ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ବାମୀଙ୍କୁ ଛୁରିରେ ଭୁସିବା ପରେ ପିଲାମାନଙ୍କୁ ନେଇ ହ୍ରଦରେ କାର ପଶାଇଦେଲେ ମହିଳା

Image Courtesy: kwtx

ନୂଆଦିଲ୍ଲୀ: ଆମେରିକାର ଟେକ୍ସାରରେ ଜଣେ ମହିଳା ନିଜ ସ୍ବାମୀଙ୍କୁ ଛୁରିରେ ଆକ୍ରମଣ କରିବା ପରେ ୩ ପିଲାଙ୍କୁ ନେଇ ଏକ ହ୍ରଦରେ କାରକୁ ପଶାଇ ଦେଇଛନ୍ତି । କାରୋଲଟନ ପୋଲିସ ଷ୍ଟେସନ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଦ୍ବାରା ଛୁରିରେ ଆକ୍ରମଣ ହୋଇଥିବା ନେଇ ଥାନାକୁ କଲ କରିଥିଲେ । ଏହା ସହ ତାଙ୍କ ପତ୍ନୀ ପିଲାମାନଙ୍କୁ ନେଇ ଚାଲିଯାଇଥିବା ପୋଲିସକୁ କହିଥିଲେ । 

 ଠିକ୍ ଏହାର କିଛି ସମୟରେ ଏକ କାର ନିକଟସ୍ଥ ହ୍ରଦରେ ପଶିଯାଇଥିବା ନେଇ ପୋଲିସକୁ ଖବର ମିଳିଥିଲା।  ଏହି କାରରେ ଜଣେ ମହିଳା ଓ ୩ ଜଣ ପିଲା ଥିଲେ।  ଏଥିରୁ ସ୍ପଷ୍ଟ ହୋଇଗଲା ଯେ, ବ୍ୟକ୍ତିଜଣଙ୍କ ଯେଉଁ ଅଭିଯୋଗ କରିଥିଲେ ତାହ ସତ୍ୟ । ମହିଳାଜଣଙ୍କ ନିଜର ୮,୯ ଏବଂ ୧୨ ବର୍ଷର ପିଲାକୁ ନେଇ ପଳାଇଥିଲେ । ଖବର ପାଇବା ପରେ ପୋଲିସ ମହିଳା ଏବଂ ୩ ପିଲାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା । 

ହସ୍ପିଟାଲରେ ଜଣେ ପିଲାର ଅବସ୍ଥା ସଂକଟାପନ୍ନ ରହିଛି । ସେପଟେ ମହିଳାଙ୍କ ସ୍ବାମୀ ମଧ୍ୟ ଗୁରୁତ୍ବର ଅବସ୍ଥାରେ ହସ୍ପିଟାଲେ ଭର୍ତ୍ତି ହୋଇଛନ୍ତି । ଏହା ପରେ ପୋଲିସ ଉକ୍ତ ମହିଳାଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ତେବେ ଅଭିଯୁକ୍ତ ଏବଂ ପୀଡ଼ିତଙ୍କ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ।

ଘରୋଇ ହିଂସାକୁ ନେଇ ମାମଲା ଏବେ ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟି । ପ୍ରକୃତରେ ମହିଳାଜଣଙ୍କ କାହିଁକି ତାଙ୍କ ସ୍ବାମୀଙ୍କୁ ଆକ୍ରମଣ କରିଥିଲେ ଏବଂ ପିଲାଙ୍କୁ ନେଇ କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.