ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଉତ୍ତର ଭୁବନେଶ୍ୱର ହେବ ମଡେଲ ନିର୍ବାଚନମଣ୍ଡଳୀ : ବସ୍ତିବାସିନ୍ଦାଙ୍କ ବିକାଶ ବିଜେଡିର ସଂକଳ୍ପ

Published By : Prameya | May 22, 2024 3:28 PM

ଚନ୍ଦ୍ରଶେଖରପୁର, ୨୨।୫: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ଧାରା ନିରନ୍ତର ଜାରି ରହିଛି । ଲକ୍ଷ୍ୟ ରହିଛି, ଉତ୍ତର ଭୁବନେଶ୍ୱରକୁ ଏକ ମଡେଲ ନିର୍ବାଚନ ମଣ୍ଡଳୀ ଭାବେ ଗଢ଼ି ତୋଳିବି । ଆମ ନିର୍ବାଚନମଣ୍ଡଳୀ ହେବ ବିକାଶର ମଡେଲ୍‌ । ଏହା କହିଛନ୍ତି ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ । ‘ପ୍ରମେୟ’କୁ ସାକ୍ଷାତକାର ଦେଇ ସୁଶାନ୍ତ କହିଛନ୍ତି, ଫାଇଲରେ ବନ୍ଧା ପଡିଥିବା ମା' ଶିଖରଚଣ୍ଡୀ ମନ୍ଦିରର ଉନ୍ନତିକରଣ କାମ ଆଗେଇଛି । ୫-ଟି କାର୍ଯ୍ୟକ୍ରମ ଅଧୀନରେ ଆଗକୁ ଶିଖରଚଣ୍ଡୀ ପୀଠ ହେବ ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ ହବ୍‌ । ରାଜଧାନୀରେ ପରିବହନ କ୍ଷେତ୍ରରେ ଆସିବ ଅତ୍ୟାଧୁନିକ ପରିବର୍ତ୍ତନ । ୨୦୨୮ ବେଳକୁ ଉତ୍ତର ଭୁବନେଶ୍ୱର ଦେଇ ଗଡ଼ିବ ମେଟ୍ରୋ ରେଳ । ଏହାର କାମ ଆରମ୍ଭ ହୋଇଛି । ମେଟ୍ରୋ ଗଡ଼ିଲେ ସହରବାସୀ ତ୍ୱରିତ ଯାତ୍ରୀ ପରିବହନ ସେବା ପାଇବେ । ଟ୍ରାଫିକ୍ ଭିଡ଼ ବି କମିବ । 

ଜୟଦେବ ବିହାର-ନନ୍ଦନକାନନ ଭିଡ଼ ନିୟନ୍ତ୍ରଣ ପାଇଁ ବାମ ଓ ଡାହାଣ ପାଶ୍ୱର୍ରେ ଦୁଇଟି ସମାନ୍ତରାଳ ରାସ୍ତା ନିର୍ମାଣ କରାଯାଇଛି । ବାକି ଥିବା ଅଂଶ କାମ ବି ନିର୍ବାଚନ ପରେ ଆଗେଇବ । ଏହି ଦୁଇଟି ଯାକ ରାସ୍ତା ନିର୍ମାଣ ସରିଲେ ଟ୍ରାଫିକ ସମସ୍ୟାର ସମାଧାନ ହୋଇଯିବ । ଆଉ ଲୋକଙ୍କୁ ଭିଡ଼ରେ ହଇରାଣ ହେବାକୁ ପଡ଼ିବ ନାହିଁ । ସେହିପରି କଳାରାହାଙ୍ଗ, ଭିଏସ୍‌ଏସ୍‌ ନଗର ଓ ପଟିଆରେ ରେଲୱେ ଓଭରବ୍ରିଜ୍‌ କାମ ତ୍ୱରାନନ୍ୱିତ ହୋଇଛି । ୫ ପଞ୍ଚାୟତର ମରିଚିଆ ଘେରିବନ୍ଧ ରାସ୍ତା, ଶିଙ୍ଗଡା-କୃଷ୍ଣଶରଣପୁରରୁ ହାଇଟେକ୍‌ ଗଡ଼ା, ଜରିପାଟଣାରୁ ବରିମୁଣ୍ଡ ମଲ୍ଲିକ ସାହି ପର୍ଯ୍ୟନ୍ତ ରାସ୍ତା, ମରିଚିଆ-ଝିଙ୍କରଢ଼ିହି ରାସ୍ତା କେନ୍ଦୁପାଟଣା କଲେଜ ଛକରୁ ଦାଢ଼ାପାଟଣା ରାସ୍ତା ଓ ମ୍ୟାଗନେଟିକ୍‌ ଛକରୁ ପଟିଆ ଷ୍ଟେସନ ରାସ୍ତା ସମ୍ପ୍ରସାରଣ ହୋଇଛି । 

ସୁଶାନ୍ତ କହିଛନ୍ତି, ପଟିଆରୁ ଜରିପାଟଣା ରାସ୍ତାର ସମ୍ପ୍ରସାରଣ କରାଯିବ । ଆଗକୁ ବଡ଼ କଥା ହେଲାଉତ୍ତର ଭୁବନେଶ୍ୱରରୁ କୁଆଖାଇ ଉପରେ ଆଉ ଏକ ବ୍ରିଜ୍‌ ନିର୍ମାଣ ଯୋଜନା ରହିଛି । ଏହି ବ୍ରିଜ୍‌ ନିର୍ମାଣ ହେଲେ ପାହାଳ ଓ ହଂସପାଳକୁ ଆଉ ଏକ ରାସ୍ତା ଫିଟିଯିବ । ସୁଶାନ୍ତ କହିଛନ୍ତି, ବସ୍ତି ବାସିନ୍ଦାଙ୍କ ବିକାଶ ବିଜେଡିର ସଂକଳ୍ପ । ସାଲିଆସାହିରେ ୨୪ ଘଣ୍ଟିଆ ପାନୀୟ ଜଳ, ରାସ୍ତା, ଡ୍ରେନ୍‌ ଓ ଆଲୋକୀକରଣ କରାଯାଇଛି । ଆଗାମୀ ଦିନରେ ସଭିଙ୍କୁ ସ୍ଥାୟୀ ପଟ୍ଟା ଦେବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ । ପ୍ରାୟ ୩ ହଜାର ବସ୍ତି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌ ପ୍ରକଳ୍ପ ବୁଦ୍ଧବିହାର ଓ ନୀଳମାଧବ ଆବାସରେ କୋଠା ଘର ଦିଆଯାଇଛି । ଈଶାନେଶ୍ୱର ଓ ମା’ ମଙ୍ଗଳା ବସ୍ତିକୁ ଆଦର୍ଶ ବସ୍ତି କରାଯାଇଛି, ଯାହାକୁ ଦେଖିବାକୁ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ତାମିଲନାଡ଼ୁ ମନ୍ତ୍ରୀ ବି ଆସିଛନ୍ତି । ଯୁବପିଢ଼ିଙ୍କ ପାଇଁ କ୍ରୀଡ଼ା ଭିତ୍ତିଭୂମିରେ ବିରାଟ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ବ୍ୟାପକ ପଦକ୍ଷେପ ନେଇଛନ୍ତି । ନିଳାଦ୍ରି ବିହାର ବହୁମୁଖୀ ଇନେ୍‌ଡାର ଷ୍ଟାଡିୟମ୍‌ ନିର୍ମାଣ ହେବା ପରେ ଏହା ପାଲଟିଛି ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.