ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ପରକୀୟା ପ୍ରୀତିର କରୁଣ ପରିଣତି : ସ୍ତ୍ରୀ ଓ ପ୍ରେମିକର ତଣ୍ଟି କାଟିଲା ସ୍ବାମୀ

Published By : Suraj Kumar | July 9, 2025 9:22 PM

ସଠିପୁର,୯।୭: ପରକୀୟା ପ୍ରୀତିରୁ ହତ୍ୟା ଉଦ୍ୟମ । ପ୍ରେମିକ ସହ ୧୦  ମାସ ତଳେ ଫେରାର ହୋଇଥିବା ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ। ଏଥିସହ ପ୍ରେମିକର ତଣ୍ଟି ଏବଂ ଗୁପ୍ତାଙ୍ଗ କାଟି ହତ୍ୟା ଉଦ୍ୟମ ମଧ୍ୟ କରିଛି ସ୍ବାମୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି କୋରେଇ ଥାନା ଚାରଦା ଗ୍ରାମରେ ।

କୋରେଇ ଥାନା ଚାରଦା ଗ୍ରାମର ଜଣେ ମହିଳା  ପ୍ରାୟ ୧୦ ମାସ ତଳେ ଖସାଗାଡ଼ିଆ ଗ୍ରାମରେ ଥିବା ନିଜ‌ ପ୍ରେମିକ ସହ ଫେରାର ହୋଇଯାଇଥିଲା ।  ପୂର୍ବରୁ ପ୍ରେମିକ ଜଣକ ଦୁଇଟି ବିବାହ କରିଥିବା ବେଳେ ଉକ୍ତ ମହିଳାଙ୍କୁ ନେଇ ଯାଜପୁର ଟାଉନରେ ରଖିଥିଲା । ବୁଧବାର ଅପରାହ୍ନରେ ମହିଳା  ଓ ତାଙ୍କ ପ୍ରେମିକ ସାଙ୍ଗ ହୋଇ ଆସୁଥିଲେ। ଏହି ସମୟରେ ସଦର ଥାନା ମାଳହାଟ ନିକଟରେ ମହିଳାଙ୍କ ସ୍ୱାମୀ ସେମାନଙ୍କୁ ଅଟକାଇ ବ୍ଲେଡରେ ଆକ୍ରମଣ କରିଥିଲା । ନିଜ ସ୍ତ୍ରୀର ବେକ କାଟିଦେବା ସହ  ପ୍ରେମିକର ବେକ ଓ ଗୁପ୍ତାଙ୍ଗ କାଟିଦେଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.