ପାଟଣାଗଡ଼,୯/୭ : ବଲାଙ୍ଗୀର ଜିଲ୍ଲା ପାଟଣଗଡ ବ୍ଲକ ଘୁମେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ ଜଣ ଛାତ୍ର ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ୪ ଗୋଟି ବିରାଡି ଶାବକକୁ ଏକ ଅଖା ବସ୍ତା ଭିତରେ ଭର୍ତ୍ତି କରି ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ଛାଡ଼ି ଦେଇଛନ୍ତି । ଯାହାକୁ ନେଇ ଅବିଭାବ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜନୈକ ଅବିଭାବକ ବୁଧବାର ଗଣ ଶିକ୍ଷା ବିଭାଗ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାପାଳ ଓ ଡିଇଓଙ୍କୁ ରେଜିଷ୍ଟ୍ରି ଏଡି କରି ଲିଖିତ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, ଗତ ୪ତାରିଖ ଦିନ ସ୍କୁଲକୁ ପାଠ ପଢିବାକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ସ୍କୁଲ ଭିତରେ ନିଜର ମା’ ସହିତ ଥିବା ୪ ଗୋଟି ବିଲେଇ ଶାବକକୁ ଜଙ୍ଗଲରେ ଫିଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀମାନେ ଏମଡିଏମ ସାମଗ୍ରୀ ଥିବା କୋଠରୀ ଭିତରୁ ଏକ ଅଖା ବସ୍ତା ଆଣିଥିଲେ । ପରେ ପ୍ରଧାନ ଶିକ୍ଷକ ଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ଠେଙ୍ଗା ସହାୟତାରେ ୪ଗୋଟି ବିରାଡି ଶାବକଙ୍କ ମା’ଙ୍କୁ ମାଡପିଟ କରି ପ୍ରଥମେ ଘୋଡାଇ ଦେଇଥିଲେ । ପରେ ଛାତ୍ରଛାତ୍ରୀମାନେ ଏକ ଅଖା ବସ୍ତାରେ ବିରାଡି ଶାବକମାନଙ୍କୁ ଭର୍ତ୍ତି କରି ଗାଁ ମୁଣ୍ଡରେ ଥିବା ଜଙ୍ଗଲ ପଟକୁ ଛାଡ଼ିବାକୁ ନେଉଥିଲେ । ଠିକ୍ ଏହି ସମୟରେ ଗାଁର ଜନୈକ ବ୍ୟକ୍ତି ୩ଜଣ ଛାତ୍ରଙ୍କୁ ସ୍କୁଲ ଡ୍ରେସ ପିନ୍ଧି ଏକ ଅଖା ବସ୍ତା ଧରି ଜଙ୍ଗଲ ପଟକୁ ଯାଉଥିବା ଦେଖିବାକୁ ପାଇଥିଲେ ।
ଛାତ୍ରମାନଙ୍କ ପାଖକୁ ଯାଇ ସେ ତମେସବୁ କୁଆଡେ ଯାଉଛ ବୋଲି ପଚାରି ବୁଝିଥିଲେ ? ଉତ୍ତରରେ ଛାତ୍ରମାନେ ସାରଙ୍କ ନିର୍ଦ୍ଦେଶ କ୍ରମେ ଆମେ ବିରାଡି ଶାବକମାନଙ୍କୁ ଜଙ୍ଗଲକୁ ଫିଙ୍ଗିବାକୁ ଆଣିଛୁ ବୋଲି କହିଥିଲେ । ତେବେ ଏହି ସବୁ ଘଟଣାକୁ ବ୍ୟକ୍ତି ଜଣକ ନିଜ ମୋବାଇଲରେ କଏତ କରିନେଇଥିଲେ । ଅବିଭାବକ ମାନେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ପାଇଁ ସ୍କୁଲକୁ ନିଜ ପିଲା ଛୁଆକୁ ପାଠ ପଢ଼ାଇବା ପାଇଁ ପଠାଉଛନ୍ତି । ତେବେ ପାଠ ପଢ଼ାଇବା ବଦଲରେ ପ୍ରଧାନ ଶିକ୍ଷକ ଜଣକ କୋମଳ ମତି ଛାତ୍ରଛାତ୍ରୀ ମାନଙ୍କୁ ଏଭଲି ଏକ କାମରେ ନିୟୋଜିତ କରିଥିବାନେଇ ସେମାନଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପରେ କଛି ଅବିଭାବକ ଏହି ଘଟଣାକୁ ଗୁରୁତର ସହନେଇ ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକ ଙ୍କୁ ଏବିଷୟରେ ପଚାରି ବୁଝିଥିଲେ । ତେବେ ପ୍ରଧାନ ଶିକ୍ଷକ ଜଣକ ନିଜ ଭୁଲକୁ ମାନିନେବା ବଦଳରେ ସେମାନଙ୍କ ସହିତ ପାଲଟା ଯୁକ୍ତି ତର୍କ କରିଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଯାହାକୁ ନେଇ ଜନୈକ ଅବିଭାବକ ଏ ସମ୍ପର୍କରେ ୭ତାରିଖ ଦିନ ପାଟଣାଗଡ଼ ବିଇଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ।
ଘଟଣା ଘଟିବାର ୬ଦିନ ବିତି ଯାଇଥିଲେ ମଧ୍ୟ ବିଇଓ ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ତଦନ୍ତର ଆଳ ଦେଖାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଜାରି ରଖିଥିବା ନେଇ ଅଭିଭାବକ ମହଲରୁ ଅଭିଯୋଗ ହେଉଛି । ଯାହାକୁ ନେଇ ଦିନକୁ ଦିନ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବା ସହ ସେମାନେ ଆଜି ଉଚ୍ଚ ପଦାଧିକାରୀଙ୍କୁ ଡାକ ଯୋଗେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ସୁଧାଂଶୁ ସେଠକୁ ପଚାରିବାରୁ ବିରାଡ଼ି ଶାବକମାନେ ତାଙ୍କ ମା’ ସହିତ ସ୍କୁଲ ରନ୍ଧା ଘରେ ରହି ଅପରିଷ୍କାର କରୁଥିଲେ । ଆମେତ ସେମାନଙ୍କୁ ଘୋଡାଇବୁ ସେଥିପାଇଁ ଅଖା ବସ୍ତାରେ ଭର୍ତ୍ତିକରି ସ୍କୁଲ ବାହାରେ ଛାଡିବାରଥିଲା । ସ୍କୁଲ ପାଖରେଥିବ ପଡୋଶୀ ଘରଲୋକ ଏଠି ନଛାଡିବାକୁ ମନାକରିବାରୁ ଛାତ୍ରମାନେ ଜଙ୍ଗଲକୁ ନେଇ ଛାଡିଥିଲେ ବୋଲି ସେ ନିଜ ପ୍ରତିକ୍ରିୟା ରଖିଥିଲେ । ତବେ ଛାତ୍ର ମାନଙ୍କ ପରିବର୍ତ୍ତେ ପାଚକ ପାଚିକା ଙ୍କ ମାଧ୍ୟମରେ କାହିଁକି ବିରାଡି ଶାବକ ମାନଙ୍କୁ ଘୋଡାଇଲେନିବୋଲି ପ୍ରଶ୍ନ କରିବାରୁ ମୁଁ ବିଷୟରେ କିଛି ଜାଣିନାହିଁ ବୋଲି ସଫେଇ ଦେଇଥିଲେ ।