ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଭାରତ ଛାଡ଼ିବେ ଶେଖ୍‌ ହସିନାଙ୍କ ଟିମ୍ , କେଉଁଠିକୁ ଯିବେ ସ୍ପଷ୍ଟ ହୋଇନି

ନୂଆଦିଲ୍ଲୀ : ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଢାକାରୁ ଆସି, ଦିଲ୍ଲୀରେ ପହଞ୍ଚି ଥିଲେ ଶେଖ୍‌ ହସିନା। ଏବେ ସେ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଉଚ୍ଚ ସ୍ତରୀୟ ସୂତ୍ରାରୁ, ଇଣ୍ଡିଆ ଟୁଡେର ରିପୋର୍ଟରେ କୁହାଯାଇଛି କି, ଅୱାମୀ ଲିଗ୍‌ ସରକାର ବିରୋଧରେ ହିଂସାତ୍ମକ ବିଦ୍ରୋହ ପରେ , ଦେଶ ଛାଡ଼ି ସୋମବାର ଭାରତରେ ପହଞ୍ଚି ଥିଲେ ବାଂଲାଦେଶର ପୂର୍ବତନ ପ୍ରଧାନ ମନ୍ତ୍ରୀ ଶେଖ୍‌ ହସିନା ଓ ତାଙ୍କ ଟିମ୍‌ ସଦସ୍ୟ । ଏବେ ଏମାନେ ନୂଆ ଗନ୍ତବ୍ୟ ପାଇଁ ପ୍ରସ୍ଥାନ କରିବାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଶେଖ୍‌ ହସିନାଙ୍କ ସହ ତାଙ୍କର ସାନ ଭଉଣୀ ଶେଖ୍‌ ରେହାନା ଓ କିଛି ନିକଟତମ ସହଯୋଗୀ ଅଛନ୍ତି, ଯେଉଁମାନେ ସୋମବାର ସେନାର ହେଲିକପ୍ଟରରେ ପଳାୟନ କରି ଦିଲ୍ଲୀ ନିକଟସ୍ଥ ହିଣ୍ଡନ ଏୟାରବେସରେ ଓହ୍ଲାଇ ଥିଲେ ଏବଂ ସେବେଠାରୁ ସମସ୍ତେ ଗୋପନୀୟ ସ୍ଥାନରେ ଶରଣ ନେଇଥିଲେ। 

ସୂତ୍ରାନୁସାରେ , ହସିନା କୌଣସି ନୂଆ ସ୍ଥାନ ଅଭିମୂଖେ ବାହାରିଛନ୍ତି , କିନ୍ତୁ ତାଙ୍କର ଅଲଗା ରହଣୀ ସ୍ଥାନ କେଉଁଠି ହେବ, ଏହି ବିଷୟରେ କୌଣସି ସୂଚନା ଦିଆ ଯାଇ ନାହିଁ। ଶେଖ୍ ହସିନା ସଂଯୁକ୍ତ ଆରବ ଏମିରଟ୍‌, ସାଉଦୀ ଆରବ ବା କାତାରକୁ ନିଜର ଆଗାମୀ ସ୍ଥାନ ଭାବେ ଭାବିଛନ୍ତି ଏବଂ ସେଠାରେ ସେ ଶରଣ ନେବାର ଚର୍ଚ୍ଚା ଚାଲୁଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରି ନାହିଁ କି, ସେ ଏହି ମଧ୍ୟରୁ କେଉଁ ମୁସଲିମ୍‌ ଦେଶରେ ଶରଣ ନେବାକୁ ଯାଉଛନ୍ତି। ଆମେରିକା ଓ ବ୍ରିଟେନ୍‌ ପୂର୍ବରୁ ହିଁ ହସିନାକୁ ଶରଣ ଦେବାକୁ ଟେକ୍ନିକାଲି ସ୍ତରରେ ମନା କରି ସାରିଛନ୍ତି। 

ଏହି ସମୟରେ , ଶେଖ୍‌ ହସିନାଙ୍କ ପୁଅ ସଜିବ ୱାଜେଦ ଜୟ ଗୁରୁବାର ଦିନ କହିଛନ୍ତି , ବାଂଲାଦେଶରେ ପରିବେଶ ଶାନ୍ତି ପଡ଼ିବା ପରେ ତାଙ୍କ ମାଆ ନିଜ ଦେଶକୁ ଫେରି ଯିବେ। ସେ କହିଛନ୍ତି , ତାଙ୍କ ଦେଶରେ ଅଶାନ୍ତି ପ୍ରସାର କରିବାରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ହାତ ରହିଛି। ପିଟିଆଇ ସହ ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ଜୟ କହିଛନ୍ତି ଯେ, ୭୬ ବର୍ଷିୟ ହସିନା ନିଶ୍ଚିତ ରୂପେ ବାଂଲାଦେଶ ଫେରିବେ , କିନ୍ତୁ ଏବେ ଏହା ସ୍ପଷ୍ଟ ହୋଇ ନାହିଁ , ସେ ସେବା ନିବୃତ୍ତ ନେତା ଭାବେ ଫେରିବେ ନା ସକ୍ରିୟ ନେତା ଭାବେ। ଜୟ ନିଜ ମାଆଙ୍କର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ପ୍ରତି କୃତଜ୍ଞତା ଜଣାଇଛନ୍ତି। ଭାରତକୁ ଅନ୍ତରାଷ୍ଟ୍ରୀୟ ରାୟ ଗଠନରେ ସାହାଯ୍ୟ କରିବା ଏବଂ ବାଂଲାଦେଶରେ ଗଣତନ୍ତ୍ରର ସୁରକ୍ଷା କରିବାରେ ଚାପ ପକାଇବାକୁ ଅପିଲ କରିଛନ୍ତି। 

  • Bangladesh
  • Bangladesh Clashes
  • Sheikh Hasina
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.