ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଆମେରିକା ଓ ଭାରତର ଇଭିଏମ୍‌ରେ କଣ ରହିଛି ଫରକ, କାହିଁକି ପୂରା ନିରାପଦ ଆମର ଭୋଟ୍‌ … ଜାଣନ୍ତୁ ବିସ୍ତୃତରେ

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ)କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଇଭିଏମ୍‌କୁ ବନ୍ଦ କରି ଦେବା ଉଚିତ୍‌। ସେ ଟିପ୍ପଣୀ କରିଛନ୍ତି ଯେ, ଏହାକୁ ମଣିଷ ବା ଏଆଇ ଦ୍ୱାରା ହ୍ୟାକ୍‌ କରାଯାଇ ପାରେ। ମସ୍କଙ୍କ ଏହି ଟିପ୍ପଣୀରେ ପୂର୍ବତନ ସୂଚନା ପ୍ରଯୁକ୍ତିବିଦ୍ୟା ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଦେଇଛନ୍ତି ପ୍ରତିକ୍ରିୟା। କହିଛନ୍ତି, ଭାରତୀୟ ଇଭିଏମ୍‌ ଅଲଗା ଉପାୟରେ ଡିଜାଇନ କରାଯାଇଛି। ଏଥିପାଇଁ ଏହା ସୁରକ୍ଷିତ ଏବଂ କୌଣସି ବି ନେଟୱର୍କ ବା ମିଡ଼ିଆ ସହ କନେକ୍ଟେଡ୍‌ ନୁହେଁ। ଏଥିପାଇଁ ତାଙ୍କୁ ହ୍ୟାକ୍‌ କରିବାକୁ କୌଣସି ରାସ୍ତା ନାହିଁ।

ଆସନ୍ତୁ ଜାଣିବା ଭାରତୀୟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍‌ (ଇଭିଏମ) ଓ ଆମେରିକୀୟ ଇଲେକ୍ଟ୍ରୋନିକ ଭୋଟିଂ ମେସିନରେ କଣ ତଫାତ୍‌ ଏବଂ କେମିତି ଏହା କାମ କରିଥାଏ। 

ଆମେରିକାର ଇଭିଏମ୍‌ –

ଆମେରିକାରେ ଡାଇରେକ୍ଟ ରେକର୍ଡିଂ ଇଲେକ୍ଟ୍ରୋନିକଙ୍କୁ କରିବାର କାମ ଅଲଗା ଅଲଗା କମ୍ପାନୀ କରିଥାନ୍ତି। ଏଥିପାଇଁ ତାଙ୍କର ବିଶ୍ୱସନୀୟତାକୁ ନେଇ ସନ୍ଦେହ ସୃଷ୍ଟି ହୁଏ। ପ୍ରତି ରାଜ୍ୟ ସ୍ଥିର କରନ୍ତି କି ସେ କେଉଁ ପ୍ରଣାଳୀ ଓ ମେସିନ୍‌ର ବ୍ୟବହାର କରିବେ ଏବଂ ଅନେକ ସମୟରେ ଏମିତି ହୋଇଥାଏ କି ସଦ୍ୟ ବଜେଟ୍‌ ବହୁତ ସୀମିତ ହୋଇଥାଏ। ଆମେରିକାର ଅଧିକାଂଶ ଇଭିଏମ୍‌ ସିଧା ସିଧା ଇଣ୍ଟରନେଟ୍‌ ସହ ଯୋଡ଼ି ହୋଇ ନଥାଏ। ହେଲେ ଏଥିରେ ଏହା ସ୍ଥିର ହୋଇ ନଥାଏ କି ଏହାକୁ ହ୍ୟାକ୍‌ କରାଯାଇ ପାରିବ ନାହିଁ। ପ୍ରତି ନିର୍ବାଚନ ପୂର୍ବରୁ ଇଭିଏମ୍‌ର ପ୍ରୋଗ୍ରାମିଂ କରାଯାଏ। ଏଥିରେ ପ୍ରାର୍ଥୀଙ୍କ ଡିଟେଲ୍ସ ଦିଆଯାଏ। ଏହି ଇଲେକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ (ଇଏମଏସ) ଜରିଆରେ କରାଯାଏ। ଇଏମଏସ ସାଧାରଣ ଭାବେ ଲ୍ୟାପଟପ୍‌ ବା ଡେସ୍କଟପ୍‌ ମାଧ୍ୟମରେ କରାଯାଏ। ଏହି ଲ୍ୟାପଟପ୍‌ ଓ ଡେସ୍କଟପ୍‌ର ବ୍ୟବହାର ଅନ୍ୟ କାମ ପାଇଁ ବି ହୋଇଥାଏ। ଏହି ସମୟରେ ତାହା ଇଣ୍ଟରନେଟ୍‌ ସହ ଯୋଡ଼ି ହୋଇ ପାରେ। ଏହି ସମୟରେ ହ୍ୟାକର ଏହାକୁ ବ୍ୟବହାର କରିପାରେ। ଏଥିରେ କୌଣସି ଭାଇରସ୍‌ ପୂରାଇ ପାରେ। 

