ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

୨୪ ବର୍ଷ ପରେ ଉତ୍ତର କୋରିଆ ଯିବେ ପୁଟିନ୍, କିମ୍ ଜୋଙ୍ଗଙ୍କୁ କରିବେ ସାକ୍ଷାତ

ନୂଆଦିଲ୍ଲୀ,୧୮।୬: ଋଷର ରାଷ୍ଟ୍ରପତି  ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ଏହି ବୈଠକ ଉତ୍ତର କୋରିଆରେ ଅନୁଷ୍ଠିତ ହେବ।ଏଥିପାଇଁ ପୁଟିନ ଉତ୍ତର କୋରିଆ ଯାଉଛନ୍ତି। ୨୪ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପୁଟିନ ଉତ୍ତର କୋରିଆ ଗସ୍ତ କରିବେ। ଏହାପୂର୍ବରୁ ପୁଟିନ ଏବଂ କିମ ଜୋଙ୍ଗ ଗତ ବର୍ଷ ସେପ୍ଟେମ୍ବରରେ ସାକ୍ଷାତ ହୋଇଥିଲେ। ତାପରେ କିମ ଜୋଙ୍ଗ ଋଷର ଭ୍ଲାଡିଭୋଷ୍ଟୋକ ସହରରେ ପହଞ୍ଚିଥିଲେ।

ଏହି ଗସ୍ତ ପୂର୍ବରୁ ପୁଟିନ ୟୁକ୍ରେନ ଯୁଦ୍ଧରେ ସମର୍ଥନ କରିଥିବାରୁ ଉତ୍ତର କୋରିଆକୁ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଦେଶ ମିଳିତ ଭାବେ ଆମେରିକାର ପ୍ରତିବନ୍ଧକକୁ ସାମ୍ନା କରିବେ। ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକ ଉତ୍ତର କୋରିଆ ଏବଂ ଋଷ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଏକପାଖିଆ ବୋଲି କହିଛନ୍ତି।

ଋଷର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପୁଟିନଙ୍କ ଗସ୍ତକୁ ଫ୍ରେଣ୍ଡଲି ଷ୍ଟେଟ୍ ଭିଜିଟ୍' ବୋଲି କହିଛି। ଖବର ଅନୁଯାୟୀ ପୁଟିନ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଅବସ୍ଥିତ କୁମୁସାନ ଗେଷ୍ଟ ହାଉସରେ ରହିବେ।୨୦୧୯ ରେ ଯେତେବେଳେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ୟୋଙ୍ଗୟାଙ୍ଗକୁ ଆସିଥିଲେ, ସେତେବେଳେ ସେ ଏହି ଗେଷ୍ଟ ହାଉସରେ ରହିଥିଲେ। ୧୯୯୯ ରେ, ଋଷର ରାଷ୍ଟ୍ରପତି ହେବାର ପର ବର୍ଷ ପୁଟିନ ଉତ୍ତର କୋରିଆ ଯାଇଥିଲେ। ସେତେବେଳେ ସେ କିମ ଜୋଙ୍ଗ-ଉନଙ୍କ ବାପା କିମ ଜୋଙ୍ଗ-ଇଲଙ୍କୁ ଭେଟିଥିଲେ। ୨୪ ବର୍ଷ ପରେ ପୁଟିନ ବର୍ତ୍ତମାନ ଉତ୍ତର କୋରିଆ ଗସ୍ତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.