ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ସଠିକ ସମୟରେ ମିଳୁନି ଆମ୍ବୁଲାନ୍ସ ସେବା, ଅଢେଇ ଘଣ୍ଟା ଧରି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ ମହିଳା

Published By : Gurupada Nath | July 9, 2025 11:20 PM

ମାଲକାନଗିରି, ୯/୭ : ମାଲକାନଗିରି ଜିଲ୍ଲାରେ ଗୁରୁତର ରୋଗୀଙ୍କୁ ମିଳୁନି ଆମ୍ବୁଲାନ୍ସ   । ଜଣେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କୋରାପୁଟ ମେଡିକାଲ କଲେଜକୁ ଡାକ୍ତର ରେଫର କରିଥିବାବେଳେ ପ୍ରାୟ ଅଢେଇ ଘଣ୍ଟା ଧରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିବାରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମଭି ୮୯ ଗ୍ରାମର ଶିଶିର ବିଶ୍ବାସଙ୍କ ସ୍ତ୍ରୀ ସିଲା ବିଶ୍ୱାସ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ସିଲାଙ୍କ ଯାଞ୍ଚ କରି ସେ ଗୁରୁତ୍ତର ଥିବା କହି କୋରପୁଟ ରେଫର କରିଥିଲେ। ତୁରନ୍ତ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଁ ଆମ୍ବୁଲାନ୍ସ ଆସୁଥିବା କହି ପ୍ରାୟ ଦୁଇ ଘଣ୍ଟା ସମୟ ବୀତି ଯାଇଥିଲା। ଏହାରି ମଧ୍ୟରେ ସିଲା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ କୌଣସି ଆମ୍ବୁଲାନ୍ସ ଆସି ନ ଥିବାବେଳେ ପରିବାର ଲୋକେ ବାରମ୍ବାର ଆମ୍ବୁଲାନ୍ସ ପାଇଁ ଫୋନ କରିବାରୁ ତାଙ୍କୁ ଏକ ଗାଡି ଭଡା କରି ନେଇଯିବାକୁ କୁହାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ ପରିବାର ଲୋକେ ଏଥିରେ ଚିନ୍ତିତ ହୋଇ ପଡିଥିବାବେଳେ ପ୍ରାୟ ଅଢେଇ ଘଣ୍ଟା ପରେ ଆମ୍ବୁଲାନ୍ସ ଆସିବା ପରେ ସିଲାଙ୍କୁ କୋରପୁଟ ମେଡିକାଲକୁ ନିଆଯାଇଛି। ତେବେ ଏନେଇ ଭରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବ୍ରଜ ବନ୍ଧୁ ଦାଶ ଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ବିଷୟରେ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.