ଭାରତର ଇଭିଏମ୍ – 

ଇଭିଏମ୍ ବ୍ୟାଟେରୀରେ ଚାଲୁଥିବା ଏକ ଏମିତି ମେସିନ, ଯାହା ମତଦାନ ବେଳେ ଦିଆଯାଉଥିବା ଭୋଟକୁ ଦର୍ଶାଇ ଥାଏ ଏବଂ ଭୋଟ୍‌ର ଗଣତି ମଧ୍ୟ କରିଥାଏ। ଏହି ମେସିନ ୩ଟି ଭାଗରେ ତିଆରି ହୋଇଥାଏ। ଗୋଟିଏ ହୋଇଥାଏ କଣ୍ଟ୍ରୋଲ ୟୁନିଟ୍‌ (ସିୟୁ) , ଦ୍ୱିତୀୟ ବାଲେଟିଂ ୟୁନିଟ୍‌(ବିୟୁ)। ଏହି ଦୁଇ ମେସିନ୍‌ ୫ମିଟର ଲମ୍ୱର ଏକ ତାରରେ ଯୋଡ଼ି ହୋଇଥାଏ । ୩ୟ ଭାଗ ହୋଇଥାଏ ଭିଭିପ୍ୟାଟ୍‌।

ବାଲଟ ୟୁନିଟ୍‌ରେ ମତଦାତା ବଟନ ଦବାଇ ଭୋଟ୍‌ ଦେଇଥାନ୍ତି ଏବଂ ଦ୍ୱିତୀୟ ୟୁନିଟ୍ ଏହି ଭୋଟ୍‌କୁ ଷ୍ଟୋର କରିଥାଏ । ଏକ ବାଲଟ ୟୁନିଟ୍‌ରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରୁଜୁ କରାଯାଇ ପାରେ। ଯଦି ପ୍ରାର୍ଥୀ ଅଧିକ ହୋଇଥାନ୍ତି ତ ଅତିରିକ୍ତ ବାଲଟିଂ ୟୁନିଟ୍‌କୁ କଣ୍ଟ୍ରୋଲ ୟୁନିଟ୍‌ ସହ ଯୋଡ଼ା ଯାଇ ଥାଏ। ନିର୍ବାଚନ ଆୟୋଗ ଅନୁସାରେ , ଏମିତି ୨୪ଟି ବାଲଟିଂ ୟୁନିଟ୍ ଏକାସାଥିରେ ଯୋଡ଼ା ଯାଇପାରେ , ଯେଉଁଥିରେ ନୋଟା ସମେତ ଅଧିକାଂଶ ୩୮୪ ପ୍ରାର୍ଥୀଙ୍କ ପାଇଁ ମତଦାନ କରାଯାଇ ପାରେ। କଣ୍ଟ୍ରୋଲ ୟୁନିଟ୍‌ ବୁଥ୍‌ର ମତଦାନ ଅଧିକାରୀଙ୍କ ପାଖରେ ହୋଇଥାଏ। ସେପଟେ ବାଲଟ୍‌ ୟୁନିଟ୍‌ ୩ ପ୍ରକାରରରେ ଘେରି ରହି ଥାଏ। ସେଠାରେ ଲୋକେ ଭୋଟ ଦେଇଥାନ୍ତି।

