ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଏହି ରାଶିର ବ୍ୟକ୍ତି କ୍ଷମତାଶାଳୀ ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ

ମେଷ : ଷଷ୍ଠଚନ୍ଦ୍ର ଏବଂ ରବି, ଚନ୍ଦ୍ର ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ରୋଗ, ଶୋକ, କ୍ଳେଶ, ଋଣ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ପରୋପକାର, ସମାଜସେବା ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧାରପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକସ୍ଥିତିରେ ସୁଧାର ଆସିବ । କର୍ମରେ ସଫଳତା, ସମ୍ମାନ ଏବଂ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ଲାଲ୍‌, ସଂଖ୍ୟା : ୦୩, ଆରାଧନା : ମା’ ବଗଳାମୁଖୀ ।

ବୃଷ : ଘାତଚନ୍ଦ୍ର ଏବଂ ଘାତବାର ଏବଂ ସକାଳ ୮ଟା ୧୪ ମିନିଟ୍‌ ପରେ ଘାତ ନକ୍ଷତ୍ର ଯୋଗୁ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତି ହ୍ରାସ ପାଇବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ । ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦା ବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା, ମାନ, ସମ୍ମାନ ହାନି ଓ ସହକର୍ମୀଙ୍କ ବିରୋଧର ସମ୍ମୁଖୀନ ହେବେ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କ ହେବେ । ଶୁଭ ରଙ୍ଗ: ଧଳା, ସଂଖ୍ୟା : ୧୨, ଆରାଧନା : ପ୍ରଭୁଶ୍ରୀରାମ ।

ମିଥୁନ : ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ରଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଯାନବାହନରେ ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି । ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଓ ଧାର୍ମିକ କର୍ମରେ ବାଧାବିଘ୍ନ ଦେଖା ଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ପୁନ ର୍ବସୁ ମିଥୁନ ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ: ସବୁଜ, ସଂଖ୍ୟା : ୦୪, ଆରାଧନା : ମା’ ଷୋଡ଼ଶୀ ।

କର୍କଟ : ତୃତୀୟଚନ୍ଦ୍ର ଏବଂ ସକାଳ ୮ଟା ୧୪ ମିନିଟ୍‌ ପରେ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହଯୋଗ, ଭ୍ରାତୃଭଗ୍ନୀଙ୍କ ସହ ସମ୍ପର୍କ ନିବିଡ଼ ହେବ ଏବଂ ତାଙ୍କର ସାହାଯ୍ୟ ସହଯୋଗ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛିମାତ୍ରାରେ ସମର୍ଥ ହେବେ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର ତତ୍ପରତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ ।ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ: ସିଲ୍‌ଭର, ସଂଖ୍ୟା: ୦୧, ଆରାଧନା : ମା’ ଭୁବନେଶ୍ୱରୀ ।

ସିଂହ : ଘାତବାର, ଘାତତିଥି ଏବଂ ଦ୍ୱିତୀୟଚନ୍ଦ୍ର ଯୋଗୁ କେବଳ ବ୍ୟବସାୟରେ ହିଁ ଶୁଭଫଳ ମିଳିବ ଏବଂ ଅନ୍ୟ ସମସ୍ତ କ୍ଷେତ୍ରରେ ବିଫଳତା, ବିଘ୍ନର ସାମ୍ନା କରିବେ । ମନରେ ଅସ୍ଥିରତା, ବ୍ୟଗ୍ରତା ବୃଦ୍ଧି ପାଇବ ଏବଂ ସାମାନ୍ୟ ଶାରୀରିକ ପୀଡ଼ା ଭୋଗ କରିବେ । ଧନ ଓ ଆୟ ପ୍ରତି ମନରେ ଅହେତୁକ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଓ ଆୟଯେତେ ଅଧିକ ମିଳିଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ବିଫଳତା ଓ ବାଧା ବିଘ୍ନ ଲାଗି ରହିବ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ  ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ: ଗୋଲାପୀ, ସଂଖ୍ୟା : ୩, ଆରାଧନା: ପ୍ରଭୁଶ୍ରୀଜଗନ୍ନାଥ ।

