ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ମୋର ଭାରତ ରତ୍ନ ଦରକାର ...! ଗୋରଖପୁରର ଯୁବକ କମିଶନରଙ୍କୁ ଲେଖିଲେ ଚିଠି, ଅଫିସର ମଧ୍ୟ ଫରୱାର୍ଡ କରି ଦେଲେ

ଗୋରଖପୁର : ଗୋରଖପୁରର ଜଣେ ଯୁବକ ନିଜ ପାଇଁ ଦେଶର ସବୁଠୁ ବଡ଼ ସମ୍ମାନ ଭାରତ ରତ୍ନ ଦାବି କରିଛନ୍ତି। ଏହାକୁ ନେଇ ସେ କମିଶନରଙ୍କୁ ଚିଠି ଲେଖିଛନ୍ତି । ଆଶ୍ଚର୍ଯ୍ୟର କଥା ଏହା କି, ଚିଠିକୁ ଅନେକ ଅଧିକାରୀ ଫରୱାର୍ଡ ମଧ୍ୟ କରି ଦେଇଛନ୍ତି। ଅଧିକାରୀଙ୍କ ଦସ୍ତଖତ ଥିବା ଚିଠି ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି, ଏହାପରେ ଅଫିସରଙ୍କ ମଧ୍ୟରେ ଛନକା ପଶି ଯାଇଛି। ନିଜ ଭୁଲର ଅନୁଭବ ହୋଇଛି। ଯେଉଁ ଅଫିସରମାନେ ଦସ୍ତଖତ କରିଛନ୍ତି, ଏଥିରେ କେହି ବି ଚିଠିକୁ ଧ୍ୟାନରେ ପଢି ବି ନଥିଲେ। ବର୍ତ୍ତମାନ ଅଧିକାରୀମାନେ ପୂରା ମାମଲାରେ କିଛି ମଧ୍ୟ କହିବାକୁ ମନା କରି ଦେଇଛନ୍ତି। 

ଏବିପି ନ୍ୟୁଜ୍‌ ଅନୁସାରେ, ପିପରାଇଚ୍‌ ଥାନା ତଥା ସଦର ତହସିଲର କୁସମହି ବଜାରର ମହରାଜି ଗାଁର, ଉତ୍ତର ଟୋଲାରେ ରହୁଥିବା ବିନୋଦ କୁମାର ଗୌଡ଼ ଏହି ଚିଠି ଲେଖିଛନ୍ତି। ଚିଠିରେ ଅକ୍ଟୋବର ମାସର ତାରିଖ ରହିଛି। ଚିଠିରେ ବିନୋଦ କୁମାର ଗୋଣ୍ଡ ଦାବି କରିଛନ୍ତି କି, ସେ ୩୦ ସେପ୍ଟେମ୍ୱର ୨୦୨୩ରେ ସନ୍ଧ୍ୟା ବନ୍ଦନା ଅର୍ଥାତ୍‌ ସନ୍ଧ୍ୟା ପୂଜା ପୂର୍ବରୁ ଧ୍ୟାନ ସାଧନାରେ ବସି ତପସ୍ୟା କରୁଥିଲେ। ଏହି ସମୟରେ ତାଙ୍କ ଅନ୍ତଃକରଣରୁ କେହି ଜଣେ ତୀବ୍ର ଗତିରେ କିଛି କହିବାର ଶୁଣାଗଲା , ମୋର ଭାରତ ରତ୍ନ ଦରକାର। ମୋର ଭାରତ ରତ୍ନ ଦରକାର। ଏହାପରେ ସେ ଅଧିକାରୀଙ୍କୁ ଚିଠି ଲେଖି ଭାରତ ରତ୍ନ ଦେବାକୁ ଦାବି କରି ଥିଲେ। ଏହାପରେ ଅଧିକାରୀମାନେ ତାକୁ ନପଢି ଚିଠିକୁ ପରୱାର୍ଡ କରି ଦେଲେ। ଅଧିକାରୀଙ୍କ ହସ୍ତାକ୍ଷର ଥିବା ଏହି ଚିଠି ଭାଇରାଲ ହୋଇଛି ତ ଅଫିସରଙ୍କ ମଧ୍ୟରେ ହଙ୍ଗାମା ସୃଷ୍ଟି ହୋଇଛି।

