ପ୍ରମୂଖ ଖବର

୧୨୦ ବର୍ଷରେ ସବୁଠୁ ଶକ୍ତିଶାଳୀ ଭୂମିକମ୍ପ; ୬.୮ ତୀବ୍ରତାରେ ଥରିଲା ମୋରୋକ୍କୋ, ୨୯୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୦/୦୯: ଉତ୍ତର ଆଫ୍ରିକୀୟ ଦେଶ ମୋରୋକ୍କୋରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ରାତି ୧୧ଟା ୧୧ରେ ଆସିଥିବା ୬.୮ ତୀବ୍ରତାର ଭୂମିକମ୍ପ ୭୧ କିଲୋମିଟର ଅଞ୍ଚଳରେ ଅନୁଭୂତ ହୋଇଛି । ଭୂମିକମ୍ପରେ ଏବେ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ମିଡିଆ ରିପୋର୍ଟରୁ ଜଣାପଡ଼ିଛି ।

ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ଅନୁସାରେ, ମୋରୋକ୍କୋରେ ଆସିଥିବା ଏହି ଭୂମିକମ୍ପ ୧୨୦ ବର୍ଷ ମଧ୍ୟରେ ସବୁଠୁ ଶକ୍ତିଶାଳୀ ଅଟେ । ଭୂମିକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡ଼ି ଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଏଟଲସ୍ ପର୍ବତ ନିକଟ ଇଘିଲ୍ ବୋଲି କୁହାଯାଉଛି । ଭୂମିକମ୍ପ ପରେ ଲୋକେ ଜୀବନ ବଞ୍ଚାଇବା ଲାଗି ଏଣେତେଣେ ଧାଁ ଦଉଡ଼ କରିଥିଲେ ।

ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଭୂମିକମ୍ପ ପରେ ଏକାଧିକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଟେଲିଫୋନ୍ ଲାଇନ୍ କାମ କରୁନାହିଁ । ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଭିଡ଼ ବଢ଼ିବାରେ ଲାଗିଛି । ମୋରୋକ୍କୋକୁ ଲାଗି ରହିଥିବା ଆଲଜେରିଆରେ ଭୂମିକମ୍ପ ଅନୁଭୂତ ହୋଇଛି ।

ଏହା ପୂର୍ବରୁ ୨୦୦୪ ମସିହାରେ ମୋରୋକ୍କୋର ଅଲ୍ ହୋସେଇମାରେ ହୋଇଥିବା ଭୂମିକମ୍ପରେ ୬୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୧୯୮୦ରେ ଆସିଥିବା ୭.୩ ତୀବ୍ରତାର ଭୂମିକମ୍ପରେ ଆଲଜେରିଆରେ ୨୫୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୩ ଲକ୍ଷ ଲୋକ ବାସହରା ହୋଇଥିଲେ । 

୧୧ରୁ ବଢ଼ିବ ବର୍ଷା, ଶନିବାର ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

  • Earthquake
  • Morocco
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.