ଭୁବନେଶ୍ବର, ୦୯/୦୭; ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ସାଂସଦ ରବି ଜେନାଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ଅଦାଲତରେ ପରବର୍ତ୍ତୀ ଶୁଣାଣି ଯାଏ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ ।
ସି-ସୋର ଚିଟଫଣ୍ଡ କେସରେ ପୂର୍ବତନ ସାଂସଦ ରବି ଜେନାଙ୍କୁ ଆସନ୍ତା ୧୪ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା ସିବିଆଇ । ସେପଟେ ହାଇକୋର୍ଟ ଏହା ଉପରେ ଶୁଣାଣି କରି ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେସ୍ ସମ୍ବନ୍ଧୀୟ ରେକର୍ଡ ପତ୍ର ଯୋଗାଇ ଦେବାକୁ ରବୀନ୍ଦ୍ର ଜେନା ହାଇକୋର୍ଟ ଯାଇଥିଲେ ।