ଦୁବାଇ,୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ତମ କନଫ୍ରେନ୍ସ ଅଫ୍ ପାର୍ଟିଜ୍ (COP28) ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଗୁରୁବାର ରାତିରେ ଦୁବାଇରେ ପହଞ୍ଚିଛନ୍ତି। ସେ ୧ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା COP28 ର ବିଶ୍ୱ ଜଳବାୟୁ କାର୍ଯ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ।
ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦୁବାଇ ବିମାନବନ୍ଦରରେ ଅବତରଣ କରିଥିଲେ, ସେ ସମୟରେ ହୋଟେଲ ବାହାରେ ଅପେକ୍ଷା କରିଥିବା ଭାରତୀୟ ବଂଶୋଦ୍ଭବମାନେ 'ସାରେ ଜାହାଁ ସେ ଅଛା' ଗୀତ ଗାଇ 'ଭାରତ ମାତା କି ଜୟ' ଏବଂ 'ବନ୍ଦେ ମାତାରାମ'ର ସ୍ଲୋଗାନ ଦେଇଥିଲେ। ଦୁବାଇରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି, ସେ ଶିଖର ସମ୍ମିଳନୀକୁ ସେ ଅପେକ୍ଷା କରିଛନ୍ତି, ଯାହାର ଉଦେଶ୍ୟ ଏକ ସୁନ୍ଦର ପ୍ଲାନେଟ୍ ତିଆରି କରିବା।
ପ୍ରଧାନମନ୍ତ୍ରୀ ମୋଦି ୟୁଏଇରେ ଓ୍ବାର୍ଲ୍ଡ କ୍ଳାଇମେଟ୍ ଆକ୍ସନ ଶିଖର ସମ୍ମିଳନୀର ଉଦଘାଟନ ଅଧିବେଶନକୁ ସମ୍ବୋଧିତ କରିବେ ଓ ତିନୋଟି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ, ଯେଉଁଥିରେ ଦୁଇଟିର ସହ ଆୟୋଜନ ଭାରତ ଦ୍ବାରା କରାଯିବ। ଏହାଛଡା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଏକ୍ସରେ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଆସନ୍ତାକାଲି ତାଙ୍କର ଆକ୍ସନ ପ୍ଲାନ କ’ଣ ରହିଛି ତା’ର ଓଭରଭ୍ୟୁ ଦିଆଯାଇଛି।