କୋଣାର୍କ, ୧୦।୭: ୩ଦିନ ହେଲା ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । କୋଣାର୍କରେ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେଇଛି । କୋଣାର୍କରେ ଦୁଇଟି ପେଟ୍ରୋଲ ପମ୍ପରେ ଆଉ ତେଲ ନାହିଁ । ଫଳରେ ଆଗୁଆ ବାଇକରେ ତେଲ ପକାଇବା ପାଇଁ କୋଣାର୍କ ବନାଖଣ୍ଡ ପମ୍ପରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି ।
ପେଟ୍ରୋଲ ଓ ଡିଜେଲ ନଥିବାରୁ କେବଳ ପାୱାର ପେଟ୍ରୋଲ ପାଇଁ ଲୋକମାନେ ଗହଳି ଲଗାଇଥିଲେ । ତେଲ ଡିପୋରୁ ଟ୍ୟାଙ୍କର ଆସୁନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ପମ୍ପ ମାଲିକ କହିଛନ୍ତି । ଭୁବନେଶ୍ୱରରୁ କୋଣାର୍କକୁ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିବାରୁ କୋଣାର୍କ ବସଷ୍ଟାଣ୍ଡ, ଚନ୍ଦ୍ରଭାଗା ବେଳାଭୂମି ପର୍ଯ୍ୟଟକ ଶୂନ୍ୟ ହୋଇପଡ଼ିଛି । ଅଧିକାଂଶ ହୋଟେଲ ବନ୍ଦ ରହିଛି ।