ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଭିନେଶ ଫୋଗାଟ ନିରାଶ, ଭାରତକୁ ସିଲଭର ମେଡାଲ ମିଳିବାର ଶେଷ ଆଶା ଧୂଳିସାତ

ନୂଆଦିଲ୍ଲୀ: ଭିନେଶ ଫୋଗାଟ ଏବଂ ପୁରା ଦେଶ ପାଇଁ ଖରାପ ଖବର ଆସିଛି । ଅଲିମ୍ପିକରେ ଅଯୋଗ୍ୟ ଘୋଷଣା ବିରୋଧରେ ଫୋଗାଟଙ୍କ ଆବେଦନକୁ ଖାରଜ କରିଦିଆଯାଇଛି । ଅର୍ଥାତ ଭାରତକୁ ସିଲଭର ମେଡାଲ ମିଳିବାର ଶେଷ ଆଶା ଧୂଳିସାତ ହୋଇଛି । ସିଏଏସ୍‌ର ରାୟ ଅଗଷ୍ଟ ୧୬ରେ ଆସିବାର ଥିଲା । କିନ୍ତୁ ତାପୂର୍ବରୁ ଆଜି (ବୁଧବାର) ଭିନେଶ ଫୋଗାଟଙ୍କ ଆବେଦନକୁ ହିଁ ସିଏଏସ୍‌ ଖାରଜ କରିଦେଇଛି ।

ଫୋଗାଟଙ୍କ ଆବେଦନ ଖାରଜ ହେବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭାରତୀୟ ଅଲିମ୍ପିକ୍‌ ସଂଘରର ଅଧ୍ୟକ୍ଷ ପିଟି ଓଷା । ଅଗଷ୍ଟ ୭ରେ ଫୋଗାଟ ସିଲଭର ମେଡାଲ ଦିଆଯିବାକୁ ନେଇ ଅପିଲ କରିଥିଲେ । ସିଏଏସ୍‌ ତାଙ୍କର ଏହି ଆବେଦନ ଗ୍ରହଣ କରିଥିଲା । ଆବେଦନର ଶୁଣାଣି ଅଗଷ୍ଟ ୯ରେ ହୋଇଥିଲା । ଶୁଣାଣିରେ ଭିନେଶଙ୍କ ପକ୍ଷରୁ ୪ ଜଣ ବରିଷ୍ଠ ଓକିଲ ସାମିଲ‌ ହୋଇଥିଲେ । 

ଏହା ପୂର୍ବରୁ ୟୁନାଇଟେଡ୍‌ ଓ୍ବାର୍ଲଡ ରେସଲିଂ ସ୍ପଷ୍ଟ କରିଥିଲା ଯେ, ଭିନେଶ ଫୋଗାଟ କିମ୍ବା ଅନ୍ୟ ଆଥଲେଟ୍‌ଙ୍କ ଲାଗି ନିୟମକୁ ଅଣଦେଖା କରାଯାଇ ପାରିବ ନାହିଁ ।  ସେହିଭଳି ଅନ୍ତର୍ଜାତୀୟ ଅଲିମ୍ପିକ ସମିତିର ଅଧ୍ୟକ୍ଷ ଥୋମାସ୍‌ ବାକ୍‌ ମଧ୍ୟ ସମାନ କଥା ଦୋହରାଇଥିଲେ ।

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.