ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଏହି ୫ଟି ଅଭ୍ୟାସ ଠାରୁ ଦୂରେଇ ରହିଲେ ବୟସ୍କ ଜଣାପଡ଼ିବେ ନାହିଁ , ତ୍ୱଚାରେ ଆସିବ ଚମକ

ନୂଆଦିଲ୍ଲୀ – ବୟସ ବୃଦ୍ଧିକୁ କେହି ରୋକି ପାରି ନାହାନ୍ତି। ସମୟ ସହ ସମସ୍ତଙ୍କର ବୟସ ବଢି ଥାଏ ଏବଂ ବୟସ ସହ ଆପଣଙ୍କ ଶରୀରରେ ପରିବର୍ତ୍ତନ ସାଧାରଣ କଥା ହୋଇଥାଏ। କିନ୍ତୁ କେବେ କେବେ ସମୟ ପୂର୍ବରୁ ବୟସ ବଢିବାର ଲକ୍ଷଣ ଭଳି ଚର୍ମ କୁଞ୍ଚନ ଓ ଫାଇନ୍ ଲାଇନ୍ସ ନଜର ଆସିଥାଏ, ଯାହାକୁ ପ୍ରିମେଚ୍ୟୋର ଏଜିଙ୍ଗ୍‌ କହନ୍ତି । ଏହାର କାରଣରୁ ଖରାପ ଲାଇଫ୍‌ ଷ୍ଟାଇଲ୍‌ ଓ ପର୍ଯ୍ୟାବରଣ ସହ ଜଡ଼ିତ କାରଣ ହୋଇଥାଏ। ପ୍ରିମେଚ୍ୟୋର ଏଜିଙ୍ଗ୍‌ର ସବୁଠୁ ସାଧାରଣ ଲକ୍ଷଣ ମଧ୍ୟରେ ସ୍କିନରେ ରିଙ୍କଲ , ଏଜ୍ ସ୍ପଟ୍ସ, ଡ୍ରାଇନେସ୍‌ ବା ସ୍କିନ୍‌ ଟୋନ୍‌ରେ ପରିବର୍ତ୍ତନ। ହେଲେ ସୁସ୍ଥ ଲାଇଫଷ୍ଟାଇଲର ଅଭ୍ୟାସ ,ସମୟ ପୂର୍ବରୁ ଏହି ଲକ୍ଷଣ ସବୁ ଆସିବା ପୂର୍ବରୁ ରୋକିବାରେ ସାହାଯ୍ୟ କରିପାରେ।

ଚିନି – ଚିନି ଏଜିଙ୍ଗକୁ ଖୁବ୍‌ ଜୋରରେ ବଢାଇ ଥାଏ ଏବଂ ଆପଣଙ୍କୁ ସମୟ ପୂର୍ବରୁ ବୟସ୍କ କରାଇ ଦିଏ। ଏଥିପାଇଁ ୨୫ ବର୍ଷ ବୟସ ପରେ ଆପଣଙ୍କୁ ନିଜର ଡାଇଟ୍‌ରୁ ଚିନିର ସେବନକୁ ସୀମିତ କରି ଦେବା ଉଚିତ୍‌। ଏହା ଶରୀର ପାଇଁ ମଧ୍ୟ ଖୁବ୍‌ ହାନିକାରକ ହୋଇଥାଏ।

ଧୂମ୍ରପାନ – ଧୂମ୍ରପାନରେ ଥିବା ନିକୋଟିନ୍‌ ଶରୀର ସହ ସ୍କିନ୍‌ ସେଲ୍ସ ପାଇଁ ମଧ୍ୟ ଖୁବ୍‌ ହାନିକାରକ ହୋଇଥାଏ। ଏହା ଆପଣଙ୍କ କୋଷ ଗୁଡ଼ିକୁ ଖୁବ୍‌ ଜୋରରେ କ୍ଷତି କରିଥାଏ , ଏହି କାରଣରୁ ଆପଣ ସମୟ ପୂର୍ବରୁ ବୟସ୍କ ନଜର ଆସନ୍ତି। 

କାର୍ବୋହାଇଡ୍ରେଟ୍‌ – ଚିନି ସହ କାର୍ବୋହାଇଡ୍ରେଟ୍‌ରେ ଭରପୂର ଭୋଜନ ମଧ୍ୟ ଫାଷ୍ଟ ଏଜିଙ୍ଗର କାରଣ ସାଜିଥାଏ। ମଇଦାରେ ତିଆରି ଜିନିଷ ପିଜ୍ଜା , ବର୍ଗର , ବିସ୍କୁଟ୍‌ ଓ ଫାଷ୍ଟ ଫୁଡ୍‌ର ସେବନ ଆପଣଙ୍କୁ ସମୟ ପୂର୍ବରୁ ବୃଦ୍ଧ କରିଦିଏ।

ମଦ୍ୟପାନ- ଅଧିକ ମଦ୍ୟପାନରେ ବି ସ୍କିନ ଖୁବ୍‌ ଜୋରରେ ଏଜିଙ୍ଗ ଆଡ଼କୁ ବଢିଥାଏ ,କାରଣ ମଦ ସ୍କିନକୁ ଡିହାଇଡ୍ରେଟେଡ୍‌ କରିଦିଏ , ଯେଉଁଥିରେ ଏଜିଙ୍ଗର ଲକ୍ଷଣ ସାମନାକୁ ଆସେ। ଦୀର୍ଘ ସମୟ ଯାଏ ମଦ ସେବନ କରିବା ସ୍କିନ୍‌କୁ ବୃଦ୍ଧ ଓ ନିଷ୍କ୍ରିୟ କରିଦିଏ । 

ନିଦ ପୂରା ନହେବ – ଶୋଇବା ସମୟରେ ଶରୀରରେ ସ୍କିନ୍‌ ସେଲ୍ସର ମରାମତି କାମ ହୋଇଥାଏ। ନିଦ ପୂରା ନହେବାର ପ୍ରଭାବ ମଧ୍ୟ ସ୍କିନ୍‌ ଉପରେ ପଡ଼ିଥାଏ ଏବଂ ପ୍ରିମେଚ୍ୟୋର ଏଜିଙ୍ଗର ସମସ୍ୟା ହେବାକୁ ଲାଗେ। ଏହା ଶରୀର ଉପରେ ଅଧିକ ପ୍ରଭାବ ପକାଇ ଥାଏ , ଯେଉଁଥିରେ କ୍ଲାନ୍ତ ହେବା ସମସ୍ୟାରୁ ମୁକୁଳିବା ମୁସ୍କିଲ ହୋଇଥାଏ। ନିଦ ଆପଣଙ୍କର ମେଟାବଲିଜିମ୍‌କୁ ମଧ୍ୟ ଠିକ୍‌ ରଖିଥାଏ , ଯେଉଁଥିରେ ଆପଣଙ୍କ ଶରୀର ଠିକ୍‌ରେ କାମ କରିଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.