ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାହିଁକି ଟ୍ବିଟରରୁ ପରାଗ ଅଗ୍ରଓ୍ବାଲଙ୍କୁ ବାହାର କରିଥିଲେ ଏଲନ ମସ୍କ ? ସାମ୍ନାକୁ ଆସିଲା ବଡ଼ କାରଣ

Image Courtesy: thehansindia

ନୂଆଦିଲ୍ଲୀ: ଦୁନିଆର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଏଲନ ମସ୍କ ୨୦୨୨ରେ ଟ୍ବିଟରକୁ ଅଧିଗ୍ରହଣ କରିଥିଲେ । ମାତ୍ର ୯ ପ୍ରତିଶତ ଅଂଶଧନ ରଖିଥିବା ମସ୍କ ସମ୍ପୂର୍ଣ୍ଣ ଟ୍ବିଟରକୁ ଅଧିଗ୍ରହଣ କରିନେବା ପରେ ସମଗ୍ର ବିଶ୍ବର ନଜର ତାଙ୍କ ଉପରେ ରହିଥିଲା । ସେ ଟ୍ବିଟରକୁ କ୍ରୟ କରିନେବା ପରେ ବହୁ ବଡ଼ ନିଷ୍ପତ୍ତି ନେଇଥିଲେ । ସେ ପ୍ରଥମେ କମ୍ପାନିରୁ କର୍ମଚାରୀଙ୍କୁ ଛଟେଇ କରିଥିଲେ । ଏପରିକି କମ୍ପାନିର ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ବାହାର କରିଥିଲେ । ପରାଗ ଅଗ୍ରଓ୍ବାଲ ଜଣେ ଭାରତୀୟ ବଂଶୋଦ୍ଭବ । 

 ପରାଗଙ୍କୁ ଚାକିରିରୁ ବାହାର କରିବା ନେଇ ମସ୍କଙ୍କ ନିଷ୍ପତ୍ତିକୁ ଅନେକ ସମାଲୋଚନା କରିଥିଲେ। ହେଲେ ମସ୍କ କାହିଁକି ପରାଗ ଅଗ୍ରଓ୍ବାଲଙ୍କୁ ବିଦା କଲେ ତାର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି । ଏକ ଟ୍ବିଟର ଆକାଉଣ୍ଟକୁ କେନ୍ଦ୍ର କରି ମସ୍କ ଏବଂ ପରାଗଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଥିଲା । ଉଭୟଙ୍କ ମଧ୍ୟରେ ଏହି ବିବାଦ ସଂପର୍କରେ ବ୍ଲୁମବର୍ଗର କର୍ଟ ଓ୍ବାଗନରଙ୍କ ଦ୍ବାରା ଲିଖିତ ପୁସ୍ତକରୁ ଖୁଲାସା ହୋଇଛି । କର୍ଟଙ୍କ ଦ୍ବାରା ଲିଖିତ ‘ବ୍ୟାଟଲ୍‌ ଫର ଦ ବାର୍ଡ’ ଫେବୃଆରୀ ୨୦ରେ ଲଞ୍ଚ ହେବାକୁ ଯାଉଛି ।  

 ଏହି ପୁସ୍ତକ ବଜାରକୁ ଆସିନଥିଲେ ସୁଦ୍ଧା ଏହାର ପ୍ରଥମ ଭାଗର କିଛି ଲେଖା ସାମ୍ନାକୁ ଆସିଛି । ଏଲନ ମସ୍କ ଏବଂ ପରାଗ ଅଗ୍ରଓ୍ବାଲଙ୍କ ମଧ୍ୟରେ ଏକ ଆକାଉଣ୍ଟ @Elonjetକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହି ଆକାଉଣ୍ଟ ମସ୍କଙ୍କ ଲୋକେସନ୍‌ ସଂପର୍କରେ ସୂଚନା ଦେଉଥିଲା । ଏହାକୁ ମସ୍କ ବନ୍ଦ କରିବାକୁ ଚାହୁଁଥିବା ବେଳେ ପରାଗ ଅଗ୍ରଓ୍ବାଲ ମନା କରିଥିଲେ । 

 ପୁସ୍ତକ ଅନୁସାରେ, ୨୦୨୨ରେ ସେଣ୍ଟ୍ରାଲ ଫ୍ଲୋରିଡା ୟୁନିଭର୍ସିଟିର ଛାତ୍ର ଏବଂ ଆମେରିକୀୟ ପ୍ରୋଗ୍ରାମର ଜ୍ୟାକ୍‌ ସ୍ବିନୀ   @Elonjet ଆକାଉଣ୍ଟ ତିଆାରି କରିଥିଲେ । ସ୍ବିନୀଙ୍କ ଜରିଆରେ ଅନେକ ଆକାଉଣ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସିଙ୍ଗର ଟେଲର ସ୍ବିଫ୍ଟ, ବିଲ ଗେଟସ୍‌ ଏବଂ ଆମାଜନ୍‌ ମୁଖ୍ୟ ଜେଫ ବେଜସ୍‌ଙ୍କ ପ୍ରାଇଭେଟ୍‌ ଜେଟ୍‌ର ଟ୍ରାଭେଲ୍‌ ଡିଟେଲସ   ସେୟାର କରୁଥିଲେ । ସେତେବେଳେ ଏଲନ ମସ୍କ ଏସବୁ ଆକାଉଣ୍ଟକୁ ବନ୍ଦ କରିବା ଲାଗି ଦାବି କରିଥିଲେ ହେଁ ପରାଗ ଅଗ୍ରଓ୍ବାଲ ଏଭଳି କରିବାକୁ ଦେଇନଥିଲେ । ଆଉ ଏହା ପରେ ପରେ ଏଲନ ମସ୍କ ସମ୍ପୂର୍ଣ୍ଣ ଟ୍ବିଟରକୁ ଅଧିଗ୍ରହଣ କରିନେଇଥିଲେ ।

  • Elon Musk
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.