ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

କେରଳରେ ‘ନିପା’ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି, କୋଝିକୋଡରେ ସପ୍ତାହକ ପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ

ନୂଆଦିଲ୍ଲୀ, ୧୬/୦୯: କେରଳର କୋଝିକୋଡରେ ‘ନିପା’ ଭାଇରସର ନୂଆ ମାମଲା ଆସିବା ପରେ ସମସ୍ତେ ଭୟଭୀତ ହୋଇ ପଡ଼ିଛନ୍ତି । ‘ନିପା’ ସଂକ୍ରମଣକୁ ଦେଖି କୋଝିକୋଡରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଆଗାମୀ ରବିବାର ସେପ୍ଟେମ୍ବର ୨୪ ଯାଏ ବନ୍ଦ ରଖା ଯାଇଛି । ସ୍କୁଲ୍, କଲେଜ ସହ କୋଚିଂ ସେଣ୍ଟର ଏହି ସମୟରେ ବନ୍ଦ ରହିବ । ଏହି ସମୟରେ ଅନଲାଇନ୍ କ୍ଲାସ୍ ହେବ ।

କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଭିନ ଗର୍ଗ ଶୁକ୍ରବାର କହିଛନ୍ତି, ‘ନିପା’ ଭୂତାଣୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୧୦୮୦କୁ ବୃଦ୍ଧି ପାଇଛି । ଶୁକ୍ରବାର ଦିନକରେ ୧୩୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନେ କି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଚିହ୍ନଟ ୧୦୮୦ ଜଣଙ୍କ ମଧ୍ୟରେ ୩୨୭ ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । 

ରାଜ୍ୟରେ ମୌସୁମୀ ସକ୍ରିୟ: ୧୮ରେ ଘୂର୍ଣ୍ଣିବଳୟ, ୧୯ରୁ ବଢ଼ିବ ବର୍ଷା

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୧୭୫ ଜଣ ହାଇରିସ୍କରେ ଅଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଅନୁସାରେ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ଅଗଷ୍ଟ ୩୦ରେ ମୃତ୍ୟୁବରଣ କରିଥିବା ବ୍ୟଙ୍କିଙ୍କ ରିପୋର୍ଟ ‘ନିପା’ ପଜିଟିଭ୍ ଆସିଛି । ଫଳରେ ରାଜ୍ୟରେ ମୋଟ ‘ନିପା’ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । 

ସୂଚନା ଅନୁସାରେ, ଅଗଷ୍ଟ ୩୦ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଅତିକମରେ ୧୭ ଜଣ ସାମିଲ୍ ହୋଇଥିଲେ । ସମସ୍ତଙ୍କୁ ଏବେ ଆଇସୋଲେସନରେ ରଖା ଯାଇଛି । ‘ନିପା’ ସଂକ୍ରମିତ ୪ ଜଣଙ୍କ ଚିକିତ୍ସା ଏବେ ମେଡିକାଲରେ ଚାଲିଛି । 

ପାର୍ବଣ ପୂର୍ବରୁ ଗର୍ଜିଛି ପୁଲିସର ବନ୍ଧୁକ: ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ମଙ୍ଗୁ ଆହତ

‘ନିପା’ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସମସ୍ତ ହସ୍ପିଟାଲରେ ମେଡିକାଲ୍ ବୋର୍ଡ ଗଠନ ପାଇଁ ପରାମର୍ଶ ଦିଆଯାଇଛି । ଏହି ବୋର୍ଡ ଦିନରେ ୨ ଥର ବୈଠକ କରିବ । ବୈଠକ ପରେ ପ୍ରସ୍ତୁତ ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗକୁ ଦିଆଯିବ । 

  • PrameyaOdia
  • nipah virus
  • Copyright © 2022 - Summa Real Media Private Limited. All Rights Reserved.