ପ୍ରମୂଖ ଖବର
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବ୍ୟାଙ୍କଗୁଡ଼ିକୁ ଆର୍‌ବିଆଇ ନିର୍ଦ୍ଦେଶ: ୩୦ ଦିନରେ ପ୍ରପର୍ଟି ଦସ୍ତାବିଜ୍‌ ଫେରାଅ, ନ ହେଲେ ଦିନକୁ ଗଣିବେ ୫,୦୦୦ ଜରିମାନା

ନୂଆଦିଲ୍ଲୀ,୧୪/୦୯: ଋଣ ସମ୍ପୂର୍ଣ୍ଣ ପରିଶୋଧ ହେବାର ୩୦ ଦିନ ମଧ୍ୟରେ ଋଣଗ୍ରହିତାଙ୍କୁ ବନ୍ଧକ ରଖାଯାଇଥିବା ସମସ୍ତ ପ୍ରପର୍ଟି ଦସ୍ତାବିଜ ଫେରାଇବେ  ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସି । ଏହା ନ କଲେ ପରିଣାମ  ଭୋଗିବେ । ଋଣ ସମ୍ପୂର୍ଣ୍ଣ ପରିଶୋଧ ହେବାର ୩୦ ଦିନ  ମଧ୍ୟରେ ଦସ୍ତାବିଜ ଫେରାଇ ଦେବାକୁ ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ) ସମସ୍ତ ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ୍‌  ବିତ୍ତୀୟ କମ୍ପାନି(ଏନ୍‌ବିଏଫ୍‌ସି) ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।  ଏହା ନ କଲେ ଦିନକୁ ୫,୦୦୦ ଟଙ୍କା ହିସାବରେ ଜରିମାନା  ଦେବା ପାଇଁ ଚେତାବନି ଦେଇଛି ସର୍ବୋଚ୍ଚ ବ୍ୟାଙ୍କ।

ବୁଧବାର କେନ୍ଦ୍ରୀୟ ବ୍ୟାଙ୍କ ସମସ୍ତ ବ୍ୟାଙ୍କ,  ଏନ୍‌ବିଏଫ୍‌ସି ଏବଂ ହାଉସିଂ ଫାଇନାନ୍ସ କମ୍ପାନିଗୁଡ଼ିକୁ  ପରାମର୍ଶ ଦେଇ ଏ ନିଷ୍ପତ୍ତି ଘୋଷଣା କରିଛି । ସେପ୍ଟେମ୍ବର  ୧୩ରେ ଏକ ବିଜ୍ଞପ୍ତି ଜାରି କରି ଆର୍‌ବିଆଇ ଏ ବିଷୟରେ  ସୂଚନା ଦେଇଛି । ବ୍ୟକ୍ତିଗତ ଋଣ, କାର ତଥା ଗୃହ ଋଣ, ଯେଉଁଥିରେ ବନ୍ଧକ ରହିଥାଏ ଉକ୍ତ କ୍ଷେତ୍ରରେ ଋଣ ସମ୍ପୂର୍ଣ୍ଣ  ପରିଶୋଧ ହେବାର ୩୦ ଦିନ ମଧ୍ୟରେ ବନ୍ଧକ ବାବଦ  କାଗଜପତ୍ର ଫେରାଇବା ପାଇଁ ଆର୍‌ବିଆଇ ପକ୍ଷରୁ ନିର୍ଦ୍ଦେଶ  ଦିଆଯାଇଛି । 

ବ୍ୟାଙ୍କ ତଥା ଅନ୍ୟାନ୍ୟ ନିୟନ୍ତ୍ରିତ ବିତ୍ତୀୟ  ପ୍ରତିଷ୍ଠାନଗୁଡ଼ିକ ଏ ନିର୍ଦ୍ଦେଶର ଅବମାନନାକଲେ ସେମାନେ  ପ୍ରତି ଦିନ ହିସାବରେ ୫,୦୦୦ ଟଙ୍କାର ଜରିମାନା ଦେବେ,  ଯାହା ଗ୍ରାହକଙ୍କୁ ମିଳିବ । ଏ ନିଷ୍ପତ୍ତି ୨୦୨୩ ଡିସେମ୍ବର  ୧ରୁ କାର୍ଯ୍ୟକାରୀ ହେବ । ରିଜର୍ଭ ବ୍ୟାଙ୍କର ଏ ପଦକ୍ଷେପର  ଉଦ୍ଦେଶ୍ୟ ବ୍ୟାଙ୍କ, ଏନ୍‌ବିଏଫ୍‌ସି ଏବଂ ଅନ୍ୟ ବିତ୍ତୀୟ ପ୍ରତିଷ୍ଠାନଗୁଡ଼ିକରୁ ଋଣ ନେଉଥିବା ଗ୍ରାହକଙ୍କ ଅଧିକାରର  ସୁରକ୍ଷା ଏବଂ ଋଣ ପ୍ରଦାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା । 

ରିଜର୍ଭ ବ୍ୟାଙ୍କକୁ ବାରମ୍ବାର ଅଭିଯୋଗ ମିଳୁଥିଲା ଯେ,  ଗ୍ରାହକ ଋଣ ପରିଶୋଧ କରିବା ପରେ ବି ବ୍ୟାଙ୍କ ଏବଂ  ଏନ୍‌ବିଏଫ୍‌ସି ସେମାନଙ୍କ ଦ୍ୱାରା ବନ୍ଧକ ରଖାଯାଇଥିବା  ପ୍ରପର୍ଟି ଦସ୍ତାବିଜ୍‌କୁ ଫେରାଇବାରେ ବିଳମ୍ବ କରୁଛନ୍ତି । ଏହା  ମଧ୍ୟରେ ବିବାଦ ଏବଂ ମକଦ୍ଦମା ଭଳି ସ୍ଥତି ଉପୁଜୁଛି ।  ତେଣୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଋଣଗ୍ରହିତାଙ୍କ  ସ୍ୱାର୍ଥରକ୍ଷା ପାଇଁ ଆର୍‌ବିଆଇ କଠୋର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.