ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ସୀମା ହାଇଦର ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପଠାଇଲେ ରାକ୍ଷୀ , ରକ୍ଷା ବନ୍ଧନକୁ ନେଇ କହିଲେ ...

ନୋଏଡା – ତିଜର ଉତ୍ସବ ଓ ନାଗ ପଞ୍ଚମୀ ପାଳିବା ପରେ ଏବେ ପାକିସ୍ତାନର ସୀମା ହାଇଦର ରାକ୍ଷୀ ଉତ୍ସବ ପାଳିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାରତର ଅନେକ ବଡ଼ ବଡ଼ ନେତାଙ୍କୁ ରାକ୍ଷୀ ପଠାଇ ଦେଇଛନ୍ତି। ସୀମା ଭିଡିଓ ଜାରି କରି ନିଜେ ଏହି କଥାର ସୂଚନା ଦେଇଛନ୍ତି।

ଏହାସହ ମଧ୍ୟ ପଢ଼ନ୍ତୁ - ଏହା ମୋର ବ୍ୟକ୍ତିଗତ ମାମଲା , ଏହାର ଆଲୋଚନା କରନାହିଁ…

ଭିଡ଼ିଓରେ ସୀମା ପୋଷ୍ଟାଲରର କାର୍ଡ ଦେଖାଇ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ୟୁପିର ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ଓ ଆରଏସଏସ ପ୍ରମୁଖ ମୋହନ ଭାଗୱତ ମୋର ଭାଇ । ମୁଁ ତାଙ୍କୁ ରାକ୍ଷୀ ପଠାଇଛି । ମୁଁ ଚାହୁଁଛି କି ସେ ମୋତେ ନିଜର ସାନ ଭଉଣୀ ଭାବି ମୋର ରାକ୍ଷୀ ସ୍ୱୀକାର କରନ୍ତୁ ଏବଂ ରକ୍ଷା ବନ୍ଧନର ପର୍ବ ଅବସରରେ ଏହାକୁ ନିଜର ହାତରେ ବାନ୍ଧନ୍ତୁ।

ଏହାସହ ମଧ୍ୟ ପଢ଼ନ୍ତୁ - ‘ ମୁଁ ଆଇଏସଆଇର ଏଜେଣ୍ଟ ନୁହେଁ …’ , ସୀମା ହାଇଦର ଏହି ସବୁ ପ୍ରଶ୍ନରେ ଦେଲେ ଆଶ୍ଚର୍ଯ୍ୟକର ଜବାବ

ଏହାସହ ସୀମା ହାଇଦର କହିଛନ୍ତି କି ମୁଁ ଓକିଲ ଏପି ସିଂହଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବି । ସେ ମୋର ବଡ଼ ଭଇ ପରି । ମୁଁ ତାଙ୍କୁ ହୃଦୟତାର ସହ ସମ୍ମାନ କରୁଛି। ଭିଡ଼ିଓରେ ସୀମା ହାଇଦର ଜୟ ଶ୍ରୀରାମ ଓ ହିନ୍ଦୁସ୍ତାନର ନାରା ବି ଦେଇଛନ୍ତି। କହି ରଖୁଛୁ କି , ଏହା ପୂର୍ବରୁ ସୀମା ହାଇଦର ତିଜ୍ ଉତ୍ସବ ଓ ନାଗ ପଞ୍ଚମୀ ମଧ୍ୟ ପାଳନ କରିଥିଲେ। ପାକିସ୍ତାନୀ ସୀମା ହାଇଦର ରବୁପୁରା ସ୍ଥିତ ଘରେ ପୂରା ବିଧି ବିଧାନ ସହ ପୂଜା ପାଠ କରି ନାଗପଞ୍ଚମୀ ପାଳନ କରିଛନ୍ତି। ସୀମା ହାଇଦର ଓ ସଚିନ ୪ ଜଣ ପିଲାଙ୍କ ସହ ଭଗବାନ ଭୋଳେନାଥଙ୍କ ପୂଜା କରିଛନ୍ତି। ଏହାପରେ କାନ୍ଥରେ ନାଗ ଚିତ୍ର କରିଛନ୍ତି । ସୀମା ହାଇଦର ପୂଜା କରିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

ଏହାସହ ମଧ୍ୟ ପଢ଼ନ୍ତୁ - ମୋ ଝିଅ ହୋଇଥିଲେ ତାର ବେକ କାଟି ଦେଇଥା’ନ୍ତି , ସୀମା ହାଇଦରଙ୍କୁ ତାଚ୍ଛଲ୍ୟ କରି କହିଲେ ଏହି ମହିଳା

ସୀମା ହାଇଦର ଏହି ସମୟରେ ଭଗବାନ ଭୋଳେନାଥଙ୍କ ବ୍ୟତୀତ ଗଣେଶ ଓ ଅନ୍ୟ ଦେବାଦେବୀଙ୍କ ଆରତୀ କରିଛନ୍ତି। ତାହା ୧୫ ଅଗଷ୍ଟ ହେଉ ବା ତିଜର ଉତ୍ସବ , ସବୁ ବିଶେଷ କାର୍ଯ୍ୟରେ ସୀମା ହାଇଦର ହିନ୍ଦୁସ୍ତାନୀ ରଙ୍ଗରେ ନଜର ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.