ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା ; ୪କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

Published By : Gurupada Nath | July 9, 2025 10:37 PM

ଲାଞ୍ଜିଗଡ,୯/୭ : ସହରାଞ୍ଚଳ ତଥା ଗ୍ରାମାଞ୍ଚଳମାନଙ୍କରେ ଉନ୍ନତିକରଣ ପାଇଁ ଉଭୟ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରୁଛନ୍ତି l ହେଲେ ଏବେ ବି ଦୁର୍ଗମ ଅଞ୍ଚଳ ଲୋକଙ୍କୁ ଯାତାୟାତ ପାଇଁ ସବୁ ଦିନିଆ ରାସ୍ତା ଖଣ୍ଡେ ନାହିଁ l ରାସ୍ତା ନ ଥିବା ଯୋଗୁଁ ଦୁର୍ଗମ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡ଼ିଥାଏ । ନାହିଁ ନ ଥିବା ଦୁର୍ଦ୍ଦଶା। ସେହିପରି ସ୍ବାସ୍ଥ୍ୟସେବା ଭଳି ଜରୁରୀକାଳୀନ ପରିସ୍ଥିତିରେ ସମସ୍ୟା ସାଂଘାତିକ ହୋଇପଡ଼ିଥାଏ। 

ଗାଁକୁ ଆମ୍ବୁଲାନ୍ସ ଟିଏ ପହଞ୍ଚି ପାରେନି ବୋଲି ଜୀବନ ଯନ୍ତ୍ରଣାରେ ଛଟପଟ ହୋଇଥାନ୍ତି ଗୁରୁତର ରୋଗୀ ତଥା ଗର୍ଭବତୀ ମହିଳା l ତେବେ ଦୁର୍ଗମ ଅଞ୍ଚଳରେ ଗୁରୁତର ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେବା ଭଳି ଅନେକ ଘଟଣା ଘଟିଥାଏ କିନ୍ତୁ ଦୁର୍ଗମ ଅଞ୍ଚଳରେ କୌଣସି ସରକାରୀ ବାବୁ ବା ରାଜନେତାଙ୍କ ଦୃଷ୍ଟି ପଡ଼ି ନ ଥାଏ l ଫଳରେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଠିକ ଭାବରେ ଆମ୍ବୁଲାନ୍ସ ସେବା ମଧ୍ୟ ମିଳିନଥାଏ l ଦୁର୍ଗମ ଅଞ୍ଚଳରେ ଅନେକ ସମୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଥିବାବେଳେ ଆଜି ପୁଣି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ଅନ୍ତର୍ଗତ କଡରୁସୋରୁ ଗାଁରେ। ଗାଁର ସାନଲାକ୍ସା ମାଝୀଙ୍କ ସ୍ତ୍ରୀ ଆନ୍ଦ୍ରାଣୀ ମାଝୀ ସକାଳେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଡାକ୍ତରଖାନା ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ହେଲେ ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ଆମ୍ବୁଲାନ୍ସ ଆସି ଅଧବାଟ କମଳେଇ ଗାଁ ନିକଟରେ ଅଟକି ରହିଲା। ଆଗକୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ବଢିପାରିନଥିଲା। ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ପ୍ରାୟ ୪ କିଲୋମିଟର ଖଟିଆରେ ବୋହିଲା ପରେ କମଲେଇ ଗାଁରେ ଅଟକି ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।ସେହିଠାରେ ଆମ୍ବୁଲାନ୍ସ ଯୋଗ ଗର୍ଭବତୀ ମହିଳାଙ୍କୁ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିବା ପରିବାର ଲୋକଙ୍କ ପକ୍ଷରୁ ସୁଚନା ମିଳୁଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.