ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଟାଟା ପ୍ଲେ’ର ୧ କୋଟି ଦର୍ଶକ ଦେଖିପାରିବେ ନାହିଁ ସୋନି ଚ୍ୟାନେଲ୍‌, ପୁରା ମାମଲା କ’ଣ ?

ନୂଆଦିଲ୍ଲୀ: ଡିଟିଏଚ୍‌ ପ୍ରୋଭାଇଡର ଟାଟା ପ୍ଲେ (ପୂର୍ବରରୁ ଟାଟା ସ୍କାଏ) ସୋନି ପିକଚର୍ସ ନେଟଓ୍ବର୍କ ଇଣ୍ଡିଆର(ଏସପିଏନଆଇ) ଚ୍ୟାନେଲଗୁଡ଼ିକୁ ହଟାଇ ଦେଉଥିବା ଜଣାପଡ଼ିଛି । ଉପଭୋକ୍ତାଙ୍କୁ କମ୍‌ ମୂଲ୍ୟରେ ଚ୍ୟାନେଲ୍‌ ଦେବାକୁ ଯାଇ ଏଭଳି କରିଥିବା ନେଇ କମ୍ପାନିର ସିଇଓ କହୁଥିବା ବେଳେ ସୋନି ଇଣ୍ଡିଆ କିନ୍ତୁ ଦୃଢ଼ ବିରୋଧ କରିଛି । ଗୁରୁବାର ଟାଟା ପ୍ଲେ ନିଜ ପ୍ୟାକରୁ  ଏସପିଏନ୍‌ ଚ୍ୟାନେଲଗୁଡ଼ିକୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ନେଇ କମ୍ପାନି ପକ୍ଷରୁ କୁହାଯାଇଛି, କମ୍‌ ଦେଖାଯାଉଥିବା ଚ୍ୟାନେଲଗୁଡ଼ିକୁ ହଟାଇ ଦେଇ ଉପଭୋକ୍ତାଙ୍କ ଲାଗି ପ୍ୟାକ୍‌ ପ୍ରାଇସ୍‌ ହ୍ରାସ କରିବାକୁ ଯୋଜନା ହୋଇଛି।  

ଟାଟା ପ୍ଲେର ଏମଡି ଏବଂ ସିଇଓ ହରିତ ନାଗପାଲ କହିଛନ୍ତି, ‘କମ ଦେଖାଯାଉଥିବା ଚ୍ୟାନେଲଗୁଡ଼ିକୁ ପ୍ଲାଟଫର୍ମରୁ ହଟାଇ ମାସିକ ଚାର୍ଜକୁ ଏହି ଅନୁସାରେ ରିଷ୍ଟ୍ରକଚର କରାଯାଉଛି । ଯେଉଁ ଉପଭୋକ୍ତା ବନ୍ଦ ହୋଇଥିବା ଚ୍ୟାନେଲକୁ ଦେଖିବାକୁ ଚାହିଁବେ ସେମାନେ ଗୋଟିଏ ମିସଡ୍‌ କଲ ମାଧ୍ୟମରେ ଏହାକୁ ଫେରିପାଇବେ । ଆଉ ଏଥିପାଇଁ ଉପଭୋକ୍ତାଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ୭୫ ପ୍ରତିଶତ ଉପଭୋକ୍ତାଙ୍କ ପ୍ୟାକକୁ ସଂଶୋଧନ କରାଯାଇଛି । ସେମାନଙ୍କୁ କମ ଟଙ୍କାରେ ଅଧିକ ଫାଇଦା ମିଳିବ ।’ ଟାଟା ପ୍ଲେରେ ଟାଟା ସନ୍ସର ୫୦ ପ୍ରତିଶତ ଅଂଶଧନ ରହିଛି । ଆର୍ଥିକ ବର୍ଷ ୨୦୨୪ରେ ଏହାର ଆୟ ୪,୩୦୪.୬୨ କୋଟି ଟଙ୍କା ଥିଲା । ଟାଟା ପ୍ଲେର ସବସ୍କ୍ରାଇବର ସଂଖ୍ୟା ଏକ କୋଟିରୁ ଅଧିକ । 

ସେପଟେ ଟାଟା ପ୍ଲେର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଏସପିଏନଆଇ । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ‘ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି । ଟାଟା ପ୍ଲେ ଦ୍ବାରା ଦର୍ଶକଙ୍କ ସଂଖ୍ୟା କମୁଛି ବୋଲି ଯେଉଁ ମନଗଢ଼ା ତଥ୍ୟ ଦିଆଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ । ଏସପିଏନଆଇକୁ ନୋଟିସ ନଦେଇ ଟାଟା ପ୍ଲେ ମନମାନୀ କରିଛି ।  ନିଜର ଅଧିକାରକୁ ବ୍ୟବହାର କରି ଟାଟା ପ୍ଲେର ଯେଉଁ ତ୍ରୁଟିକୁ ଉଜାଗର କରିଥିଲୁ ତାର ଏହା ପ୍ରତିଶୋଧ ବୋଲି ମନେ ହେଉଛି ।’  

ସୂଚନାଯୋଗ୍ୟ, ଏହା ପ୍ରଥମ ଥର ହୋଇନାହିଁ ଯେ, ଟାଟା ପ୍ଲେ ନିଜର ପ୍ୟାକରେ ହ୍ରାସ କରିଛି। ଏହା ପୂର୍ବରୁ ଟାଟା ପ୍ଲେ ଉପଭୋକ୍ତାଙ୍କ ପ୍ଲାନକୁ ଡାଉନଗ୍ରେଡ୍‌ କରିଥିଲା । ଏଥିରେ ୩୦-୧୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଥିଲେ ଉପଭୋକ୍ତା ।  କିନ୍ତୁ ପ୍ରଥମ ଥର ଟାଟା ପ୍ଲେ କୌଣସି ଲୋକପ୍ରିୟ ବ୍ରଡକାଷ୍ଟରକୁ ନିଜ ପ୍ଲାଟଫର୍ମରୁ ଧିରେ ଧିରେ ହଟାଇ ଦେଉଛି ।  ତେବେ ଯେଉଁମାନେ ସୋନି ଚ୍ୟାନେଲ ଦେଖିବାକୁ ଚାହୁଁଥିବେ ସେମାନେ ଅଧିକ ଚାର୍ଜ ଦେଇ ଏହାକୁ ଦେଖିପାରିବେ ବୋଲି ଜଣାପଡ଼ିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.