ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭାରତକୁ ମିଳିଲା ପ୍ରଥମ ସି-୨୯୫ ଟ୍ରାନ୍ସପୋର୍ଟ ବିମାନ

ନୂଆଦିଲ୍ଲୀ, ୧୩/୦୯: ବୁଧବାର ୟୁରୋପିଆନ୍ କମ୍ପାନୀ ଏୟାରବସ୍ ଡିଫେନ୍ସ ଆଡ୍ ସ୍ପେସ୍ ଭାରତକୁ ପ୍ରଥମ ସି-୨୯୫ ଟ୍ରାକ୍ଟିକଲ୍ ମିଲିଟ୍ରି ଏୟାର ଲିଫ୍ଟ ପ୍ଲେନ୍ ହସ୍ତାନ୍ତର କରିଛି । ବାୟୁସେନା ମୁଖ୍ୟ ମାର୍ଶଲ ବିଆର୍ ଚୌଧୁରୀ ସ୍ପେନରୁ ଏହି ଟ୍ରାନ୍ସପୋର୍ଟ ବିମାନକୁ ଗ୍ରହଣ କରିଛନ୍ତି ।

ଖୁବଶୀଘ୍ର ଏହି ଟ୍ରାନ୍ସପୋର୍ଟ ବିମାନକୁ ଭାରତ ଅଣାଯିବ । ରିପୋର୍ଟ ଅନୁସାରେ, ଭାରତୀୟ ବାୟୁସେନାରେ ଏହି ବିମାନକୁ ହିଣ୍ଡନ ଏୟାରବେସରେ ଚଳିତ ମାସରେ ସାମିଲ୍ କରାଯିବ । ଅନ୍ୟ ବିମାନ ୨୦୨ ମେ ସୁଦ୍ଧା ଭାରତ ଆସିବ ।

ଅଧରାତିରେ ଶୋଇଥିବା ବେଳେ ୯ ମହଲା କୋଠାରେ ଅଗ୍ନିକାଣ୍ଡ, ୫୦ ଜଣଙ୍କ ମୃତ୍ୟୁ

ସି-୨୯୫ ଟ୍ରାନ୍ସପୋର୍ଟ ବିମାନର ମୁତୟନ ଆଗ୍ରା ଏୟାରବେସରେ କରାଯିବ । ସେଠାରେ ଆସନ୍ତାବର୍ଷ ସୁଦ୍ଧା ପାଇଲଟ୍ ଟ୍ରେନିଂ ସେଣ୍ଟର ପ୍ରସ୍ତୁତ ହୋଇଯିବ । ୨୦୨୧ ସେପ୍ଟେମ୍ବରରେ ଭାରତ ସି-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଲାଗି ଆଡସ୍ପେସ୍ ସହିତ ୨୧ ହଜାର କୋଟିର ଡିଲ୍ କରିଥିଲା । ଯେଉଁଥିରେ ୫୬ଟି ବିମାନ ନେଇ ବୁଝାମଣା ହୋଇଥିଲା ।

ଚୁକ୍ତି ଅନୁସାରେ, ୧୬ଟି ବିମାନ ସ୍ପେନରୁ ଉଡ଼ାଣ କରି ଭାରତ ଆସିବେ । ବଳକା ୪୦ ବିମାନ ଗୁଜରାଟର ଭଦୋଦରାରେ ଟାଟା ଆଡଭାନ୍ସ ସିଷ୍ଟମ କମ୍ପାନୀ ନିର୍ମାଣ କରିବ । ୨୦୨୪ରେ ଟାଟା ଆଡଭାନ୍ସ ଭଦୋଦରାରେ ସି-୨୯୫ ବିମାନର ନିର୍ମାଣ ଆରମ୍ଭ କରିବ । ପ୍ରଥମ ସ୍ୱଦେଶୀ ସି-୨୯୫ ବିମାନ ୨୦୨୬ ସୁଦ୍ଧା ନିର୍ମାଣ ଲକ୍ଷ୍ୟ ରଖା ଯାଇଛି । 