ଏହି ଚିଠିକୁ କମିଶନର କାର୍ଯ୍ୟାଳୟ ଗୋରଖପୁର ନାମରେ ପ୍ରେରିତ କରାଯାଇଛି। ସେଠାରୁ ଏହି ଚିଠିକୁ ଉପର ଆୟୁକ୍ତ (ନ୍ୟାୟିକ) ଦ୍ୱାରା କାର୍ଯ୍ୟାନୁଷ୍ଠାନ ପାଇଁ ଗୋରଖପୁରର ଜିଲ୍ଲାଧିକାରୀଙ୍କୁ ପଠା ଯାଇଛି। ଏହା ଉପରେ ତାଙ୍କର ମୋହର ବି ଲାଗିଛି। ଏହାପରେ ଚିଠି ଜିଲ୍ଲା ଅଧିକାର, ଜଏଣ୍ଟ ମାଜିଷ୍ଟ୍ରେଟ୍‌/ ଏଡିଏମ୍‌ ସଦର, ତହସିଲଦାର ସଦର, ସିଡିଓ ଅର୍ଥାତ୍ ମୁଖ୍ୟ ବିକାଶ ଅଧିକାରୀଙ୍କ ହସ୍ତାକ୍ଷର ଓ ସାଇନ୍‌ ସହ ଆଗକୁ ପଠାଇ ଦେଇ ଥିଲେ। 

କାର୍ଯ୍ୟାଳୟ ଆୟୁକ୍ତ ଗୋରଖପୁରକୁ ପଠା ଯାଇଥିବା ଚିଠିରେ ବିନୋଦ ଗୌଡ଼ ଲେଖିଛନ୍ତି କି, ସବିନୟ ନିବେଦନ କି ପ୍ରାର୍ଥୀ ବିନୋଦ କୁମାର ଗୌଡ଼ , ପୁତ୍ର ସ୍ୱର୍ଗୀୟ ତୁଳସୀ ପ୍ରସାଦ ଗୌଡ଼ , ଗ୍ରାମ ମହରାଜି ଉତ୍ତର ଟୋଲା , ପୋଷ୍ଟ କୁସମହି ବଜାର , ଥାନା ପିପରାଇଚ , ତହସିଲ ସଦର ଜିଲ୍ଲା ଗୋରଖପୁର ଉତ୍ତର ପ୍ରଦେଶ , ଭାରତ। ୩୦ ସେପ୍ଟେମ୍ୱର ୨୦୨୩ ସନ୍ଧ୍ୟା ବନ୍ଧନ ପୂର୍ବରୁ ଧ୍ୟାନ ସାଧନାରେ ବସି ତପସ୍ୟା କରୁଥିବା ବେଳେ, ହଠାତ୍‌ ମୋର ଅନ୍ତଃକରଣରୁ ଶୁଣା ଗଲା କି, ମୋତେ ଭାରତ ରତ୍ନ ମିଳିବା ଉଚିତ୍‌, ମୋତେ ଭାରତ ରତ୍ନ ଦରକାରର ସ୍ୱର ବହୁତ ତୀବ୍ର ଗତିରେ ସୃଷ୍ଟି ହୋଇଥିଲା। ଶେଷରେ ଆପଣ ଶ୍ରୀମାନ ଜୀଙ୍କୁ ନିବେଦନ କି ପ୍ରାର୍ଥୀର ସମସ୍ତ ମନୋକାମନା ପୂର୍ଣ୍ଣକରି ଭାରତ ରତ୍ନରେ ସମ୍ମାନିତ କରିବାର କୃପା କରନ୍ତୁ। 

 

Copyright © 2022 - Summa Real Media Private Limited. All Rights Reserved.