ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଯୁବକ ନିଖୋଜ ନେଇ ଗୋଚ୍ଛାପଡ଼ା ଥାନାରେ ଏତଲା ଦେଲେ ପରିବାର

Published By : Gurupada Nath | July 9, 2025 8:39 PM

ଫିରିଙ୍ଗିଆ,୯/୭ :  କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ବିନକି ମେଣ୍ଡି ( ନେଡିପଦର )ଗାଁର ଜଣେ ୨୧ବର୍ଷୀୟ ଯୁବକ ନିଖୋଜ ଥିବା ନେଇ ପରିବାର ଲୋକେ ଗୋଚ୍ଛାପଡ଼ା ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି l ସୂଚନା ଅନୁସାରେ ନିଖୋଜ ଯୁବକ ଜଣକ ଗତ ୪ତାରିଖ ଦିନ ସମ୍ପର୍କୀୟଙ୍କ ବାଇକ୍ ଧରି କଟ୍ରିଙ୍ଗିଆ ଯାଉଛି କହି ଆଉ ଘରକୁ ଫେରିନଥିଲେ l ପରିବାର ଲୋକଙ୍କୁ ୬ତାରିଖରେ ଯୁବକର କିଛି ସାଙ୍ଗ ତପନ ରଣା ଖଜୁରୀପଡ଼ା ଥାନା ଅଞ୍ଚଳ ଗୁଦାରି ନିକଟରେ ଦୁର୍ଘଟଣା ହୋଇଥିବା ନେଇ ସୂଚନା ଦେଇଥିଲେ । ଖବରପାଇ ପରିବାର ଲୋକେ ଦୁର୍ଘଟଣା ଘଟିଥିବା କହୁଥିବା ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ସୂଚନା ମିଳି ନଥିଲା । 

ପରେ ଫୁଲବାଣୀର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିବା ସହ ନିଜର ସମ୍ପର୍କୀୟ ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଖୋଜାଖୋଜି କରିଥିଲେ l ତେବେ ଖୋଜାଖୋଜି ପରେ କୌଣସି ସନ୍ଧାନ ମିଳିନଥିବାବେଳେ ନିଖୋଜ ଯୁବକଙ୍କ ମୋବାଇଲ ପ୍ରଥମେ ରିଙ୍ଗ ହେଉଥିଲା କିନ୍ତୁ କେହି ଫୋନ ଉଠାଇ ନ ଥିଲେ । ଗତକାଲିଠାରୁ ଫୋନ ମଧ୍ୟ ସୁଇଚ ଅଫ ହେବାରୁ ପରିବାର ଚିନ୍ତାରେ ରହି ବାଧ୍ୟ ହୋଇ ତପନ ନିଖୋଜ ଥିବା ନେଇ ଗୋଚ୍ଛାପଡ଼ା ଥାନାରେ ଲିଖିତ ଭାବରେ ଜଣାଇଛନ୍ତି l 

ଅନ୍ୟପଟେ ତପନ ନେଇଥିବା ବାଇକ ମଧ୍ୟ ମିଳିନଥିବାବେଳେ ଫୋନ ସୁଇଚ ଅଫ ହେବା ପରିବାର ଲୋକ ସନ୍ଦେହରେ ଅଛନ୍ତି l ଏ ନେଇ ଗୋଚ୍ଛାପଡ଼ା ଥାନାରେ ନିଖୋଜ ନେଇ ଏକ ମାମଲା ରୁଜୁ ହୋଇଥିବା ଗୋଚ୍ଛାପଡ଼ା ଥାନାରୁ  ସୂଚନା ମିଳିଛି l ନିଖୋଜ ତପନକୁ ତୁରନ୍ତ ସନ୍ଧାନ କରି ସତ ଘଟଣା ସାମନାକୁ ଆଣିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.