ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପ୍ରସନ୍ନମଣି ମନ୍ଦିରରୁ ଲୁଟ୍‌, ହୁଣ୍ଡି ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

Published By : Harapriya Sethi | July 10, 2025 10:04 AM

ତିଗିରିଆ,୧୦/୦୭: କଟକ ଜିଲ୍ଲା ତିଗିରିଆ ଗଡଜାତର ଆରାଧ୍ୟ ପ୍ରଭୁ ପ୍ରସନ୍ନମଣିଙ୍କ ଦାନହୁଣ୍ଡି ଚୋରି ହୋଇଛି । ପୀଠ ପରିସରରେ ଥିବା ଜୟ ବିଜୟ ଓ ଲକ୍ଷ୍ମୀ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିର ତାଲା ଭାଙ୍ଗି ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । 

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ପୀଠ ପରିସରରେ ଥିବା ଜୟ ବିଜୟ ଓ ଲକ୍ଷ୍ମୀ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିର ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ଥିବା ସମସ୍ତ ଜିନିଷ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଏପରିକି ମନ୍ଦିରରେ ଶୋଇଥିବା ସେବାୟତଙ୍କୁ ବାନ୍ଧି ଦେବା ସହ ମନ୍ଦିରର ମୂଖ୍ୟ ଫାଟକକୁ ମଧ୍ୟ ବାନ୍ଧି ଦେଇଛନ୍ତି ଲୁଟେରା । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.