ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ସାଂସଦ ଥିଲି... ବିଧାୟକ ହେଲି, ଲୋକଙ୍କ ପାଖରେ ପହଞ୍ଚିବାକୁ ଏବେ ସରପଞ୍ଚ ହେବାକୁ ଇଚ୍ଛା

Published By : Prameya | June 19, 2024 12:23 PM

ଭୁବନେଶ୍ଵର, ୧୯/୦୬ : ମଙ୍ଗଳବାର ସାଇକେଲରେ ବିଧାନସଭାରେ ଆସି ପହଞ୍ଚିଥିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ମୁଣ୍ଡରେ ହେଲମେଟ୍‌ ଓ ସାଇକେଲ ଧରି ସେ ଶପଥ ନେବାକୁ ପହଞ୍ଚିଥିଲେ। ତାଙ୍କର ଏଭଳି ରୂପ ଦେଖି ଅନେକ ଚକିତ ହୋଇଯାଇଥିଲେ । ସାଇକେଲ୍‌ରେ ବିଧାନସଭା ଆସିଥିବା ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ମୋ ଘର ବିଧାନସଭାଠାରୁ ମାତ୍ର ଦେଢ଼ କିଲୋମିଟର ଭିତରେ ଆସୁଛି । ଏଥିପାଇଁ ପ୍ରତିଦିନ ମୁଁ ସାଇକେଲରେ ଆସିବାକୁ ଚେଷ୍ଟା କରିବି।

ତେବେ ପରିବେଶ ସୁରକ୍ଷା ସହିତ ଶରୀରକୁ ସୁସ୍ଥ ରଖିବାକୁ ସମସ୍ତେ ସାଇକେଲ ଚଲାନ୍ତୁ ବୋଲି ସିଦ୍ଧାନ୍ତ ସମସ୍ତଙ୍କୁ ନିବେଦନ କରିଛନ୍ତି । ରାଜନୀତି ପ୍ରସଙ୍ଗରେ ସିଦ୍ଧାନ୍ତ କହିଥିଲେ ଯେ, ମୁଁ ସାଂସଦ ହୋଇସାରିଛି । ବିଧାୟକ ହୋଇଛି। ଏବେ ସରପଞ୍ଚ ହେବାକୁ ଇଚ୍ଛା ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରପଞ୍ଚରୁ ସିଏମ୍‌ ହୋଇଛନ୍ତି । ତେଣୁ ଲୋକଙ୍କ ପାଖରେ ପହଞ୍ଚିବାକୁ ସରପଞ୍ଚ ହେବାକୁ ଚାହୁଁଛି । ପ୍ରକାଶଯୋଗ୍ୟଯେ, ଅଭିନେତାରୁ ନେତା ପାଲଟିଥିବା ସିଦ୍ଧାନ୍ତ "ସରପଞ୍ଚ ବାବୁ' ନାଁରେ ଏକ ହିଟ୍‌ ଫିଲ୍ମ କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.