ପ୍ରମୂଖ ଖବର
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

କପୁର, ବଚ୍ଚନ କି ଚୋପ୍ରା ନୁହେଁ, ଏହି ପରିବାର ବଲିଉଡର ସବୁଠୁ ଧନୀ

Published By : Krishna Priya | July 9, 2025 9:16 AM

ନୂଆଦିଲ୍ଲୀ ୦୯/୦୭: ଯେତେବେଳେ ବଲିଉଡର ବଡ଼ ବଡ଼ ନାମ କଥା ଆସେ, ଅଧିକାଂଶ ଲୋକ ଶାହରୁଖ ଖାନ, ଅମିତାଭ ବଚ୍ଚନ କିମ୍ବା କରଣ ଜୋହରଙ୍କ ଭଳି ସୁପରଷ୍ଟାର ପରିବାର ବିଷୟରେ ଭାବନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ସେମାନଙ୍କ ମଧ୍ୟରୁ କେହି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ପରିବାରର ଉପାଧି ପାଇନାହାଁନ୍ତି। ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ଅନୁଯାୟୀ, ସେହି ଗୌରବ ଭୂଷଣ କୁମାର ଏବଂ ଟି-ସିରିଜ୍ ପରିବାରକୁ ମିଳିଛି, ଯାହାଙ୍କର ମିଳିତ ସମ୍ପତ୍ତି ୧୦,୦୦୦ କୋଟି ଟଙ୍କାରୁ ଅଧିକ।

ଟି-ସିରିଜ୍ ପ୍ରତିଷ୍ଠାତା ଗୁଲସନ୍ କୁମାରଙ୍କ ପୁଅ ଭୂଷଣ କୁମାର ବର୍ତ୍ତମାନ ତାଙ୍କ କାକା କିଶନ କୁମାରଙ୍କ ସହ କମ୍ପାନୀର ମୁଖ୍ୟ ଅଛନ୍ତି। ଯଦିଓ କୁମାର ପରିବାର ଅଭିନୟ ଦୁନିଆରେ ସକ୍ରିୟ ନୁହଁନ୍ତି, ସେମାନେ ଭାରତୀୟ ସିନେମାରେ ସଙ୍ଗୀତ ଏବଂ ଫିଲ୍ମ ନିର୍ମାଣ ଉଭୟ କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ସାମ୍ରାଜ୍ୟ ଗଠନ କରିଛନ୍ତି। ଏକ ସଂଗୀତ ଲେବଲ୍ ଭାବରେ ଆରମ୍ଭ ହୋଇଥିବା ଟି ସିରିଜ୍ ଏବେ ଏକ ଫିଲ୍ମ ପ୍ରଯୋଜନାର ମହାରଥୀ ପାଲଟିଛି। ଯିଏକି ଭାରତୀୟ ସିନେମାକୁ ବାହୁବଲୀ ୨: ଦ କନକ୍ଲୁଜନ୍, ଦଙ୍ଗଲ, ୩ ଇଡିଅଟ୍ସ, ଆଶିକି ୨, ବଜରଙ୍ଗୀ ଭାଇଜାନ, ୱାର ଏବଂ ଚେନ୍ନାଇ ଏକ୍ସପ୍ରେସ ଭଳି ହିଟ୍‌ ଫିଲ୍ମ ଦେଇଛି।

ତେବେ କୁମାର ପରିବାର ପରେ, ବଲିଉଡର ଦ୍ୱିତୀୟ ଧନୀ ହେଉଛି ଚୋପ୍ରା ପରିବାର, ଯାହାଙ୍କ ପାଖରେ ୟଶ ରାଜ ଫିଲ୍ମସ୍ ଏବଂ ବିଆର ଫିଲ୍ମସ୍ ରହିଛି। ତାଙ୍କର ସମ୍ପତ୍ତି ଆନୁମାନିକ ୮,୦୦୦ କୋଟି ଟଙ୍କା। 'ବଲିଉଡର ବାଦଶାହା' ଶାହରୁଖ ଖାନ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.