ପ୍ରମୂଖ ଖବର
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସ୍ବାମୀଙ୍କ ସହ ଯାଉଥିବା ବେଳେ ସ୍ତ୍ରୀଙ୍କୁ ଅପହରଣ, ଉଦ୍ଧାର କଲା ପୋଲିସ...

ଜି.ଉଦୟଗିର,୮/୯ : ଫିରିଙ୍ଗିଆ ଅଞ୍ଚଳର ଏକ ଦମ୍ପତି ଆଜି ବାଇକ ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ନିକଟରେ ଏକ ସ୍କର୍ପିଓ ଗାଡିରେ କିଛି ଦୁର୍ବୃତ୍ତ ଆସି ବାଇକ୍‌କୁ ଜବରଦସ୍ତ ଅଟକାଇ ସ୍ତ୍ରୀଙ୍କୁ ଅପହରଣ କରି ନେଇଥିଲେ । ପରେ ଅପହୃତା ମହିଳାଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । 

ସୂଚନା ଅନୁଯାୟୀ, ଫିରିଙ୍ଗିଆ ଅଞ୍ଚଳର ବଲ୍ଲଭ ବିଶ୍ବାଳ(୩୧) ନିଜ ସ୍ତ୍ରୀଙ୍କ ସହ ବ୍ରହ୍ମପୁରକୁ ଯାଉଥିବା ବେଳେ କଳିଙ୍ଗା ନିକଟରେ ଏକ ସ୍କର୍ପିଓ ଯୋଗେ କେତେକ ଦୁର୍ବୃତ୍ତ ଆସି ବାଇକକୁ ଅଟକାଇ ଜୋର ଜବରଦସ୍ତ ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଅପହରଣ କରି ନେଇ ଯାଇଥିଲେ। ବଲ୍ଲଭ ସ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସ୍କର୍ପିଓ ପଛରେ ଗୋଡେଇ ଥିଲେ ବି  ସ୍ତ୍ରୀଙ୍କୁ ଉଦ୍ଧାର କରିପାରି ନଥିଲେ । ପରେ ସେ  ଜି.ଉଦୟଗିରି ଥାନାକୁ ଆସି ଏ ନେଇ ଏକ ଲିଖିତ ଅଭିଯୋଗ ଦେଇଥିଲେ । ବଲ୍ଲଭଙ୍କ ଅଭିଯୋଗକୁ ଭିତ୍ତି କରି ତୁରନ୍ତ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଚାରିଆଡେ ନାକାବନ୍ଦୀ କରି ଛାନ ଭିନ ଆରମ୍ଭ କରଥିଲେ । ପରେ ଅପହୃତା ମହିଳାଙ୍କୁ ସିର୍କି ନିକଟରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏ ନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ସ୍ବାଇଁ । ତେବେ ଦିନ ଦ୍ବିପ୍ରହରରେ ଏଭଳି ଅପହରଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.