ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଆଜି ବିଶ୍ଵ ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ

ଭୁବନେଶ୍ୱର ୧୬/୦୬: ଆଜି ବିଶ୍ଵ ପିତୃ ଦିବସ। ପିତାଙ୍କ ସ୍ନେହ, ଶ୍ରଦ୍ଧା ଉଦ୍ଦେଶ୍ୟରେ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି। ପିତା ଅସୀମ ସ୍ନେହ, ପ୍ରେମ ଆଉ ସାହସର ସୌଦାଗର । ସନ୍ତାନର ସୁରକ୍ଷା କବଚ । ସେଥିପାଇଁ କୁହାଯାଏ ବାପ ଥିବା ପୁଅ ସଭାରେ ହାରେନା । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜଣେ ବାପା ତା’ର ସନ୍ତାନ ପାଇଁ ସୁରକ୍ଷାର ପ୍ରାଚୀର ହୋଇ ଛିଡ଼ା ହୋଇଥାଏ ।

ମାଆ ଜନ୍ମ ଦିଅନ୍ତି, ହେଲେ ବାପା ଦିଅନ୍ତି ପରିଚୟ । ଏହି ପରିଚୟ ସନ୍ତାନସନ୍ତତିଙ୍କୁ ସମାଜରେ ମୁଣ୍ଡ ଟେକି ବାଟ ଚାଲିବାର ସାହସ ଦିଏ, ଆଗକୁ ବଢ଼ିବାର ଉତ୍ସାହ ଦେବା ସହ ସଫଳତା ହାସଲ ଦିଗରେ ନିରନ୍ତର ପ୍ରେରଣା ଯୋଗାଇଥାଏ । ବାପା ଯିଏ ହାତ ଧରି ଚାଲିବା ଶିଖାଏ, ସମ୍ୱଳ ନ ଥାଇ ମଧ୍ୟ ମୁଣ୍ଡଝାଳ ତୁଣ୍ଡରେ ମାରି ପିଲାର ଭବିଷ୍ୟତ ଗଢ଼ିଥାଏ, ଯାହାଙ୍କୁ ପାଖରେ ପାଇଲେ ଶତ ସିଂହର ବଳ ଆସେ । ପିତା ହିଁ ଶିଶୁକୁ ସାହସୀ ଏବଂ ଦୃଢ଼ ହେବାକୁ ପ୍ରେରଣା ଦେଇଥାନ୍ତି । ସେଥିପାଇଁ କୁହାଯାଏ ବାପା ଥିବା ପୁଅ ସଭାରେ ହାରେନା... । 


“ପିତା ଧର୍ମଃ ପିତା ସ୍ୱର୍ଗଃ ପିତା ହିଁ ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ ।” ଆମ ଭାରତୀୟ ସଂସ୍କୃତିରେ, ପରିବାରରେ, ଧର୍ମଧାରାରେ ସେଥିପାଇଁ ତ ପିତାଙ୍କୁ ସର୍ବୋଚ୍ଚ ଆସନ ଦିଆଯାଇଛି । ବାପାମାନଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି ।

ପ୍ରଥମ ରୋଲ୍‌ ମଡେଲ୍‌ 

ମାଆ ପୃଥିବୀ ହେଲେ ପିତା ହେଉଛନ୍ତି ଆକାଶ । ଜଣେ ଶିଶୁ ହିଁ  ତାର ପିତାଙ୍କୁ ଆଦର୍ଶ ଭାବେ ଦେଖିଥାଏ । ଶିଶୁ ଯେତେବେଳେ  ବଡ଼ ହୁଏ ସେତେବେଳେ ସେ ଜଣେ ବ୍ୟକ୍ତିଙ୍କୁ ହିଁ ନିଜର ରୋଲ୍‌  ମଡେଲ୍‌ ଭାବେ ଦେଖିବାକୁ ଚାହିଁଥାଏ । ଏହି ସମୟରେ ପିତା ହିଁ  ତାହା ଆଗରେ ରୋଲ୍‌ମଡେଲ୍‌ ଭାବେ ଉଭା ହୋଇଥାନ୍ତି । ପିତା  ହିଁ ହେଉଛନ୍ତି ଜଣେ ସୁପର୍‌ହିରୋର ଉଦାହରଣ । ଜଣେ ପିତା  ଦିନରାତି କଠିନ ପରିଶ୍ରମ କରିଥାନ୍ତି ଯେପରି ତାଙ୍କର ପିଲାଙ୍କୁ  ଶିକ୍ଷିତ କରିପାରିବେ ଏବଂ ପରିବାରକୁ ଭଲ ଭାବେ ପ୍ରତିପୋଷଣ  କରିପାରିବେ । ଶିଶୁ ବିପଦରେ ପଡ଼ିଲେ ଯାହାଙ୍କୁ ପ୍ରଥମେ ସ୍ମରଣ  କରେ ସେ ହେଉଛନ୍ତି ପିତା । ଏଥିରୁ ପିତା ଯେ କୌଣସି ବ୍ୟକ୍ତିଙ୍କ  ଜୀବନରେ କେତେ ଗୁରୁତ୍ୱ ବହନ କରନ୍ତି ତାହା ଜଣାପଡ଼େ ।  ପିତାଙ୍କୁ କେନ୍ଦ୍ର କରି ପରିବାର ଗଢ଼ି ଉଠିଥାଏ । ସେ ପରିବାରର  ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ସେଥିପାଇଁ  ପରିବାରର ମୁଖ୍ୟ ଭାବେ ପିତାଙ୍କୁ ସର୍ବତ୍ର ଗ୍ରହଣ କରାଯାଇଥାଏ ।

ବାପା ଚାହେଁ ପୁଅ ମୋତେ ଟପିଯାଉ 

ସବୁ ବାପାଙ୍କ ସ୍ୱପ୍ନ ଥାଏ ମୋ ପିଲା ସଫଳତାର  ଶିଖର ଛୁଉଁ, ମୋତେ ଟପିଯାଉ ଓ ଦୁନିଆରେ  ଶ୍ରେଷ୍ଠ ହେଉ । ସେଥିପାଇଁ ସେ ସନ୍ତାନସନ୍ତତିକୁ  ଉତ୍ତମ ଶିକ୍ଷା ଦିଅନ୍ତି, ଭଲ ମଣିଷ ହେବାକୁ  ପରାମର୍ଶ ଦିଅନ୍ତି । ଘାସ କାଟ କିମ୍ବା ଘୋଡ଼ା  ଚଢ଼, ସେହିକ୍ଷେତ୍ରରେ ଉତ୍କର୍ଷ ଲାଭ କରିବାକୁ  ପ୍ରେରଣା ଦେଇଥାନ୍ତି । ତାଙ୍କର ସେହି  ପ୍ରେରଣାକୁ ପାଥେୟ କରି ସନ୍ତାନ ଜୀବନରେ  ଆଗକୁ ମାଡ଼ି ଚାଲେ । ଝୁଣ୍ଟିପଡ଼ିଲେ ବାପା ତାକୁ  ଉଠାଇ ନେଇ ଜୀବନରେ ହାରି ନ ଯିବାକୁ ବଳ  ଦେଇଥାନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.