ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଘରୁ ଅପହରଣ କଲେ ଦୁର୍ବୃତ୍ତ

ଫିରିଙ୍ଗିଆ,୨୩।୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କଷିନୀପଦର ପଂଚାୟତ ଅଧୀନରେ ଥିବା ଶାସିପଦର ଗାଁ ର ଜଣେ ମହିଳାଙ୍କୁ ଦୁର୍ବୁତ୍ତ ଫିଲ୍ମ ଷ୍ଟାଇଲରେ ଅପହରଣ କରିନେଇଥିବା ଫିରିଙ୍ଗିଆ ଥାନାରେ ଅଭି ଯୋଗ ହୋଇଛି I 

 ଥାନାରେ ମହିଳାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଝିଅ ଫିରିଙ୍ଗିଆ ବ୍ଲକ ସାଡୀଙ୍ଗିଆ ପଞ୍ଚାୟତ ସାଡୀଙ୍ଗିଆ ପଂଚାୟତ ଅଧୀନରେ ଥିବା କଟାପାଙ୍ଗା ଗାଁରେ ଜଣକୁ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ତିନିବର୍ଷର ଶିଶୁପୁତ୍ର ଟିଏ ମଧ୍ୟ୍ୟ ରହିଛି I ଗତ କିଛିଦିନ ତଳେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହେବାରୁ ତାଙ୍କ ଝିଅ ଶାସିପଦର ଠାରେ ତାଙ୍କ ବାପା ଘରେ ରହି ଆସୁଥିଲେ I ତେବେ ବୁଧବାର ବିଳମ୍ବିତ ରାତିରେ ଝିଅ ପାଖରେ ଶୋଇଥିବା  ତାଙ୍କ ତିନି ବର୍ଷର ଶିଶୁ ପୁତ୍ର କାନ୍ଦିବା ଶୁଣି ପରିବାର ଲୋକେ ପହଞ୍ଚିଥିଲେ। ଝିଅ ନ ଥିବାରୁ  ଖୋଜାଖୋଜି କରିଥିଲେ। ଝିଅକୁ କେହି ଅପହରଣ କରିନେଇଥିବା ଜାଣିବାକୁ ପାଇଥିଲେ I ପରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ବହୁ ଖୋଜାଖୋଜି କଲାପରେ ମଧ୍ୟ୍ୟ ଝିଅର କୌଣସି ପତ୍ତା ପାଇନଥିଲେ I ଘର ପଛପଟେ ଝିଅ ର ପାଉଜି ଓ କିଛି ଭଙ୍ଗା ଚୁଡି ପଡିରହିଥିବା ବେଳେ ଭୁଇଁରେ ଘୋଷଡା ଯାଇଥିବା ଦାଗ ରହିଥିବାରୁ ଝିଅକୁ ଅପହରଣ କରିନେଇଥିବା ପାରିପାର୍ଶ୍ଵିକ ପରିସ୍ଥିତିରୁ ଜଣାପଡିଛି I ସେପଟେ ଘଟଣାର ଖବର ପାଇ ଫିରିଙ୍ଗିଆ ଥାନାରେ ଭାରପ୍ରାପ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।  ଏହି ଘଟଣାକୁ ନେଇ ଝିଅର ପିତା ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭି ଯୋଗ କରିଛନ୍ତି I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.