ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଖଳାରେ ପଡ଼ିଛି ଅମଳ ଧାନ, କୋହଲା ପାଗକୁ ନେଇ ଚିନ୍ତାରେ ଚାଷୀ

Published By : Prameya | November 25, 2023 5:51 PM

କୋକସରା, ୨୫/୧୧ : ଗତ କିଛିଦିନ ହେବ କୋହଲା ପାଗ କଳାହାଣ୍ଡି ଜିଲ୍ଲାରେ ଲାଗି ରହିଛି । ବର୍ତ୍ତମାନ ଖରିଫ ଋତୁ ଧାନ ପ୍ରାୟ ୬୦/୭୦ପ୍ରତିଶତ ଅମଳ କରି ଖୋଲା ଆକାଶ ଧାନ ଖଳାରେ ରଖି ମଣ୍ଡି କେବେ ଖୋଲିବ ସେ ନେଇ ଚାଷୀମାନେ ଅପେକ୍ଷା କରି ରହିଥିବାବେଳେ ବିଳମ୍ବିତ ମଣ୍ଡି ଚାଷିଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । କୋକସରା ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାବେଳେ ୨୨ପଞ୍ଚାୟତର ଚାଷୀମାନେ କେବଳ ଧାନ ଚାଷ କରି ପରିବାର ପ୍ରତିପୋଷଣ ସହ ନିଜର ଆର୍ଥିକ ସ୍ଥିତି କରିଥାନ୍ତି । 

ବ୍ଲକରେ ଇନ୍ଦ୍ରାବତୀ ବାମ କେନାଲ ଓ ଉଠା ଜଳସେଚନ, ବେହେରା ଡ୍ୟାମ ପ୍ରକଳ୍ପରୁ ଅନେକ ପଞ୍ଚାୟତର ଚାଷୀମାନେ ଜଳସେଚନର ସୁବିଧା ପାଉଥିବାବେଳେ କୋକସରା ବ୍ଲକ କୃଷି ବିଭାଗର ଆକଳନ ଅନୁସାରେ ଚଳିତ ବର୍ଷ ୧୯୫୩୦ ହେକ୍ଟର ଧାର୍ଯ୍ୟ ଲକ୍ଷ୍ୟ ରହିଥିବାବେଳେ ୧୮୭୮୬ ହେକ୍ଟର ଖରିଫ ଧାନ ଚାଷ ହୋଇଛି ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସ୍ୱଳ୍ପ ମିଆଦି ଧାନ ସବୁ ଅମଳ ଶେଷ ହୋଇଥିବାବେଳେ ଦୀର୍ଘ ମିଆଦି ଧାନ ଏବେ ଅମଳ କରୁଛନ୍ତି ଚାଷି । ଚଳିତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୯ତାରିଖରୁ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ପର୍ଯ୍ୟନ୍ତ ଧାନ ବିକ୍ରି ପଞ୍ଜିକରଣ କରିଥିବା ଚାଷିଙ୍କୁ ମଣ୍ଡିରେ ଧାନବିକ୍ରି କରିବା ପାଇଁ ଅନ ଲାଇନ ଟୋକନର ମେସେଜ ମଧ୍ୟ ଆସିନାହିଁ, କେବେ ଟୋକନ ମେସେଜ ଆସିବ ଓ କେବେ ଧାନ ବିକିବେ ଚାଷି ଏହାକୁ ନେଇ ମଧ୍ୟ ଚାଷୀ ଆଶା ଓ ଆଶଙ୍କାରେ ରହିଛନ୍ତି । 

ତେବେ ଲାଗି ରହିଥିବା କୋହଲା ପାଗ ଯୋଗୁଁ ଚାଷୀ ଅମଳ କରି ଖଳାରେ ବିକ୍ରି ପାଇଁ ରଖିଥିବା ଧାନକୁ ନେଇ ଚିନ୍ତାରେ ପଡିଛନ୍ତି । ସମ୍ବଳ ଥିବା ଚାଷୀଧାନକୁ ସୁରକ୍ଷିତ ରଖିଥିବାବେଳେ ଛୋଟ ଚାଷିମାନେ ଧାନକୁ ଖୋଲା ଆକାଶ ତଳେ ପଲିଥିନ କିମ୍ବା ପାଳ ଢାଙ୍କି ରଖିଛନ୍ତି । ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଶୀଘ୍ର ମଣ୍ଡି ଖୋଲିବାକୁ କୋକସରା ବ୍ଲକ ଅଞ୍ଚଳର ଚାଷି ଦାବି କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.