ପ୍ରମୂଖ ଖବର
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବିଶ୍ୱ ପିଆର୍ ଦିବସ; 'ସମାଜର ବିଶ୍ୱାସ ଜିତିବାକୁ ଗୁରୁତ୍ୱ ଦିଆଯାଉ'

Published By : Ankita S | July 18, 2025 3:00 PM

ଭୁବନେଶ୍ୱର,୧୮/୦୭: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ବିଶ୍ୱ ଜନସମ୍ପର୍କ ଦିବସ ୨୦୨୫ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଜନସମ୍ପର୍କ ପ୍ରଫେସନାଲ, ଯୋଗାଯୋଗ କ୍ଷେତ୍ରର ବିଶେଷଜ୍ଞ ଏବଂ ଶିକ୍ଷାବିତ୍ ସାମିଲ ହୋଇଥିଲେ। ଏହି ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଡଃ ଦେବୀଲାଲ ମିଶ୍ର ମୁଖ୍ୟବକ୍ତା ଭାବରେ ବିଶ୍ୱ ଜନ ସମ୍ପର୍କ ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଆଧୁନିକ ଜନସମ୍ପର୍କ କ୍ଷେତ୍ରର ଜନକ ଭାବରେ ପରିଗଣିତ ଆଇଭି ଲିଙ୍କ ସମ୍ମାନରେ କରାଯାଇଥିଲା ।

ଜନସମ୍ପର୍କର ଲକ୍ଷ୍ୟ ସର୍ବଦା ସକାରାତ୍ମକ ବୋଲି ଉଲ୍ଲେଖ କରି ଡଃ ମିଶ୍ର ଜନସମ୍ପର୍କ ବୃତ୍ତିରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତା, ଆଚରଣଗତ ଦକ୍ଷତା, ଗବେଷଣାଗତ ଦକ୍ଷତା ଏବଂ ପରିସ୍ଥିତିଗତ ଦକ୍ଷତା ରହିବା ସହିତ ସାଧାରଣ ଜ୍ଞାନ ଏବଂ ପରିସ୍ଥିତିଗତ ଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ବିଶ୍ୱସ୍ତରରେ ବିଶ୍ୱାସ ହ୍ରାସ ପାଉଥିବା ପ୍ରକାଶ କରି ସେ କହିଥିଲେ ଯେ, ଏହି ବର୍ଷର ବିଶ୍ୱ ଜନସମ୍ପର୍କ ଦିବସର ଥିମ୍ ବା ବିଷୟବସ୍ତୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ଧ୍ୟାନ ଆକର୍ଷଣ କରୁଛି ଯେ 'ସମାଜ ଯେଉଁ ବିଶ୍ୱାସ ହରାଇଛି ତାହା ପୁନଃନିର୍ମାଣ କରିବାରେ ଜନସମ୍ପର୍କ ସହାୟକ ହୋଇପାରିବ କି?'। ଯେତେବେଳେ ବିଶ୍ୱାସର କଥା ଆସେ, ତିନୋଟି ଉପାଦାନ ଗୁରୁତ୍ୱପୂର୍ଣ୍ଣ, ସକାରାତ୍ମକ ଉଦ୍ଦେଶ୍ୟ, ସଚ୍ଚୋଟତାର ସହ ଯୋଗାଯୋଗ ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ । ଯୋଗାଯୋଗ ବୁଝାମଣା ସୃଷ୍ଟି କରେ, ବୁଝାମଣା ବିଶ୍ୱାସ ସୃଷ୍ଟି କରିଥାଏ ଏବଂ ବିଶ୍ୱାସ ଗ୍ରହଣୀୟତା ଆଡକୁ ନେଇଥାଏ । ତେଣୁ ଜନସମ୍ପର୍କ କ୍ଷେତ୍ରରେ ଏହି ୩ ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜନସମ୍ପର୍କ କ୍ଷେତ୍ରରେ ଯୋଗାଯୋଗ ଜରିଆରେ ଜନସାଧାରଣଙ୍କୁ ବାର୍ତ୍ତା ବୁଝାଇବାର ଲକ୍ଷ୍ୟ ରହିବା ଉଚିତ ।ଜନସାଧାରଣ ବାର୍ତ୍ତା ବୁଝିବା ପରେ ଯୋଗାଯୋଗର ପ୍ରଭାବ ଜାଣିବା ପାଇଁ ମୂଲ୍ୟାଙ୍କନ କରିବାକୁ ପଡିବ ।

ଏହି ଉତ୍ସବରେ ସ୍ୱାଗତ ଭାଷଣରେ ପିଆରଏସଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ସୁଧି ରଞ୍ଜନ ମିଶ୍ର ବିଶ୍ୱ ଜନସମ୍ପର୍କ ଦିବସର ଗୁରୁତ୍ୱ ଏବଂ ପ୍ରତ୍ୟେକ କ୍ଷେତ୍ର ଓ ସଂଗଠନରେ ଜନସମ୍ପର୍କ ବୃତ୍ତିଧାରୀଙ୍କ ଦ୍ୱାରା ନିର୍ବାହ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ପିଆରଏସଆଇ ଭୁବନେଶ୍ୱର ଶାଖାର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ପିଆରଏସଆଇ ଭୁବନେଶ୍ୱର ଶାଖାରେ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରାଯିବ ସହିତ, ଦୀର୍ଘ ଦିନରୁ ସଂଗଠନ ସହ ଯୋଡି ହୋଇରହିଥିବା କିଛି ସଦସ୍ୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।


ପ୍ରତିବର୍ଷ ଜୁଲାଇ ୧୬କୁ ବିଶ୍ୱ ଜନସମ୍ପର୍କ ଦିବସ ପାଳନ କରାଯାଇଥାଏ । ଯାହା ସଫଳ ତଥା ପ୍ରଭାବଶାଳୀ ଯୋଗାଯୋଗ, ବିଶ୍ୱାସ ସୃଷ୍ଟି ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବା ଦିଗରେ ଜନସଂପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପାଳନ କରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.