ବାଲଟ ୟୁନିଟ୍‌ରେ ପାର୍ଟି ଗୁଡ଼ିକର ଚିହ୍ନ ଓ ପ୍ରାଥୀଙ୍କ ନାଁ ଦିଆଯାଇ ଥାଏ। ଏହା ଉପରେ ପ୍ରାର୍ଥୀଙ୍କ ଫଟୋ ମଧ୍ୟ ଥାଏ। ଏକ ନୀଳ ବଟନ ପ୍ରତି ପ୍ରାର୍ଥୀଙ୍କ ସାମ୍ନାରେ ଲାଗିଥାଏ। ଏହି ବଟନକୁ ଦବାଇ ମତଦାତା ମତଦାନ କରିଥାନ୍ତି। 

ମତଦାନ କେନ୍ଦ୍ରରେ ଶେଷ ଭୋଟ ଦେବା ପରେ ପୋଲିଂ ଅଫିସର କଣ୍ଟ୍ରୋଲ ୟୁନିଟ୍‌ରେ ଲାଗିଥିବା କ୍ଲୋଜ୍‌ ବଟନକୁ ଦବାଇ ଦେଇଥାନ୍ତା ।ଏହାପରେ ଇଭିଏମ୍‌ରେ କୌଣସି ବୋଟ୍‌ ଦିଆ ଯାଇ ନଥାଏ। ରେଜଲ୍ଟ ପାଇଁ କଣ୍ଟ୍ରୋଲ ୟୁନିଟ୍‌ରେ ରେଜଲ୍ଟ ବଟନ ଦବାଇବାକୁ ହୋଇଥାଏ। ଏଥିରେ କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ୍‌ ମିଳିଥାଏ , ଜଣା ପଡ଼ି ଯାଏ। 

ଭୋଟର ଭେରିଫାଇବଲ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପ୍ୟାଟ) ଇଭିଏମ୍‌ ସହ ଜଡ଼ିତ ଏକ ଏମିତି ସିଷ୍ଟମ , ଯେଉଁଥିରେ ଭୋଟର ଏହା ଦେଖି ପାରିବ କି ତାଙ୍କର ଭୋଟ୍‌ ସଠିକ୍‌ ପ୍ରାର୍ଥୀଙ୍କୁ ଦିଆ ଯାଇଛି ନା ନାହିଁ।

ଇଭିଏମ୍‌ ଭିତରେ ଏକ ମାଇକ୍ରୋପ୍ରୋସେସର ଥାଏ। ଏହାକୁ କେବଳ ଗୋଟିଏ ଥର ହିଁ ପ୍ରୋଗ୍ରାମ କରାଯାଇ ପାରେ। ଅର୍ଥାତ୍‌ ଏହାର ପ୍ରୋଗ୍ରାମରେ ଯାହା ଗୋଟିଏ ଥର ଲେଖି ଦିଆ ଯାଏ , ତାହାକୁ ଆଉ ପରିବର୍ତ୍ତନ କରାଯାଇ ପାରି ନଥାଏ। ଏଥିରେ ଆଉ ଦ୍ୱିତୀୟ ସଫ୍ଟୱେୟାର ବି ଯୋଡ଼ା ଯାଇ ପାରି ନ ଥାଏ । ଇଭିଏମ୍‌ ବ୍ୟାଟେରୀରେ ଚାଲେ , ବିଦ୍ୟୁତ୍‌ରେ ନୁହେଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.