ଭୁବନେଶ୍ବର, ୦୯/୦୭: କେନ୍ଦ୍ର ଯାଞ୍ଚ ବ୍ୟୁରୋକୁ ବଡ଼ ସଫଳତା । ଆର୍ଥିକ ହେରଫେର୍ ମାମଲାରେ ଅଭିଯୁକ୍ତ ମୋନିକା କାପୁରଙ୍କୁ ଭାରତ ପ୍ରତ୍ୟପର୍ଣ କରାଯାଇଛି । ଆମଦାନୀ-ରପ୍ତାନୀ ଠକେଇ କେସ୍ରେ ୨୦୦୨ ମସିହା ଅର୍ଥାତ୍ ୨୫ ବର୍ଷ ହେଲା ଫେରାର ଥିଲେ ମୋନିକା କାପୁର । ସିବିଆଇ ଟିମ୍ ଆମେରିକାରେ ଫେରାର୍ ଅଭିଯୁକ୍ତକୁ ହେପାଜତରେ ନେଇ ପଚରାଉଚରା କରିଥିଲା । ଆମେରିକାନ୍ ଏୟାରଲାଇନ୍ସର ବିମାନ ଯୋଗେ ଭାରତ ଅଣାଯାଉଛି । ବୁଧବାର ଅର୍ଥାତ୍ ଆଜି ରାତିରେ ସେ ସ୍ବଦେଶ ପହଞ୍ଚିବେ ।
ୟୁନାଇଟେଡ୍ ଷ୍ଟେଟ୍ସ ଡିଷ୍ଟ୍ରିକ୍ଟ କୋର୍ଟ ଫର୍ ଦି ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ୍ ନ୍ୟୁୟର୍କ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସନ୍ଧି ଆଧାରରେ ମୋନିକା କାପୁରଙ୍କୁ ପ୍ରତ୍ୟର୍ପଣ ମଞ୍ଜୁରି ମିଳିଛି । ସେ ଭାରତ ଫେରିବା ପରେ ତାଙ୍କୁ ପ୍ରତାରିତ କିମ୍ବା ତାଙ୍କ ବିରୋଧରେ ଆତ୍ମସମର୍ପଣ ଓ୍ବାରେଣ୍ଟ ଜାରି କରାଯିବ ଦାବି ଖାରଜ କରିଥିଲେ ବିଦେଶ ମନ୍ତ୍ରୀ ।
ଆମଦାନି-ରପ୍ତାନିରେ ବଡ଼ ଧରଣ ଠକେଇ କରି ୧୯୯୮ରେ ମୋନିକା କପୁର ଆମେରିକା ଫେରାର୍ ହୋଇଯାଇଥିଲେ । ଏହି ଆର୍ଥିକ ହେରଫେର ମାମଲାରେ ମୋନିକାଙ୍କ ଦୁଇ ଭାଇ ରାଜନ ଖାନ୍ନ ଓ ରାଜୀବ ଖାନ୍ନା ସାମିଲ୍ ଥିଲେ । ଭାଇ-ଭଉଣୀ ମିଶି ପ୍ରଥମେ ଅଳଙ୍କାର ବ୍ୟବସାୟ ପାଇଁ ଜାଲ୍ କାଗଜ ପତ୍ର ତିଆରି କରିଥିଲେ । ପରେ ଏହି ଜାଲ୍ ପ୍ରମାଣ ପତ୍ର ମାଧ୍ୟମରେ ଷଡ଼ଯନ୍ତ୍ର କରି ଶୁଳ୍କମୁକ୍ତ ସୁନା ଆମଦାନି କରିଥିଲେ। ଏହାଦ୍ବାର ଭରତ ସରକାରଙ୍କ କୋଷାଗାରକୁ ୬,୭୯,୦୦୦ ଆମେରିକୀୟ ଡଲାରରୁ ଅଧିକ କ୍ଷତି ହୋଇଥିଲା । ଜଣେ ଅଧିକାରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧି ଅନୁଯାୟୀ, ୨୦୧୦ ଅକ୍ଟୋବରରେ ମୋନିକା କାପୁର ପ୍ରତ୍ୟର୍ପଣ ନେଇ ଭାରତ ସରକାର ଆମେରିକା ସହ ସମ୍ପର୍କ କରିଥିଲେ ।
ଅନ୍ୟପଟେ ଏହି ଆର୍ଥିକ ହେରଫେର ମାମଲାରେ ୩୧.୦୩.୨୦୦୪ରେ ମୋନିକା କପୁର, ରାଜନ ଖନ୍ନା ଏବଂ ରାଜୀବ ଖନ୍ନାଙ୍କ ବିରୁଦ୍ଧରେ IPCର 120-B r/w 420, 467, 468 ଏବଂ 471 ଧାରା ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୨୦.୧୨.୨୦୧୭ରେ ଆଦେଶ ଅନୁଯାୟୀ, ଜିଲ୍ଲା କୋର୍ଟ ସାକେତ, ନୂଆଦିଲ୍ଲୀର ଲେଫ୍ଟନାଣ୍ଟ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ରାଜନ ଖନ୍ନା ଏବଂ ରାଜୀବ ଖନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ହେଲେ ଅଭିଯୁକ୍ତ ମୋନିକା କପୁର ତଦନ୍ତ ଏବଂ ବିଚାରରେ ଯୋଗ ଦେଇ ନଥିଲେ । ତାଙ୍କୁ ୧୩.୦୨.୨୦୦୬ରେ ଟ୍ରାଏଲ୍ କୋର୍ଟ ଦ୍ୱାରା ତାଙ୍କୁ ଅପରାଧୀ ଘୋଷଣା କରାଯାଇଥିଲା। ଲେଫ୍ଟନାଣ୍ଟ ଟ୍ରାଏଲ୍ କୋର୍ଟ ୨୬.୦୪.୨୦୧୦ ରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା । ଏହାସହିତ ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି କରିଛି।