ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତି, ସିଂହଦ୍ୱାର ଦେଇ ସ୍ନାନ ମଣ୍ଡପକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ,୧୯/୦୬ : ସ୍ନାନଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଥିପାଇଁ ବିଭିନ୍ନ ବିଭାଗ ସହ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି । ବିଭାଗୀୟ ଅଧିକାରୀ ଏବଂ ଦଇତାପତି ସେବାୟତ ଓ ଛତିଶା ନିଯୋଗ ସହ ବୈଠକ କରିବା ପରେ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି ଏସ୍‌ପି ପିନାକ ମିଶ୍ର । ଡିପିଓ ସ୍ଥିତ କନ୍‌ଫରେନ୍ସ ହଲ୍‌ରେ ସାମ୍ବାଦିକଙ୍କ ସହ ସମନ୍ୱୟ ବୈଠକ କରି ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରିଛନ୍ତି ଏସ୍‌ପି। 

ରଜ ଉତ୍ସବରେ ପୁରୀର ଭିଡ଼କୁ ଦୃଷ୍ଟିରେ ରଖି ସ୍ନାନଯାତ୍ରାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ଆକଳନ କରିଛି ପୁଲିସ । ପୂର୍ବ ବର୍ଷ ଅପେକ୍ଷା ଏଥର ସ୍ନାନଯାତ୍ରାରେ ଦୁଇ ଗୁଣା ଶ୍ରଦ୍ଧାଳୁଙ୍କ ଭିଡ଼ ହେବ ବୋଲି ଆକଳନ କରିଛନ୍ତି ଏସ୍‌ପି । ଏଥିପାଇଁ ପୁଲିସ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ସ୍ନାନଯାତ୍ରା ଦିନ ପହଣ୍ଡି, ଜଳ ଲାଗି, ହାତୀ ବେଶ ତଥା ସାହାଣମେଲା ଦର୍ଶନ ସମୟରେ ସ୍ନାନ ମଣ୍ଡପ ଉପରେ ଗହଳି ନିୟନ୍ତ୍ରଣ କରାଯିବ । ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ବାରିକେଡ୍‌ ଦେଇ ସ୍ନାନ ମଣ୍ଡପ ତଳେ ଏକ ପାଖିଆ ଦର୍ଶନ କରିବେ । ପରେ ଶ୍ରଦ୍ଧାଳୁ ଉତ୍ତର ଦ୍ୱାର ଦେଇ ବାହାରିବେ । ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପାନୀୟ ଜଳ, ସେଡ଼, ଜଳ ସିଞ୍ଚନର ବ୍ୟବସ୍ଥା କରାଯିବ । ଗହଳିକୁ ଦେଖି ବାରିକେଡ ମାଧ୍ୟମରେ ଦଫା ଦଫାରେ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ । ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସ୍‌ପି । ସ୍ନାନଯାତ୍ରାରେ ଶୃଙ୍ଖଳିତ ନୀତି କାନ୍ତି, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଆଇପିଙ୍କ ସୁରକ୍ଷା, ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ୪ ଜଣ ଏସ୍‌ପି, ୧୨ ଜଣ ଅତିରିକ୍ତ ଏସ୍‌ପି, ୩୫ ଜଣ ଇନ୍ସପେକ୍ଟର ସହ ୭୦ ପ୍ଲାଟୁନ୍‌ଫୋର୍ସ ନିୟାଜିତ ହେବେ ବୋଲି ପୁଲିସ ପକ୍ଷରୁ ଆଲୋଚନା କରାଯାଇଛି । କିନ୍ତୁ ଏଥିନେଇ ଆଲୋଚନା ଜାରି ରହିଥିବା ଯୋଗୁଁ ଆବଶ୍ୟକ ପଡ଼ିଲେ ଫୋର୍ସ ଓ ଅଧିକାରୀଙ୍କ ସଂଖ୍ୟା ବଢ଼ିପାରେ ବୋଲି ଏସ୍‌ପି କହିଛନ୍ତି । 

ପ୍ରଥମ ଥର ପାଇଁ ସ୍ନାନଯାତ୍ରା ଓ ରଥଯାତ୍ରା ନିୟନ୍ତ୍ରଣ କରିବେ ଏସ୍‌ପି ଶ୍ରୀ ମିଶ୍ର । ଅନେକ ବର୍ଷ ଧରି ସ୍ନାନଯାତ୍ରା ଓ ରଥଯାତ୍ରାର ଅଭିଜ୍ଞତା ଥିବା ପୁରୀର ସାମ୍ବାଦିକମାନଙ୍କ ସହ ଏସ୍‌ପି ଆଲୋଚନା କରିଛନ୍ତି । ସ୍ନାନଯାତ୍ରା ଓ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପୁଲିସ ପ୍ରଶାସନ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଥିବାବେଳେ ସାମ୍ବାଦିକଙ୍କ ସହଯୋଗ ଲୋଡ଼ିଛନ୍ତି ଏସ୍‌ପି । ବୈଠକରେ ଏସ୍‌ପି ଶ୍ରୀ ମିଶ୍ରଙ୍କ ସହ ଅତିରିକ୍ତ ଏସ୍‌ପି ସୁଶୀଲ ମିଶ୍ର, ବିଷ୍ଣୁପ୍ରସାଦ ପତି, ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ, ଟ୍ରାଫିକ୍‌ ଡିଏସ୍‌ପି ଚନ୍ଦନ ଘଡ଼େଇଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.