପାଇଁ ପାଗୋଡ଼ା ଭଳି ଷ୍ଟଲ   ନିର୍ମାଣ କରାଯାଉଛି । ଗଣେଶଙ୍କ ଆଭୂଷଣ   ଓ ପରିପାଟ୍ଟୀ ଲାଗି ସୋନପୁରରୁ   ସ୍ୱତନ୍ତ୍ର ବସ୍ତ୍ର ଆସିଛି । ମହୋତ୍ସବକୁ   ଅଧିକ ଲୋକାଭିମୁଖୀ କରିବା ଦିଗରେ  ସମସ୍ତ ଆୟୋଜନ ପ୍ରସ୍ତୁତ ବୋଲି  ମହୋତ୍ସବ କମିଟି ସୂଚନା ଦେଇଛି ।

  • bhubaneswar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.