ମେକ୍ସିକୋ ସଂସଦରେ ଦୁଇଟି ଏଲିଅନ୍‌ ପ୍ରଦର୍ଶନକୁ ନେଇ ଚର୍ଚ୍ଚା, ମଣିଷ ପରି ଚେହେରା, ହାତରେ ରହିଛି ୩ଟି ଲେଖାଏଁ ଆଙ୍ଗୁଳି

ଚୂଡ଼ାନ୍ତ ନିର୍ମାଣ ପାଇଁ ଏୟାରବସ୍ ଓ ଟାଟାର ହାଇଦ୍ରାବାଦ ଏବଂ ନାଗପୁର କାରଖାନାରେ ୧୪ ହଜାରରୁ ଅଧିକ ସ୍ୱଦେଶୀ ପାର୍ଟ୍ସ ନିର୍ମାଣ କରାଯାଇ ଭଦୋଦରା ପଠାଇବ । ୨୦୩୧ ସୁଦ୍ଧା ବାୟୁସେନାକୁ ସମସ୍ତ ୪୦ଟି ସି-୨୯୫ ବିମାନ ପ୍ରଦାନ ଲକ୍ଷ୍ୟ ରଖା ଯାଇଛି । 

ବାୟୁସେନା ବ୍ୟତୀତ ନୌସେନା ଓ କୋଷ୍ଟଗାର୍ଡ ମଧ୍ୟ ୧୫ରୁ ୧୬ଟି ବିମାନ କିଣିପାରନ୍ତି । ଏବେ ଏହାକୁ ନେଇ ଆଲୋଚନା ଚାଲିଛି । ନୌସେନା ଲାଗି ୧୦ଟି ବିମାନ ଓ କୋଷ୍ଟଗାର୍ଡ ଲାଗି ୬ଟି ବିମାନ ଅଣାଯାଇ ପାରେ । ବିଏସଏଫ୍ ମଧ୍ୟ ଏହି ବିମାନ କିଣିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି । 

ଉଜ୍ବଳା ଯୋଜନାକୁ ନେଇ ସରକାରଙ୍କ ବଡ ଘୋଷଣା, ଆଗାମୀ ୩ ବର୍ଷରେ ୭୫ ଲକ୍ଷ ମାଗଣା କନେକସନ ଦେବେ ସରକାର...

ସି-୨୯୫ର ସ୍ୱତନ୍ତ୍ରତା

ଏହି ବିମାନ ସ୍ୱଳ୍ପ ସମୟରେ ଉଡ଼ାଣ ଓ ଅବତରଣ କରି ପାରିବ । କମ୍ପାନୀ ଅନୁସାରେ, ଏହା ୩୨୦ ମିଟର ଦୂରରୁ ଉଡ଼ାଣ କରିବ ଏବଂ ଲ୍ୟାଣ୍ଡିଂ ପାଇଁ ୬୭୦ ମିଟର ଲମ୍ବ ଯଥେଷ୍ଟ । ଅର୍ଥାତ୍ ଲଦାଖ, କାଶ୍ମୀର, ସିକ୍କିମ୍ ଭଳି ପର୍ବତାଞ୍ଚଳରେ ଅପରେସନ୍ ଲାଗି ଏହି ବିମାନ ସହାୟକ ହେବ । 

ଗୋଟିଏ ଥରରେ ୭୧ ସୈନିକ, ୪୪ ପାରାଟ୍ରୁପ୍ସ, ୨୪ ଷ୍ଟ୍ରେଚର ନେଇ ପାରିବ । ଏହି ବିମାନ ଲଗାତାର୧୧ ଘଣ୍ଟା ଧରି ଉଡ଼ାଣ ଭରି ପାରିବ । ଏହି ବିମାନର ପଛ ଭାଗରେ ରାମ୍ପ ଡୋର୍ ରହିଛି । ବାୟୁସେନାର ଏୟରୋ ଟ୍ରାନ୍ସପୋର୍ଟ ସ୍ଥାନରେ ସି-୨୯୫କୁ ସାମିଲ୍ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.