ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଚିତ୍ରକୋଣ୍ଡା ସିଲେରୁ ନଦୀରେ ଗାଧଉଥିବାବେଳେ ଯୁବତୀ ନିଖୋଜ

ମାଲକାନଗିରି /ଚିତ୍ରକୋଣ୍ଡା ୧୦/୭ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସିଲେରୁ ନଦୀ ଦୁର୍ଗାମନ୍ଦିର ନିକଟସ୍ଥ ବାଲିଘାଟଠାରେ ଗାଧଉଥିବାବେଳେ ଯୁବତୀ ନିଖୋଜ । ନିଖୋଜ ଯୁବତୀ ହେଲେ ଚିତ୍ରକୋଣ୍ଡାର ସନା ନାୟକଙ୍କ କନ୍ୟା ସନ୍ଧ୍ୟା (୨୩) l

କିଛି ସମୟ ପରେ ଘର ଲୋକେ ସନ୍ଧ୍ୟା ନାୟକଙ୍କୁ ଖୋଜାଖୋଜି କରିବା ବେଳେ ବାଲିଘାଟ ନଦୀ ଠାରେ ତାଙ୍କର ଚପଲ ଦେଖି ସନ୍ଦେହ କରି ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଏବଂ ଅଗ୍ନିଶମ ବିଭାଗକୁ ଜଣାଇ ଥିଲେ l ସେଠାରେ ତୁରନ୍ତ ଅଗ୍ନିଶମ ବିଭାଗ ଓ ଥାନା ଅଧିକାରୀ ଏବଂ ତହସିଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଖୋଜାଖୋଜି ଚଲାଇଛନ୍ତି । ରାତି ହୋଇ ଯାଇଥିବାରୁ ଖୋଜିବା ସ୍ଥଗିତ ରଖା ଯାଇଛି । ଆସନ୍ତାକାଲି ପୁଣି ଥରେ ଖୋଜା ଆରମ୍ଭ ହେବ ବୋଲି ଅଗ୍ନିଶମ ବିଭାଗ ସୂତ୍ରରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.