ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବନ୍ଧକଙ୍କୁ ଛାଡ଼ିଲେ ଅସ୍ତ୍ରବିରତି ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଦେଲେ ସଂକେତ, ଗାଜାର ୩୬ରୁ ୨୦ ହସ୍ପିଟାଲ୍ ବନ୍ଦ

ଜେରୁଜେଲମ୍, ୧୩/୧୧: ହମାସ୍ ସହ ଇସ୍ରାଏଲ୍ ଯୁଦ୍ଧ ଲଢ଼ୁଛି । ଯୁଦ୍ଧ ଭିତରେ ବଡ଼ ସଂକେତ ଦେଇଛନ୍ତି ନେତନ୍ୟାହୁ । ଆମେରିକୀୟ ଗଣମାଧ୍ୟମକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି, ଗାଜାରେ ହମାସ ବନ୍ଧକଙ୍କୁ ମୁକ୍ତ କଲେ ବୁଝାମଣା କରାଯାଇ ପାରେ । ତେବେ ଇସ୍ରାଏଲ୍ ଆଗାମୀ ଯୋଜନା କଣ ରହିଛି ସେନେଇ ନେତନ୍ୟାହୁ କିଛି ସ୍ପଷ୍ଟ କରି ନାହାନ୍ତି ।

ନେତନ୍ୟାହୁ କହିଛନ୍ତି, ବନ୍ଧକଙ୍କୁ ମୁକ୍ତ କଲେ ବୁଝାମଣା ହେବ । କିନ୍ତୁ ଆମେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବା ପରେ ବହୁତ କିଛି ବଦଳି ଯାଇଛି । ଏବେ ହମାସ୍ ଆତଙ୍କୀ ଇସ୍ରାଏଲର ୨୩୯ ଜଣଙ୍କୁ ବନ୍ଧକ ରଖିଛନ୍ତି । ବନ୍ଧକଙ୍କୁ ଉଦ୍ଧାର ପାଇଁ ଇସ୍ରାଏଲରେ ମଧ୍ୟ ଦାବି ଉଠିଲାଣି । ଲୋକେ ଦାବି କହିଛନ୍ତି, ଅସ୍ତ୍ରବିରତି କରି ବନ୍ଧକଙ୍କୁ ସରକାର ମୁକୁଳାଇ ଆଣନ୍ତୁ ।

କାର୍ ସଜାଡ଼ିବା ବେଳେ କେମିକାଲରୁ କୋଠାକୁ ବ୍ୟାପିଲା ନିଆଁ, ୬ ଜଣଙ୍କ ମୃତ୍ୟୁ

ପୂର୍ବରୁ ଅସ୍ତ୍ରବିରତି ପାଇଁ ନେତନ୍ୟାହୁ ମନା କରୁଥିବା ବେଳେ ବନ୍ଧକଙ୍କୁ ଛାଡ଼ିଲେ ଅସ୍ତ୍ରବିରତି ପାଇଁ ସଂକେତ ଦେଇଛନ୍ତି । ଅନ୍ୟପଟେ ନେତନ୍ୟାହୁଙ୍କ ମନ୍ତବ୍ୟକୁ କାଉଣ୍ଟର କରି ଗାଜାର ଅଧିକାରୀ କହିଛନ୍ତି, ବିଳମ୍ବ ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଦାୟୀ । ବନ୍ଧକଙ୍କୁ ମୁକ୍ତ କରିବା ଲାଗି ବୁଝାମଣା ପୂର୍ବରୁ ବି ହୋଇପାରି ଥାନ୍ତା । ନେତନ୍ୟାହୁ ବନ୍ଧକଙ୍କୁ ଜୀବିତ ଉଦ୍ଧାର ପରିବର୍ତ୍ତେ ନିଜ ରାଜନୈତିକ ଜୀବନ ପାଇଁ ବ୍ୟସ୍ତ ହୋଇ ପଡ଼ିଛନ୍ତି ।

ଆମେରିକା ପକ୍ଷରୁ କୁହାଯାଇଛି, ବନ୍ଧକଙ୍କୁ ମୁକ୍ତ କରିବା ଲାଗି ଆଲୋଚନା ଜାରି ରହିଛି । ଗାଜାର ହସ୍ପିଟାଲ୍ ସ୍ଥିତିକୁ ନେଇ ନେତନ୍ୟାହୁ କହିଛନ୍ତି, ରୋଗୀଙ୍କ ପାଇଁ ନିରାପଦ କରିଡର କରାଯାଇଛି । ସେମାନେ ଦକ୍ଷିଣ ଗାଜାକୁ ଯାଇ ପାରିବେ । ବନ୍ଦ ହୋଇଥିବା ଅଲ୍-ଶିଫା ହସ୍ପିଟାଲରୁ ୧୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ନେତନ୍ୟାହୁ ।

ଗାଜାରେ ହସ୍ପିଟାଲକୁ ବନ୍ଦ କରି ହମାସ୍ ଆତଙ୍କବାଦୀକୁ ଖୋଜୁଛି ଇସ୍ରାଏଲ୍

ଜାତିସଂଘ ସୂଚନା ଅନୁସାରେ, ଗାଜାର ୩୬ ହସ୍ପିଟାଲ୍ ମଧ୍ୟରୁ ୨୦ଟି ବନ୍ଦ ହୋଇ ଯାଇଛି । ହସ୍ପିଟାଲ୍ ଗୁଡ଼ିକରେ ୩ ଦିନ ହେଲା ବିଜୁଳି କି ପାଣି ନାହିଁ । ହସ୍ପିଟାଲ୍ ନିକଟରେ ଏବେ ବି ବୋମାମାଡ଼ ଜାରି ରହିଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.