ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

APEC ସମ୍ମିଳନୀରେ ଜିନପିଙ୍ଗଙ୍କୁ ଭେଟିବେ ବାଇଡେନ୍‌ , ଯୋଗ ଦେବେନି ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ସାକ୍ଷାତ ହେବାକୁ ଯାଉଛି । ଚଳିତ ସପ୍ତାହରେ ଏହି ଭେଟଘାଟ ଆମେରିକାର ସାନଫ୍ରାନ୍ସିସକୋରେ ହେବାକୁ ଥିବା ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (ଆପେକ୍‌) ସମ୍ମଳନୀରେ ହେବ । ଏହି ସମ୍ମଳନୀରେ ୨୧ ସଦସ୍ୟ ରାଷ୍ଟ୍ର ଯୋଗ ଦେବାକୁ ଥିବା ବେଳେ ଏହି ସବୁ ଦେଶର ଜିଡିପି ମୋଟ ଜିଡିପିର ୬୨ ପ୍ରତିଶତ । ତେବେ ବିଶ୍ବରେ ହେଉଥିବା ବାଣିଜ୍ୟର ୫୦ ପ୍ରତିଶତ ଭାଗିଦାରୀ ହେଉଛନ୍ତି ଏହି ୨୧ ସଦସ୍ୟ ରାଷ୍ଟ୍ର ।

ଏହି ଆପେକ ସମ୍ମିଳନୀରେ ଜିନିପିଙ୍ଗ ସହ ବାଇଡେନ୍‌ କଥା ହେବା ସହ ଦୁଇ ଦେଶ ମଧ୍ୟରେ ଯେମିତି କୌଣସି ଭୁଲ ବୁଝାମଣା ନରୁହେ ତା ଉପରେ ଗୁରୁତ୍ବାରୋପ କରିପାରନ୍ତି ବୋଲି ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିଭାନ କହିଛନ୍ତି । ତେବେ ଆପେକର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଉଛି, ଅଷ୍ଟ୍ରେଲିଆ, ବ୍ରୁନେଇ, କାନାଡା, ଚିଲି, ଚୀନ୍‌, ହଙ୍ଗକଙ୍ଗ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ମେକ୍ସିକୋ, ନ୍ୟୁଜିଲାଣ୍ଡ, ପପୁଆ ନ୍ୟୁଗିନି, ପେରୁ, ଫିଲିପାଇନ୍ସ, ରୁଷ, ସିଙ୍ଗପୁର, ତାଇଓ୍ବାନ, ଥାଇଲାଣ୍ଡ, ଆମେରିକା ଏବଂ ଭିଏତନାମ ।

ସାନଫ୍ରାନ୍ସିସକୋରେ ଆୟୋଜିତ ହେବାକୁ ଥିବା ଆପେକ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ଯୋଗ ଦେବାକୁ ଥିବା ବେଳେ ତାଇଓ୍ବାନ ରାଷ୍ଟ୍ର ମୁଖ୍ୟ ଏଥିରେ ଯୋଗ ଦେବେନାହିଁ । ତାଇଓ୍ବାନ ପକ୍ଷରୁ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ଟିଏସଏମସିର ପ୍ରତିଷ୍ଠାତା ମୋରିସ ଚାଙ୍ଗ ପ୍ରତିନିଧିତ୍ବ କରିବେ ବୋଲି ଜଣାପଡ଼ିଛି ।

ସେପଟେ ୟୁକ୍ରେନ୍‌ରେ ଆକ୍ରମଣକୁ ନେଇ ସମାଲୋଚିତ ହୋଇଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୨୦୨୩ର ଆପେକ ସମ୍ମିଳନୀରେ ସାମିଲ ହେବେ ନାହିଁ । ୨୦୨୨ରେ ବ୍ୟାଙ୍କକରେ ଆୟୋଜିତ ହୋଇଥିବା ଆପେକ ସମ୍ମିଳନୀରେ ପୁଟିନ୍‌ ଯୋଗ ଦେଇନଥିଲେ । ଆଗାମୀ ଆପେକ ସମ୍ମିଳନୀରେ ବେଜିଂକୁ ନେଇ ଦ୍ବିମତ ପ୍ରକାଶ ପାଇପାରେ । କେହି କେହି ବେଜିଂକୁ ସମର୍ଥନ କରିପାରନ୍ତି ଆଉ କେତେକ ରାଷ୍ଟ୍ର ଚୀନ୍‌ରେ ମାନବଧିକାରକୁ ନେଇ ଥିବା ରେକର୍ଡକୁ ନେଇ ବିରୋଧ କରିପାରନ୍ତି । ଏହି ସମ୍ମିଳନୀରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସଂପର୍କରେ ଆଲୋଚନା ହେବାକୁ ଥିବା ବେଳେ ରୁଷ ଏବଂ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଆଲୋଚନା ହୋଇପାରେ ।

  • Xi Jinping
  • joe biden
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.