ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଡେଲାଙ୍ଗରେ କୁକୁଡା ମଡ଼କ, ଚିନ୍ତାରେ ଚାଷୀ

Published By : Rasmita Pradhan | July 10, 2025 8:46 AM

ଡେଲାଙ୍ଗ, ୧୦/୦୭ : ଡେଲାଙ୍ଗ ବ୍ଲକରେ କୁକୁଡ଼ା ମଡ଼କ। ଅଜଣା ରୋଗରେ ମରିଯାଉଛନ୍ତି ହଜାର ହଜାର ସଂଖ୍ୟାରେ ବ୍ରଏଲର କୁକୁଡ଼ା। ଧାର କରଜ କରିଥିବା କୁକୁଡ଼ା ଚାଷୀଙ୍କ ମୁଣ୍ଡରେ ଏବେ ପଡିଛି ଚଡ଼କ। ଡେଲାଙ୍ଗ ବ୍ଲକ ଅଧୀନ ଆଙ୍କୁଲା, ସିଂହବ୍ରହ୍ମପୁର, ଚାଇଁପୁର, ମୋଟରୀ, ବେଗୁନିଆପଡା ଆଦି ଗ୍ରାମରେ ଏହି ରୋଗରେ ୨୦ ହଜାରରୁ ଊର୍ଦ୍ଧ୍ୱ କୁକୁଡା ମରିସାରିଲେଣି। ଅନେକ ଚାଷୀ ଦୁଶ୍ଚିନ୍ତାରେ ରହିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଫାର୍ମଗୁଡିକୁ ବିଶୋଧନ କରାଯିବା ସହିତ ମଲା କୁକୁଡ଼ାଙ୍କର ନମୁନା ପରୀକ୍ଷା ନିମନ୍ତେ ପଠାଯାଇଛି । ବାର୍ଡଫ୍ଲୁ ଆଶଙ୍କା କରାଯାଉଛି । 

ସୂଚନା ଥାଉକି, ଗତ ବର୍ଷ ବାର୍ଡ ଫ୍ଲୁ ଯୋଗୁ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ କୁକୁଡ଼ା ମଡ଼କ ପଡ଼ିଥିଲା । ଲକ୍ଷାଧିକ ବ୍ରଏଲର କୁକୁଡ଼ା ମରିଯାଇଥିବା ବେଳେ ଚାଷୀଙ୍କର ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିଲା । ଚଳିତ ବର୍ଷ ପୁନର୍ବାର କୁକୁଡ଼ା ମଡ଼କ ପଡିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ସ୍ଥାନୀୟ ଚାଷୀଙ୍କ କହିବା ମୁତାବକ ଗତ କିଛିଦିନ ହେବ ଅଜଣା ରୋଗ ଦାଉରୁ ପ୍ରତିଦିନ ଅଳ୍ପସଂଖ୍ୟକ କୁକୁଡ଼ା ମରୁଥିଲେ । ଏହି ଘଟଣା ସମ୍ପର୍କରେ ଚାଷୀମାନେ ବ୍ଲକ କୁକୁଡ଼ା ଚାଷୀ ସଂଘରେ ଜଣାଇଥିଲେ । ସଂଘର ସଭାପତି ଗୋପାଳଚନ୍ଦ୍ର ସ୍ୱାଇଁ, ସମ୍ପାଦକ ପ୍ରଶାନ୍ତ ପ୍ରଧାନ, କୃଷକ ନେତା ଅଶୋକ ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟ ଚାଷୀମାନେ ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସମେତ ସ୍ଥାନୀୟ ବିଧାୟକଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ଦିନକୁ ଦିନ କୁକୁଡ଼ାଙ୍କ ମୃତ୍ୟୁ ହାର ବଢ଼ିବାରେ ଲାଗିଛି । ମଲା କୁକୁଡାଙ୍କୁ ଏଣେତଣେ ନଫିଙ୍ଗି ଖାଲି ସ୍ଥାନରେ ଗାତ କରି ଚୁନ ଏବଂ ବ୍ଲିଚିଂ ପାଉଡର ପକାଇ ପୋତିଦେବାକୁ ବିଭାଗ ପକ୍ଷରୁ ଚାଷୀଙ୍କୁ କୁହାଯାଇଛି । ନମୁନା ପରୀକ୍ଷା ହୋଇ ଆସିବା ପରେ ରୋଗ ଚିହ୍ନଟ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.