ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ମାସ ଚଳିତ ବର୍ଷ ଖୁବ୍ ଖାସ୍ ହେବାକୁ ଯାଉଛି । ଏହି ମାସ ପ୍ରଭୁ ଶିବଙ୍କ ପ୍ରିୟ ମାସ । ଏହି ମାସରେ ଗ୍ରହଙ୍କ ବିଶେଷ ସଂଯୋଗ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭୁ ଶିବଙ୍କ କୃପା ବର୍ଷିବ । ଏମାନଙ୍କୁ ଖୁବ୍ ଧନ ସମ୍ପତ୍ତି, ସୁଖ-ସମୃଦ୍ଧି, ଅନେକ ସଫଳତା ପ୍ରାପ୍ତି ହେବ । ୧୧ ଜୁଲାଇରୁ ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହେବ । ଶ୍ରାବଣ ମାସରେ ସୂର୍ଯ୍ୟ, ମଙ୍ଗଳ, ଶୁକ୍ର, ଶନି ଓ ବୁଧ ଗ୍ରହ ଚଳନ କରିବା ସହ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେବ । ଶନି ଓ ବୁଧ ଓଲଟା ଚଳନ କରିବେ । ଫଳରେ ଶ୍ରାବଣରେ ପ୍ରୀତି ଯୋଗ, ଆୟୁଷ୍ମାନ ଯୋଗ, ସୁକର୍ମା, ଶିବ ଓ ସର୍ବାର୍ଥ ସିଦ୍ଧି ଯୋଗ ସୃଷ୍ଟି ହେବାକୁ ଯାଉଛି । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ଚମକିବ..
ବୃଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଟଙ୍କା ରୋଜଗାର କରିବା ପାଇଁ ନୂଆ ନୂଆ ସୁଯୋଗ ମିଳିବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ସଫଳତା ମିଳିବ । ମନ ଖୁସି ରହିବ ।
ମିଥୁନ- ପ୍ରଭୁ ଶିବଶଙ୍କରଙ୍କ ବିଶେଷ କୃପା ମିଳିବ । କରଜରୁ ମୁକ୍ତି ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପୁରୁଣା ସମସ୍ୟା ଦୂର ହେବ ।
ତୁଳା- ବ୍ୟବସାୟରେ ବଡ ଲାଭ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ଅଟକି ଥିବା ଧନ ମିଳିବ । ଚିନ୍ତା ଦୂର ହେବ ।
କୁମ୍ଭ- ଅଟକି ଥିବା କାମରେ ସଫଳତା ମିଳିବ । ଧନ ଲାଭ ହେବ । ଭାଗ୍ୟର ସାଥ୍ ମିଳିବ । ଜୀବନରେ ଖୁସିର ଆଗମନ ହେବ ।