ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

‘ଜୟ ସିୟାରାମ’ କହି ବ୍ରିଟିଶ ପିଏମଙ୍କୁ କରାଗଲା ସ୍ୱାଗତ , ଚର୍ଚ୍ଚାରେ ରିଷି ସୁନକଙ୍କ ପତ୍ନୀ ଅକ୍ଷତାଙ୍କ ସ୍ୱତନ୍ତ୍ର ଅନ୍ଦାଜ

ନୂଆଦିଲ୍ଲୀ – ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକ ଜି-୨୦ ସମ୍ମିଳନୀରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଶୁକ୍ରବାର ଦ୍ୱିପ୍ରହରରେ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚି ଥିଲେ। ତାଙ୍କର ସ୍ୱାଗତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ କରିଥିଲେ। ଖାଲି ଏତିକି ନୁହେଁ ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କ ଅଭିବାଦନ ମଧ୍ୟ ସେ ଜୟ ସିୟାରାମ କହି କରିଥିଲେ। ଏହାର ଜବାବରେ ରିଷି ସୁନକ ମଧ୍ୟ ଜୟ ସିୟାରାମ ଦୋହରାଇ ଥିଲେ। 

କହି ରଖୁଛୁ କି, ଜୟ ସିୟାରାମ ଭାରତରେ ସ୍ୱାଗତ ସମ୍ୱର୍ଦ୍ଧନା ବେଳେ କୁହାଯାଏ। ରିଷି ସୁନକଙ୍କ ସ୍ୱାଗତରେ ଏୟାରପୋର୍ଟରେ ହିଁ ପାରମ୍ପରିକ ନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯାଇ ଥିଲା। 

ରିଷି ସୁନକଙ୍କ ସହ ତାଙ୍କର ପତ୍ନୀ ଅକ୍ଷତା ମୂର୍ତ୍ତି ମଧ୍ୟ ସାଥିରେ ଆସିଛନ୍ତି। ସେ ମଧ୍ୟ ଏହି ସମୟରେ ସ୍ୱତନ୍ତ୍ର ପୋଷାକ ଓ ଭାରତୀୟ ଠାଣିରେ ନଜର ଆସିଛନ୍ତି। ସେ ଆକର୍ଷଣୀୟ ଲମ୍ୱା ସ୍କର୍ଟ ଓ ହ୍ୱାଇଟ୍‌ କଲରର ସାର୍ଟ ପିନ୍ଧିଛନ୍ତି। ରିଷି ସୁନକ ଓ ତାଙ୍କର ପରିବାରର ଭାରତ ସହ ଗଭୀର ସଂପର୍କ ରହିଛି। ରିଷି ସୁନକ ଦ୍ୱିତୀୟ ପିଢିର ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ। ତାଙ୍କର ପତ୍ନୀ ଅକ୍ଷତା ମୂର୍ତ୍ତି ମଧ୍ୟ ଭାରତୀୟ ବଂଶୋଦ୍ଭବ। ତାଙ୍କର ବାପା ଭାରତର ପ୍ରସିଦ୍ଧ ବ୍ୟବସାୟୀ ତଥା ଆଇଟି କମ୍ପାନୀ ଇନଫୋସିସ୍‌ର ମାଲିକ ନାରାୟଣ ମୂର୍ତ୍ତି। 

ବ୍ରିଟିଶ ପିଏମ୍‌ଙ୍କ ଅଭିବାଦନରେ ଜୟ ସିୟା ରାମ କହିବା ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର , କାରଣ ଗତ ଦିନରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଥିଲା। ଏଥିରେ ସେ ମୁରାରୀ ବାପୁଙ୍କ କଥାରେ ଜୟ ସିୟାରାମର ଉଚ୍ଚାରଣ କରିବା ଦେଖିବାକୁ ମିଳିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.