ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ହାତରେ ମୋବାଇଲ , କାନ୍ଧରେ ରାଇଫଲ ; ପାର୍ଟିକୁ ଗଲେ ଅସ୍ତ୍ରଶସ୍ତ୍ର ନେଇ ଯାଉଛନ୍ତି ଇସ୍ରାଏଲୀୟ

ତେଲ ଅଭିଭ : ଇସ୍ରାଏଲରେ ୭ ଅକ୍ଟୋବରରେ ହମାସ ଭୀଷଣ ଆକ୍ରମଣ କରିଥିଲା ଏବଂ ଏକ ପାର୍ଟିରେ ପଶି ଏହାର ଆତଙ୍କବାଦୀମାନେ ଖୁବ୍‌ ଆତଙ୍କ ଖେଳାଇ ଦେଇ ଥିଲେ। ଏଥିରେ ଅନେକ ନିରୀହ ଇସ୍ରାଏଲୀୟ ଯୁବକ ଯୁବତୀଙ୍କ ଜୀବନ ଯାଇଥିଲା ଏବଂ ଶହ ଶହ ଲୋକଙ୍କୁ ପଣବନ୍ଦୀ କରାଯାଇ ଥିଲା। ଏହାପରେ ଏବେ ଇସ୍ରାଏଲରେ ମାହୋଲ ବଦଳି ଯାଇଛି। ଗୋଟେପଟେ ଇସ୍ରାଏଲର ସେନା ଗାଜାରେ ଖୁବ୍‌ ହମଲା ଜାରି ରଖିଥିବା ବେଳେ , ଅନ୍ୟପଟେ ଏହାର ସାଧାରଣ ଲୋକ ମଧ୍ୟ ପୂରା ପ୍ରସ୍ତୁତ ରହିଛନ୍ତି। ସେମାନେ ଯେକୌଣସି ହମଲାରେ ଏବେ ପ୍ରତିରୋଧ କରିବାକୁ ସକ୍ଷମ ହେବେ। ୭ ଅକ୍ଟୋବର ଭଳି ହମଲାର ସ୍ଥିତିରେ ସେ ନିଜ ଓ ପରିବାରର ସୁରକ୍ଷା କରି ପାରିବେ । ଏଥିପାଇଁ ଇସ୍ରାଏଲୀୟ ଯୁବପିଢି ଏବେ ଯୁଆଡ଼େ ଯାଉଛନ୍ତି ଅସ୍ତ୍ର ନେଇ ବୁଲୁଛନ୍ତି। ଖାଲି ଏତିକି ନୁହେଁ ନାଇଟ୍‌ ପାର୍ଟି ଗୁଡ଼ିକୁ ଯାଉଥିବା ଯୁବକ ଯୁବତୀ ମାନେ ମଧ୍ୟ ସାଥିରେ ଅସ୍ତ୍ରଶସ୍ତ୍ର ନେଇ ଯାଉଛନ୍ତି । 

ଏମିତି ଅନେକ ଚିତ୍ର ସାମନାକୁ ଆସିଛି , ଯେଉଁଥିରେ ଯୁବତୀଙ୍କ ହାତରେ ମୋବାଇଲ ଥିବା ବେଳେ , ସାଥିରେ ଆତ୍ମରକ୍ଷା ପାଇଁ କାନ୍ଧରେ ରାଇଫଲ ଝୁଲୁଛି। କପଲ୍ସ ମଧ୍ୟ ଅସ୍ତ୍ର ଧରି ଯାଉଥିବାର ଦେଖିବାକୁ ମିଳୁଛି। ଉଲ୍ଲେଖନୀୟ ଯେ , ଇସ୍ରାଏଲରେ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ମିଳିବା ନିୟମ ଆମେରିକା ଭଳି ସହଜ ନୁହେଁ। ସେଠାରେ ଅସ୍ତ୍ରଶସ୍ତ୍ର ରଖିବାର ଲାଇସେନ୍ସ ସେତେବେଳେ ମିଳିଥାଏ, ଯେବେ କାହାକୁ ଅତିରିକ୍ତ ସୁରକ୍ଷାର ଆବଶ୍ୟକତା ହୋଇଥାଏ ବା ଜୀବନ ବିପଦରେ ଥିବାର ସୂଚନା ମିଳିଥିଲେ। ପୂର୍ବରୁ ଇସ୍ରାଏଲରେ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ପାଇବାର ପ୍ରକ୍ରିୟା ମାସ ମାସ ଯାଏ ଚାଲୁ ଥିଲା, କିନ୍ତୁ ଏବେ କିଛି ଦିନ ଭିତରେ ହିଁ ଅନଲାଇନ୍‌ ଆବେଦନକୁ ମଞ୍ଜୁରୀ ମିଳୁଛି। 

ଏଥିପାଇଁ ଇସ୍ରାଏଲରେ ବହୁ ସଂଖ୍ୟାରେ ଲୋକେ ଅସ୍ତ୍ରଶସ୍ତ୍ର ପାଇଁ ଆବଦେନ କରୁଛନ୍ତି । ଅସ୍ତ୍ରଶସ୍ତ୍ର ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି ଏବଂ ଲୋକେ ସୁଟିଂ ରେଞ୍ଜକୁ ଯାଇ ବନ୍ଧୁକ ଚାଳନା ଶିଖୁଛନ୍ତି। ଏହିସବୁ ଲୋକଙ୍କ କହିବାନୁସାରେ, ସେମାନେ କୌଣସି ପ୍ରକାରେ ଆତଙ୍କୀ ହମଲା ବା ବିପଦର ସମ୍ମୁଖୀନ ସ୍ଥିତିରେ ନିଜ ସହ ପରିବାରର ସୁରକ୍ଷା କରି ପାରିବେ। 

କହି ରଖୁଛୁ କି, ଗତ ଏକ ମାସ ହେବ ଇସ୍ରାଏଲରେ ମାରଣାସ୍ତ୍ରର ଦେଢ ଲକ୍ଷ ଆବେଦନ ହୋଇ ସାଇଛି। ଏହା ପୂର୍ବରୁ ଗତ ବର୍ଷ ଏହି ଅବଧିରେ ପାଖାପାଖି ୪୨ ଲୋକ ଅସ୍ତ୍ର ପାଇଁ ଆପ୍ଲିକେସନ ଦେଇ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.