ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

‘ଯଦି ଆଜି ରାତିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୁଏ, ତେବେ ମିଳିବ କଡ଼ା ଜବାବ୍: ପାକିସ୍ତାନଙ୍କୁ DGMOଙ୍କ ଚେତାବନୀ

Published By : Prameya | May 11, 2025 8:27 PM

ନୂଆଦିଲ୍ଲୀ,୧୧।୫: ଭାରତ ପକ୍ଷରୁ ପାକିସ୍ତାନକୁ କଡ଼ା ଚେତାବନୀ। ଯଦି ସେ ପୁଣି ଥରେ ଆଜି ଅସ୍ତ୍ରବିରତି ଭଙ୍ଗ କରେ, ତେବେ ତାକୁ କଡ଼ା ଜବାବ ଦିଆଯିବ। ଡିଜିଏମଓ ରାଜୀବ ଘାଇ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଚେତାବନୀ।  ‘ଅପରେସନ ସିନ୍ଦୂର’ କୁ ନେଇ ଏକ ପ୍ରେସ୍ ବିଫ୍ରିଙ୍ଗରେ ଡିଜିଏମଓ କହିଛନ୍ତି ଯେ, ଗତକାଲି ପାକିସ୍ତାନ ନିଜେ ଅସ୍ତ୍ରବିରତି ପ୍ରଥମେ ଆରମ୍ଭ କରିଥିଲା।  ଅପରାହ୍ନ ୩.୩୫ ରେ ତାଙ୍କୁ ଫୋନ୍ କରି ଯୁଦ୍ଧବିରତି ବିଷୟରେ କଥା ହୋଇଥିଲି। ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ନିଷ୍ପତ୍ତି ନିଆଯାଇଥିଲା।  ତେବେ ଅସ୍ତ୍ରବିରତିର ମାତ୍ର କିଛି ଘଣ୍ଟା ମଧ୍ୟରେ ସେମାନଙ୍କର ଡ୍ରୋନଗୁଡ଼ିକ ଭାରତୀୟ ସୀମାରେ ପ୍ରବେଶ କରିବା ଆରମ୍ଭ କରିଥିଲା। ଡିଜିଏମଓ କହିଛନ୍ତି, ଯଦି ପାକିସ୍ତାନ ଆଜି ରାତିରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଚେଷ୍ଟା କରେ, ତେବେ ତାକୁ କଡ଼ା ଜବାବ ଦିଆଯିବ।

ଡିଜିଏମଓ କହିଛନ୍ତି, ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ପ୍ରତିଶୋଧ ନେବା ପାଇଁ ସେନା ମୁଖ୍ୟ ସାମରିକ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ମେ ୧୦-୧୧ ରାତିରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ପରେ ସେନା ମୁଖ୍ୟ ଆଜି ପଶ୍ଚିମ ସୀମାରେ ସାମରିକ କମାଣ୍ଡରମାନଙ୍କ ସହିତ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟ ମଧ୍ୟରେ, ସେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.