ବ୍ରହ୍ମପୁର, ୦୩/୦୯ : ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ପିଲା ଅସୁସ୍ଥ। କବିସୂର୍ଯ୍ୟ ନଗର ବ୍ଳକ ଆଠଗଡ଼ ପାଟଣା ଗୌଡ଼ ସାହି ସ୍କୁଲରେ ଏଭଳି ଘଟଣା ଘଟିଛି। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଇଥିବା ଅଭିଯୋଗ ହୋଇଛି।
୧୮ ମାସରେ ୨୭ ହଜାର କୋଟି ଋଣ କରିଛନ୍ତି ହିମାଚଳର କଂଗ...