ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଧରାପଡ଼ିଲା ସ୍ୱାସ୍ଥ୍ୟ ବିଭାଗର ମିଛ, ୧୨ ଗାଁରେ ହୋଇନି ଟିକାକରଣ

ରାୟଗଡ଼ା, ୧୯/୦୬ : ସ୍ୱାସ୍ଥ୍ୟ ବିଭାଗର ଘୋର ଅବହେଳା । ଏହି କାରଣରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପ୍ରତିବର୍ଷ ରୋଗ ବ୍ୟାପୁଛି । ବିଶେଷକରି କାଶୀପୁର, କଲ୍ୟାଣସିଂହପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକରେ ସର୍ବାଧିକ । ଅବହେଳାର ପ୍ରମାଣ ବି ପଦାକୁ ଆସିଛି । ଧରାପଡିଛି ସ୍ୱାସ୍ଥ୍ୟ ବିଭାଗର ମିଛ ଟିକାକରଣ । ମୁନୁଷପଦର ଗାଁରେ ଡିପ୍‌ଥେରିଆ ବ୍ୟାପି ୫ ଜଣଙ୍କ ମୃତ୍ୟୁ ପରେ ପଦାକୁ ଆସିଛିଯେ ଏହି ଅଞ୍ଚଳ ସମେତ ମୋଟ ୧୨ଟି ଗାଁରେ ଗତ ୪ ବର୍ଷ ହେଲା କୌଣସି ଶିଶୁଙ୍କୁ ଟିକା ଦିଆଯାଇନି । ମୁନୁଷପଦର ଗାଁରେ ଡିପ୍‌ଥେରିଆ ବ୍ୟାପିବା ପରେ ବିଧାୟକ ଆପଲାସ୍ୱାମୀ କାଡ୍ରାକା ସ୍ଥିତି ଅନୁଧ୍ୟାନ ପାଇଁ ସେଠାକୁ ଯାଇଥିଲେ । ଗାଁର କୌଣସି ଶିଶୁଙ୍କୁ ଟିକାକରଣ କରାଯାଇନଥିବା ଗୁରୁତର ଅଭିଯୋଗ ଆଣିଥିଲେ । ଏଭଳି ଅଭିଯୋଗ ସଂପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । 

ତଦନ୍ତ ପରେ ଜଣାପଡ଼ିଛି ଯେ ବିଧାୟକଙ୍କ ଅଭିଯୋଗରେ ସତ୍ୟତା ରହିଛି । କେବଳ ମୁନୁଷପଦର ଗାଁ ନୁହେଁ, ନିକଟବର୍ତ୍ତୀ ୧୨ଟି ଗାଁରେ ଆଦୌ ଟିକାକରଣ ହୋଇନାହିଁ । ଖୋଦ୍‌ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଏହା ସ୍ୱୀକାର କରିଛନ୍ତି । ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ମୁକାବିଲା ବୈଠକରେ ମମତା କହିଛନ୍ତି ଯେ, ମୁନୁଷପଦର ଗାଁରେ ଟିକାକରଣ ହୋଇନାହିଁ । ଶିଶୁଙ୍କୁ ଯେଉଁ ଡିପିଟି ଟିକା ଦିଆଯିବା କଥା ତାହା ଦିଆଯାଇନି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ କର୍ମଚାରୀମାନେ ଘରକୁ ଯାଇ ଟିକା ଦେଇନାହାନ୍ତି । ଲୋକେ ବି ନିଜ ଆଡୁ ଶିଶୁଙ୍କୁ ମେଡିକାଲ ଆଣି ଟିକା ଦେଇନାହାନ୍ତି । ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଏଭଳି କଥା ଶୁଣି ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ହତବାକ ହୋଇଯାଇଥିଲେ । ଏହାପରେ ସମସ୍ତେ ନିରବ ରହିଥିଲେ । 

ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବା ପରେ ଜଣାପଡ଼ିଛି ଯେ, ଗତ ୪ ବର୍ଷ ହେବ କାଶୀପୁର ବ୍ଲକର ୧୨ଟି ଗାଁରେ ଟିକାକରଣ ହୋଇନାହିଁ । ସେହି ଗାଁଗୁଡ଼ିକ ମଧ୍ୟରେ ରହିଛି ମୁନୁଷପଦର, ଜି. ମୁର୍କା, ଡି. ମୁର୍କା, ଗୁମୁଣ୍ଡିମୁଣ୍ଡି, କଡ଼ିକିତୁଣ୍ଡା, ଗାଇମୁଣ୍ଡତୁଣ୍ଡା, ଆମ୍ବଳିଘାଟିତୁଣ୍ଡା, ମଲ୍ଲିଝରଣ ଇତ୍ୟାଦି । ବଦଳିଝରଣ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଅଧୀନରେ ଥିବା୧୨ ଗାଁରେ ବର୍ତ୍ତମାନ ସର୍ଭେ ଚାଲିଛି । ଆସନ୍ତା ଗୁରୁବାର ସାମୂହିକ ଟିକାକରଣ ହେବ । ଏସବୁ ଗାଁଗୁଡି଼କରେ ଟିକାକରଣ ପାଇଁ କାଶୀପୁର ମେଡିକାଲ ଅଫିସରଙ୍କ ଚିଠି ନମ୍ବର ୧୪୬ରେ ଅନୁସାରେ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଡ୍ୟୁଟି ବଣ୍ଟନ କରାଯାଇଛି । ଏକାଥରକେ ଗୋଟିଏ ପଞ୍ଚାୟତର ୧୨ଟି ଗାଁ କିଭଳି ଟିକାକରଣରୁ ବାଦ ପଡ଼ିଲା, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।‘ମିଶନ ଇନ୍ଦ୍ରଧନୁଷ’ ଅନୁଯାୟୀ ଜିଲ୍ଲାର ଶତପ୍ରତିଶତ ଗାଁରେ ଟିକାକରଣ ହୋଇଥିବା ଦର୍ଶାଯାଇଛି । ସରକାରଙ୍କୁ ଶତପ୍ରତିଶତ ଟିକାକରଣ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । ଅଥଚ କେଉଁ ପରିସ୍ଥିତିରେ ଗାଁଗୁଡ଼ିକ ବାଦ୍‌ ପଡ଼ିଲା ଓ ଶିଶୁମାନେ ଟିକା ନେବାରୁ ବଞ୍ଚିତ ହେଲେ ତାହା ତଦନ୍ତ ସାପେକ୍ଷ । 

ଡିପିଟି ଟିକା ଶିଶୁଙ୍କୁ ଦିଆଯାଇଥିଲେ ଡିପଥେରିଆ ବ୍ୟାପି ନଥାନ୍ତା କି ୫ଜଣ ଶିଶୁଙ୍କ ଜୀବନ ଯାଇନଥାନ୍ତା । ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ଜନସାଧାରଣ । ଟିକାକରଣ ନାଁରେ କ୍ଷେତ୍ରୀୟ କର୍ମଚାରୀ ନିଜର ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ନାହାନ୍ତି ବୋଲି ସ୍ୱେଚ୍ଛାସେବୀମାନେ କହିଛନ୍ତି । ଟିକାକରଣ ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପଯୁକ୍ତ ତଦାରଖ ଅଭାବରୁ ଏଭଳି ପରିସ୍ଥିତି ଉପୁଜିଛି । କେବଳ କାଶୀପୁର ବ୍ଲକର ୧୨ ଗାଁ ନୁହେଁ, ଜିଲ୍ଲାର ଆହୁରି ଅନେକ ଗାଁରେ ଟିକାକରଣ ହୋଇନଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ ଟିକାକରଣ ହୋଇନଥିବା ଅଭିଯେଗାକୁ ସେ ସ୍ୱୀକାର କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.