ପ୍ରମୂଖ ଖବର
  • ହେଲିକପ୍ଟରରେ ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ପଦରୁ ରିକି ପଣ୍ଟିଂଙ୍କ ଇସ୍ତଫା, ଗାଙ୍ଗୁଲି ନେଇପାରନ୍ତି ଦାୟିତ୍ବ

Published By : Tapas Panda | July 13, 2024 8:25 PM

Image Courtesy: abplive

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ରିକି ପଣ୍ଟିଂ । ଦୀର୍ଘ ୭ ବର୍ଷ ଧରି ଦଳକୁ ପ୍ରଶିକ୍ଷଣ ଦେଇଆସିଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଆଜି (ଶନିବାର) ଇସ୍ତଫା ଦେଇଥିବା ଜଣାପଡ଼ିଛି ।  ସେପଟେ ଦଳର ନିର୍ଦ୍ଦେଶକ ଥିବା ଭାରତୀୟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲି ଡିସିର ମୁଖ୍ୟ କୋଚ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।  ତେବେ ମୁଖ୍ୟ କୋଚ୍‌ ପଦରୁ ରିକି ପଣ୍ଟିଂ ଇସ୍ତଫା ଦେଇଥିବା ନେଇ ଦିଲ୍ଳୀ କ୍ୟାପିଟାଲ୍ସ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି । 

ପଣ୍ଟିଂ ୨୦୧୮ରୁ ଟିମ୍‌ ସହ ଥିଲେ । ସେ କାହିଁକି ଇସ୍ତଫା ଦେଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଦିଲ୍ଲୀ ଟିମ୍‌ ସହ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କର ଗଭୀର ସଂପର୍କ ରହିଛି । ତାଙ୍କଠୁ ପ୍ରଶିକ୍ଷଣ ପାଇ ଅନେକ ଯୁବ ଖେଳାଳି ପ୍ରସିଦ୍ଧି ପାଇଛନ୍ତି ।  ୨୦୨୨ରେ ଦିଲ୍ଲୀ ଆଇପିଏଲ ଫାଇନାଲ ପର୍ଯ୍ୟନ୍ତ ଯାତ୍ରା କରିଥିଲା । ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀକୁ ୫ ଓ୍ବିକେଟରେ ହରାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । 




ରିକି ପଣ୍ଟିଂଇସ୍ତଫା ଦେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏକ ପୋଷ୍ଟ କରାଯାଇଛି । ଟିମ୍‌ ପକ୍ଷରୁ ଲେଖାଯାଇଛି ଯେ, ‘ଡିୟର ରିକି, ଆପଣ ହେଡ କୋଚ ପଦ ଛାଡ଼ୁଛନ୍ତି, ଏହାକୁ ବାଖ୍ୟା କରିବାକୁ ଆମ ପାଖରେ ଶବ୍ଦ ନାହିଁ । ଆପଣ ଆମକୁ ୪ଟି କଥା କେୟାର, କମିଟମେଣ୍ଟ, ଆଟିଚ୍ୟୁଡ୍‌ ଏବଂ ଏଫର୍ଟ ଶିଖାଇଛନ୍ତି । ଏହା ଆମର ୭ ବର୍ଷ ଧରି ମନେ ରହିଛି ।’ 

ସୂଚନାଯୋଗ୍ୟ, ପଣ୍ଟିଂଙ୍କ ମାର୍ଗଦର୍ଶନରେ ଗତ ତିନି ସଂସ୍କରଣରେ ଦିଲ୍ଲୀ ଟିମ୍ ପ୍ଲେ-ଅଫ୍ ରାଉଣ୍ଡରେ ସ୍ଥାନ ପାଇବାରେ ବି ବିଫଳ ହୋଇଥିଲା । ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିଲା । କିନ୍ତୁ ଗତ ଦୁଇ ବର୍ଷରେ ଟିମ୍ ଯଥାକ୍ରମେ ନବମ ଏବଂ ଷଷ୍ଠ ସ୍ଥାନରେ ରହିଥିଲା । ପଣ୍ଟିଂଙ୍କ କୋଚିଂରେ ଦିଲ୍ଲୀ ପ୍ୟାକିଟାଲ୍ସ ୨୦୧୯ ସଂସ୍କରଣରେ ଅଷ୍ଟମ ସ୍ଥାନରୁ ତୃତୀୟ ପହଞ୍ଚିଥିଲା । ଏହାପରେ ୨୦୨୦ରେ ଟିମ୍ ଉପବିଜେତା ମଧ୍ୟ ହୋଇଥିଲା । ଏହାର ପରବର୍ତ୍ତୀ ସଂସ୍କରଣରେ ଟିମ୍ ପୁଣି ଥରେ ପ୍ଲେ-ଅଫ୍ ରାଉଣ୍ଡରେ ପହଞ୍ଚିଥିଲା । କିନ୍ତୁ ସବୁ ଉଦ୍ୟମ ସତ୍ତ୍ୱେ ରିକି ପଣ୍ଟିଂ ଟିମକୁ ଚାମ୍ପିୟନ କରାଇବାରେ ବିଫଳ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.