କନ୍ୟା : ଘାତବାର, ଶ୍ରୀଚନ୍ଦ୍ର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ । ଧନ, ମାନ, ସମ୍ମାନ, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ସ୍ୱଜନ-ପରିଜନ, ବନ୍ଧୁବାନ୍ଧବଙ୍କ ସହିତ ଉତ୍ତମ ସମ୍ପର୍କ ରହିବ ଏବଂ ଚାଲି ଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ଓ ଆତ୍ମ ତୃପ୍ତି ରହିବ । କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଚିତ୍ରାକନ୍ୟା ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ମେରୁନ୍‌, ସଂଖ୍ୟା : ୦୮ ଆରାଧନା : ଭଗବାନ ବିଷ୍ଣୁ ।

ତୁଳା :  ଦ୍ୱାଦଶଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ବଦ୍‌ ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର ଅହେତୁକଭାବେ ବୃଦ୍ଧି ପାଇବ ଏବଂ ଖର୍ଚ୍ଚରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବଦ୍‌ ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ନିଅଣ୍ଟ ଉପୁଯିବ । କର୍ମରେ ବିଫଳତା ଏବଂ କର୍ମପ୍ରତି ଅନାଦର ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ବିଶାଖାତୁଳା ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୧୨, ଆରାଧନା : ମା’ ସମଲେଶ୍ୱରୀ ।

ବିଛା :  ଏକାଦଶଚନ୍ଦ୍ର ଏବଂ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆୟର ମାର୍ଗ ଅତି ଉତ୍ତମ ହେବ ଏବଂ ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ହୃତଧନ ଫେରିପାଇବେ । ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷପୂର୍ଣ୍ଣ ହେବ ଏବଂ ସମସ୍ତ ଈପ୍‌ସିତ ପଦାର୍ଥ ହାତପାଆନ୍ତାରେ ଉପଲବ୍ଧ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସୁଫଳପାଇବେ ।

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ପ୍ରଭୁହନୁମାନ ।

ଧନୁ: ଦଶମଚନ୍ଦ୍ର ଯୋଗୁ ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ ।

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୨, ଆରାଧନା : ମା’ ତାରା ।

ମକର : ନବମ ଚନ୍ଦ୍ର, ନବମୀତିଥି, ଶନିବାର ଯୋଗୁ ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକକର୍ମରେ ଅଧିକ ଧ୍ୟାନ ରହିବ । ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା, ଉଚ୍ଚ ସମ୍ମାନ ଏବଂ ଉଚ୍ଚ ପଦବୀପ୍ରାପ୍ତ ହେବ ।ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠାମକର ସେମାନେ ସୁଫଳପାଇବେ ।

ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା:  ମା’ କାଳୀ ।

କୁମ୍ଭ : ଅଷ୍ଟମଚନ୍ଦ୍ର ଓ ବ୍ୟତିପାତଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର, ସ୍ୱଜନରେ ବିବାଦ, ବନ୍ଧୁବାନ୍ଧବଙ୍କ ସହ ମନୋମାଳିନ୍ୟ ଏବଂ ପଡ଼ୋଶୀଙ୍କ ସହ ତିକ୍ତତା ଦେଖାଦେବ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟତୁଳନାରେ ଅପବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ପୂର୍ବ ଭାଦ୍ରକୁମ୍ଭ ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ମାଟିଆ, ସଂଖ୍ୟା : ୬, ଆରାଧନା : ମା’ ଭୈରବୀ ।

ମୀନ : ସପ୍ତମଚନ୍ଦ୍ର ଏବଂ ରବି, ଚନ୍ଦ୍ରଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମାନସିକ, ପାରିବାରିକ ଶାନ୍ତି ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ ମିଳିବ । ପୁତ୍ର, କନ୍ୟା ଏବଂ ଭାତୃ ଭଗ୍ନୀଙ୍କ ବୈବାହିକ କର୍ମର ଆୟୋଜନରେ ବ୍ୟସ୍ତ ରହିବେ ଏବଂ ପରିବାର ପ୍ରତି ଅଧିକ ଯତ୍ନବାନ ହେବେ । ଆମୋଦ ପ୍ରମୋଦ, ମଉଜମଜଲିସ୍‌ରେ ଅଧିକ ଆଗ୍ରହ ରହିବ ଏବଂ ନୂତନ ବସ୍ତ୍ର ଆଭୂଷଣ ପ୍ରତି ଦୁର୍ବଳତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ଉତ୍ତର ଭାଦ୍ରମୀନ ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୦୭, ଆରାଧନା : ମା’ ଧୂମାବତୀ ।

ଜ୍ୟୋତିର୍ବିଦ୍‌ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.