ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ରୋଜର ବିନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତରୁ ଫେରିଛନ୍ତି। ଉଭୟ ଅମୃତସରର ଅଟାରୀ-ୱାଘା ବର୍ଡର ଦେଇ ଫେରି ଆସିଛନ୍ତି | ପ୍ରତ୍ୟାବର୍ତ୍ତନ ସମୟରେ ବିନି ଏବଂ ରାଜୀବ କହିଛନ୍ତି ଯେ ଦୁଇ ଦିନିଆ ଯାତ୍ରା କେବଳ କ୍ରିକେଟ୍ ଦୃଷ୍ଟିକୋଣରୁ ହୋଇଛି। ଏଥିରେ କିଛି ବି ରାଜନୈତିକ ନଥିଲା। ଏସିଆ କପ୍ ଏବଂ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କକୁ ଭଲ କରିବା ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ସୋମବାର ରୋଜର ବିନି ଏବଂ ରାଜୀବ ଶୁକ୍ଲା ୱାଗା ସୀମା ଦେଇ ପାକିସ୍ତାନରେ ପହଞ୍ଚିଥିଲେ।
#WATCH | Punjab: BCCI President Roger Binny and Vice-President Rajeev Shukla arrive at the Attari–Wagah border in Amritsar after visiting Pakistan pic.twitter.com/pYvbHgCxiO
— ANI (@ANI) September 6, 2023
ରୋଜର ବିନି କହିଛନ୍ତି - ଏହାର ଅନୁଭୂତି ଖୁବ୍ ଭଲ ଥିଲା। ୧୯୮୪ରେ ଯେତେବେଳେ ଆମେ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲୁ ସେତେବେଳେ ସମାନ ପ୍ରକାରର ଆତିଥ୍ୟ ଆମକୁ ଦିଆଯାଇଥିଲା | ଆମକୁ ସେଠାରେ ରାଜାମାନଙ୍କ ପରି ବ୍ୟବହାର କରାଯାଉଥିଲା, ତେଣୁ ଏହା ଆମ ପାଇଁ ଏକ ଭଲ ସମୟ ଥିଲା। ଆମେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସମସ୍ତ ଅଧିକାରୀଙ୍କୁ ଭେଟିଥିଲୁ। ସେଠାକୁ ଆମେ ଯାଇଥିବାର ନିଷ୍ପତ୍ତିରେ ସେମାନେ ବହୁତ ଖୁସି ଥିଲେ।
ସେଭଳି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି, ଏହା ଦୁଇ ଦିବସୀୟ ଗସ୍ତ ଥିଲା ଓ ଭଲ ଥିଲା। ରାଜ୍ୟପାଳ ଆମ ସମ୍ମାନରେ ରାତ୍ରିଭୋଜନ ଆୟୋଜନ କରିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ଲୋକଙ୍କ ଆତିଥ୍ୟ ଖୁବ୍ ଭଲ ଥିଲା। ତାଙ୍କର ଦାବି ଥିଲା ଦୁଇ ଦେଶ ଭିତରେ ଦ୍ବିପାକ୍ଷିକ ସିରିଜ୍ ଖେଳାଯାଉ। ଦୁଇ ଦେଶ ପରସ୍ପର ବିରୋଧରେ ଖେଳିବା ପୁଣିଥରେ ଆରମ୍ଭ କରିବା ଦରକାର।